ଭଦ୍ରକ-02/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ବାସୁଦେବପୁର ଥାନା ଅଂଚଳରେ ଜାଲ ନୋଟ୍ କାରବାର ୨ ଜଣକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ କଟକ ଜିଲ୍ଲା ମହଙ୍ଗା ଥାନା ଅନ୍ତର୍ଗତ କୌଡକୁଲ୍ ଗ୍ରାମର ପ୍ରିୟରଞ୍ଜନ ନାୟକ (୩୮) ଓ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମର ବିଜୟ କୁମାର ଦାସ (୫୭) । ଅଭିଯୁକ୍ତ ମାନେ ବାସୁଦେବପୁର ଅଞ୍ଚଳର ଜଣେ ବ୍ୟକ୍ତଙ୍କଠାରୁ ଅସଲି ନୋଟ୍ ନେଇ ଡବଲ ନକଲି ନୋଟ୍ ଦେଇଥିଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଖବର ପାଇ ଜାତୀୟ ରାଜପଥରେ ନାଳଙ୍ଗ ନିକଟରେ ତାଙ୍କ ନେଣଦେଣ ବେଳେ ଦୁଇ ଜଣ କୁ ଗିରଫ କରିଥିଲେ । ସେମାନଙ୍କଠାରୁ ଏକ କାର ଓ ଅସଲି ୭୧ ହଜାର ୨୦୦ ତାଙ୍କ ସହ ୪୨ ହଜାର ନକଲି ତାଙ୍କ ଜବତ କରାଯାଇଛି ବୋଲି ଏସ ଡି ପି ଓ ସୂଚନା ଦେଇଛନ୍ତି ।
ଅଜଣା ରୋଗରେ ଆକ୍ରାନ୍ତ ଦୁଇ ଭଉଣୀ
Read More...
ନନ୍ଦାହାଣ୍ଡି ବ୍ଲକ ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
Read More...