ବାଙ୍କୀ-02/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ବାଙ୍କୀ ଭାରତୀୟ ଜନତାପାର୍ଟି ପକ୍ଷରୁ ପଞ୍ଚାୟତ ବୈଠକ କାର୍ଯ୍ୟକ୍ରମ ବୈଦ୍ୟେଶ୍ୱର ପଞ୍ଚାୟତରୁ ଆରମ୍ଭ ହୋଇଛି। ଏହିବୈଠକରେ କଳାପଥର ମଣ୍ଡଳ ସଭାପତି ଆଇନଜୀବୀ ସୁଶାନ୍ତ କୁମାର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ବିଜେପିର ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ ଯୋଗଦେଇ ଆଗାମୀ ଦିନରେ ୱାର୍ଡ ସ୍ତରରୁ ପଞ୍ଚାୟତକୁ ମଜବୁତ କରାଯାଇ ପାରିବ ସେ ସଂପର୍କରେ ସମସ୍ତେ ମିଳିମିଶି କାର୍ଯ୍ୟକରିବା ସହିତ ଜନସାଧାରଣଙ୍କ ସୁଖ ଦୁଃଖାରେ ଭାଗିଦାରି ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର କଳାପଥର ଜୋନର ସାଧାରଣ ସଂପାଦକ ମଳୟ କୁମାର ମହାନ୍ତି, ପଦ୍ମଲୋଚନ ବେହେରା, ମଣ୍ଡଳ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ୍ କୁମାର ପ୍ରତାପ ସିଂହଙ୍କ ସମେତ ବୈଦ୍ୟେଶ୍ୱର ପଞ୍ଚାୟତର ସମସ୍ତ ବୁଥ୍ ସଭାପତି , ଉପସଭାପତି , ପଞ୍ଚାୟତର ପ୍ରତ୍ୟେକ ୱାର୍ଡର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ବାଙ୍କୀ ବିଜେପିର ରାଜ୍ୟ ପ୍ରତିିନିଧି ଲକ୍ଷ୍ମୀଧର ବେହେରା, ବ୍ରହ୍ମପୁରା ମଣ୍ଡଳ ସଭାପତି ଦିଲ୍ଲୀପ୍ ଦାସ, କଳାପଥର ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତା ନାୟକ, ସଂଗ୍ରାମ ବିଭୂତି ରାୟ ପ୍ରମୁଖ ଉପସ୍ଥିତ ରହି ପଂଚାୟତ ବୈଠକ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଶୁଭ୍ରାଂଶ ମୋହନ ପାଢୀଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ପଂଚାୟତର ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ଠପ୍ ମାରିଲା ମଦ ବେପାରୀଙ୍କ କୃତ୍ତିମ ବୁଦ୍ଧି……..
Read More...
ଅଜଣା ରୋଗରେ ଆକ୍ରାନ୍ତ ଦୁଇ ଭଉଣୀ
Read More...