OdishaStatenews.com Today : 03-Mar-2021 16:21:29 PM
ରାଜ୍ୟର ଉତ୍ତପ୍ତ ସହର ଅନୁଗୁଳ। ଅନୁଗୁଳ ସହରର ତାପାମାତ୍ରା ୪୦.୧ ଡିଗ୍ରୀ ସେଲସିୟସ୍‌। ୪୦ ଡିଗ୍ରୀ ସହ ଭୁବନେଶ୍ବର ଓ ବୌଦ୍ଧ ଦ୍ବିତୀୟ ଉତ୍ତପ୍ତ ସହର।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛତିଶା ନିଯୋଗର ଚିଠି। ସତ୍ତ୍ବଲିପି ଅନୁସାରେ ସତ୍ତ୍ବ ପରଂପରାର ସୁରକ୍ଷା ନେଇ ଚିଠିରେ ଉଲ୍ଲେଖ। ବିଗତ ବର୍ଷରେ ସତ୍ତ୍ବଲିପିରେ ଥିବା ଅନେକ ସେବା ଅର୍ଥଭାବ ଦର୍ଶାଇ ବନ୍ଦ କରାଯାଇଛି। ଏହି‌ ସେବା ଗୁଡ଼ିକ ପୁନଃ ପ୍ରଚଳନ କରାଯାଉ। ସେବାୟତଙ୍କ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ପୁରୀରେ ସ୍କିଲ ଇଣ୍ଡିଆ ପ୍ରତିଷ୍ଠାନ କରାଯାଉ।ଟିକଟକ ଷ୍ଟାରଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇଥିବା ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ଦେଲେ ଇସ୍ତଫାଟାଇଲ୍ସ କମ୍ପାନିର ୨୨୦ କୋଟିର ବେନାମୀ କାରବାର ଧରିଲା ଆୟକର ବିଭାଗ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରବେଶ କରିବ ରିଲାଏନ୍ସ ; ଗୁଗୁଲ, ଫେସବୁକ ସହ ହାତ ମିଳାଇଲା ଟିକଟକ ଷ୍ଟାରଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇଥିବା ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ଦେଲେ ଇସ୍ତଫା ଲଣ୍ଡନ ଜଗନ୍ନାଥ ମନ୍ଦିର ପ୍ରୋଜେକ୍ଟର ନିଉଜଲେଟର ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜଙ୍ଗଲ ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ, ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ Previous Next ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରବେଶ କରିବ ରିଲାଏନ୍ସ ;… ଟିକଟକ ଷ୍ଟାରଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇଥିବା… ଲଣ୍ଡନ ଜଗନ୍ନାଥ ମନ୍ଦିର ପ୍ରୋଜେକ୍ଟର ନିଉଜଲେଟର ଉଦଘାଟନ କଲେ… ଜଙ୍ଗଲ ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ… ଏପ୍ରିଲ ବେଳକୁ ତେଲ ଦର କମିବ : ଧର୍ମେନ୍ଦ୍ର ପ୍ରଧାନ |

ଅଜଣା ରୋଗରେ ଆକ୍ରାନ୍ତ ଦୁଇ ଭଉଣୀ

November 02, 2020, ଓଡ଼ିଶା, ମାଲକାନଗିରି,


ଅଜଣା ରୋଗରେ ଆକ୍ରାନ୍ତ ଦୁଇ ଭଉଣୀ
Ashis kumar Behera
[ MALKANGIRI DISTIRCT REPORTER ]
OdishaStateNews Bureau
November 02, 2020

ମାଲକାନଗିରି-02/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଦିନ ଥିଲା ସବୁ କିଛି ଠିକ ଠାକ ଚାଲୁଥିଲା।ପରିବାର ଉପରେ ସତେ ଯେମିତି ବଜ୍ର ପଡିଲା ଆଉ ସବୁ କିଛି ଛିନ୍ନ ବିନ୍ନ ହୋଇଗଲା।ଦିନେ ଏମାନେ ବି ମେଧାବୀ ଥିଲେ ହେଲେ ଅଜଣା ରୋଗ ଏମାନଙ୍କ ଭବିଷ୍ୟତ କୁ ଏବେ ଅନ୍ଧକାର କରିଛି।ମାଲକନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡା ଗାଁ ର କାର୍ତିକ ମାଟାମ ଙ୍କ ପରିବାର ର ଏହି ଦୃଦୟ ବିଦାରକ ଚିତ୍ର।


