ନୂଆଗାଁ-02/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଓଡ଼ଗାଁ ଥାନା ବାହାଡ଼ାଝୋଲା ଅଞ୍ଚଳରେ ବନବିଭାଗ ଓ ପୋଲିସ୍ ର ଗତ କିଛିମାସ ଧରି ରାତ୍ରି ପାଟ୍ରୋଲିଂ ଜୋର୍ଦାର ଧରିଛି । ଯାହାଦ୍ୱାରା କି ଏହି ଦୁଇମାସ ଭିତରେ ଅନେକ କାଠ ଜବତ ହେବା ସହ ଅନେକ ଆସାମୀ ଗିରଫ ଓ ଚୋରୀ ଜିନିଷ କୁ ଜବତ କରାଯାଇଛି । ଗତକାଲି ଓଡ଼ଗାଁ ବନବିଭାଗ ବାହାଡ଼ାଝୋଲା ବିଟ୍ ହାଉସ୍ ଫରେଷ୍ଟର ସରିତା ବରାଳଙ୍କ ନେତୃତ୍ୱରେ କାଠଗାଡ଼ି ଚେକିଂ ଚାଲୁଥିବା ସମୟରେ ବାହାଡ଼ଝୋଲା ଗୁମି ରାସ୍ତାରେ ଅଟୋସହ ଦେଶୀମଦ ନେଇଯାଉଥିବା ଏକ ଅଟୋ ଗାଡ଼ି ସହ ଦୁଇଜଣଙ୍କୁ ଅଟକ ରଖିଥିଲେ । ବନବିଭାଗ ପକ୍ଷରୁ ବାହାଡ଼ଝୋଲା ଫାଣ୍ଡିରେ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ଓଡ଼ଗାଁ ପୋଲିସ ପକ୍ଷରୁ କେସ୍ ନଂ ୨୦୪ରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ଅଟୋସହ ୩୬ ଲିଟର ଦେଶୀମଦ ଜବତ କରାଯାଇ,ଦୁଇ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ପୋଲିସ୍ ଓ ବନବିଭାଗର କଡ଼ା ପ୍ରହରା ସତ୍ତ୍ୱେ ଗତ କିଛି ଦିନ ତଳେ ସିଙ୍ଗାରପଲ୍ଲୀ ମା”ପେଟେଇ ଚଣ୍ଡୀ ମନ୍ଦିର ପାଖ ଦୋକାନରୁ ଚୋରୀ ହେବା ଓ ଦିନ ଦ୍ୱିପହରେ ଜୁଆ ଖେଳ ଚାଲିବା ।ନିତିଦିନ ହେଇଗଲାଣି ।ଯାହାଦ୍ୱାରା ଜନ ଅସୋନ୍ତୋଷ ଦେଖା ଯାଉଛି।
ଡାବୁଗାଁ ବିଜେଡି ତରଫରୁ ରାଜ୍ୟସଭା ସାଂସଦ, ନବରଙ୍ଗପୁର ସାଂସଦ ଏବଂ ଡାବୁଗାଁ ବିଧ୍ୟାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
Read More...
ବାଙ୍କୀ ବିଜେପି ତରଫରୁ ବୈଦେଶ୍ଵରରେ ପଞ୍ଚାୟତ ବୈଠକ ଅନୁଷ୍ଠିତ
Read More...