ଏ ଦୁଃଖିନୀ ମା କିଭଳି ନେହୁରା ହେଉଛି।ତାକୁ ଆଉ କିଛି ଦରକାର ନାହିଁ ଖାଲି ତା ଦୁଇଟା ଝିଅ କୁ ଠିକ କରିଦିଅ।ଦିନେ ସେ ପାଗଳୀ ହୋଇଯାଇଥିଲା ଆଉ ଏବେ ତା ଦୁଇଟା ଝିଅ ର ଅବସ୍ଥା ଖରାପ ତେଣୁ ସେ ନେହୁରା ହେଉଛି ଏ ସରକାରଙ୍କୁ ସେ ନେହୁରା ହେଉଛି ଏ ପ୍ରଶାସନ କୁ ତା ଦୁଇ ଝିଅ ଙ୍କୁ ଭଲ କରିଦିଅନ୍ତୁ।ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡା ଗାଁ ର।କାର୍ତିକ ମାଟାମ ଙ୍କ ଦୁଇ ଝିଅ ରଞ୍ଜିତା ମାଟାମ ଓ ପଦ୍ମା ମାଟାମ ।ସବୁକିଛି ଭଲ ଚାଲିଥିଲେ କିନ୍ତୁ ଠିକ ବର୍ଷେ ପୂର୍ବେ ଯେବେ ରଞ୍ଜିତା ଦଶମ ଶ୍ରେଣୀ ପରୀକ୍ଷା ଦେଇଥାନ୍ତେ ସେବେ ହଟାତ ରଞ୍ଜିତା ଙ୍କ ଦେହ ଅସୁସ୍ଥ ହେବାରେ ଲାଗିଲା।ବେକ ଧୀରେ ଧୀରେ ହଲିବାକୁ ଲାଗିଲା ଏବଂ ଧୀରେ ଧୀରେ ହାତ ଗୋଡ ସବୁ ମୋଡି ହେଇଗଲା।ଆଉ ଭଲସେ କଥା ବି କହିପାରିଲାନାହିଁ ରଞ୍ଜିତା। ଏବେ ସେ ଅକାମି।ନା ଆଉ ସେ ପାଠ ପଢିପାରିବ ନା ଆଉ କିଛି କାମ ଧାମ କରିପାରିବ।ସତେ ଯେମିତି ପରିବାର ଉପରେ ସେ ଗୋଟେ ପ୍ରକାରର ବୋଝ।ସେପଟେ ସେମିତି ଆଉ ଗୋଟେ ଝିଅ ପଦ୍ମା ସେଭଳି ବଡ଼ ଭଉଣୀ ଙ୍କ ଭଳି ରୋଗ ତାଙ୍କୁ ମଧ୍ୟ ମାଡି ଆସୁଛି।ପଦ୍ମା ର ମଧ୍ୟ ଧୀରେ ଧୀରେ ପେଟ ଗୋଡ଼ ବଢ଼ିବାରେ ଲାଗିଛି।ଏବେ କାର୍ତିକ ଙ୍କ ପରିବାର ଉପରେ ସତେ ଯେମିତି ବଜ୍ର ପଡିଯାଇଛି।ଦିନେ ରାଜମିସ୍ତ୍ରୀ ରୂପେ ପରିଗଣିତ ହେଉଥିଲେ ।ସ୍ତ୍ରୀ ଙ୍କ ପାଗଳାମି ବାହାରିବା ଯାଗୁଁ ବହୁ ଟଙ୍କା ଖର୍ଚ୍ଚ କରି ସ୍ତ୍ରୀ ଙ୍କୁ ଭଲ କଲେ।କିଛି ଟା ଦିନ ହୋଇନାହିଁ ଏବେ ଝିଅ ମାନଙ୍କୁ ଏଭଳି ରୋଗ ଦେଖା ଦେଇଛି।ଯାହା ପାଇଁ ଜମି ବାଡ଼ି ବିକ୍ରି କରି ଏବେ ନିଅନ୍ତ ହୋଇଗଲେଣି ହେଲେ ବି ଚିକିତ୍ସା କରେଇବା ପାଇଁ ଆଉ ଅର୍ଥ ନାହିଁ କି ସାମର୍ଥ୍ୟ ମଧ୍ୟ ନାହିଁ।ଏବେ ଭରସା କେବଳ ଗୁଣି ଗାରେଡି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଙ୍କୀ ବିଜେପି ତରଫରୁ ବୈଦେଶ୍ଵରରେ ପଞ୍ଚାୟତ ବୈଠକ ଅନୁଷ୍ଠିତ

ବାଙ୍କୀ ବିଜେପି ତରଫରୁ ବୈଦେଶ୍ଵରରେ ପଞ୍ଚାୟତ ବୈଠକ ଅନୁଷ୍ଠିତ
Read More...

ନକଲି ନୋଟ୍ କାରବାର କରୁଥିବା ଦୁଇ ଜଣ ଗିରଫ

ନକଲି ନୋଟ୍ କାରବାର କରୁଥିବା ଦୁଇ ଜଣ ଗିରଫ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ନିଆଁ ଲାଗି ବୃଦ୍ଧାଙ୍କ ମୃତ୍ୟୁ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell