ନୟାଗଡ଼-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଗଣିଆ ବ୍ଲକ୍ ର ଆଦିବାସୀ ଅଞ୍ଚଳ ବଡ଼ ସିଲିଙ୍ଗା ପଞ୍ଚାୟତ ର ଭଳିଆ ପଦର ଗ୍ରାମର ଆରତୀ ଜାନି ଗତବର୍ଷ ମେଟ୍ରିକ୍ ପରୀକ୍ଷା ରେ ୪୩୦ ମାର୍କ ଅର୍ଥାତ୍ ୭୧.୪% ମାର୍କ ରଖି କୃତ କାର୍ଯ୍ୟ ହୋଇଥିଲେ। ବଡ଼ ସିଲିଙ୍ଗା ଭଳି ଦୁର୍ଗମ ତଥା ବଣ ଜଙ୍ଗଲ ଘେରା ଆଦିବାସୀ ଅଞ୍ଚଳରେ ବିଜୁଳି ଆଲୁଅ,ରାସ୍ତା ଓ ଯୋଗାଯୋଗ ର କୌଣସି ସୁବିଧା ନଥିବା ବେଳେ ବଣ ମଲ୍ଲୀ ଭଳି ଆରତୀ ନିଜର ଇଚ୍ଛା ଶକ୍ତି କୁ ଉଦ୍ୟମ ରେ ପରିଣତ କରି ସଫଳତା ସାଉଁଟି ଛନ୍ତି। ଆଶା ଥିଲା ଡାକ୍ତର ହୋଇ ନିଜ ଅଞ୍ଚଳର ଲୋକଙ୍କର ସେବା କରିବେ ହେଲେ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ମହାବିଦ୍ୟାଳୟରେ ପଢିବାକୁ ହେଲେ ଆବେଦନ ଓ ଶିକ୍ଷା ଗ୍ରହଣ ନିମନ୍ତେ ଅର୍ଥର ଆବଶ୍ୟକ ହୁଏ। ଏକଥା ଜାଣି ନିଜ ପରିବାରର ସାମର୍ଥ୍ୟ ନଥିବାରୁ ଅତ୍ୟନ୍ତ ମର୍ମାହତ ଥିଲେ। ଏପରିକି ଦଶମ ପରୀକ୍ଷା ଉତ୍ତୀର୍ଣ୍ଣ ପ୍ରମାଣ ପତ୍ର ଆଣିବାକୁ ନିଜ ବିଦ୍ୟାଳୟ କୁ ଯାଇ ନଥିଲେ। ସେହି ବିଦ୍ୟାଳୟ ର ଶିକ୍ଷକ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ଙ୍କୁ ଏକଥା ଜଣାଇବା ପରେ, ସେ ପିଲାଟିର ପରିବାର ସହିତ ଯୋଗାଯୋଗ କରିଥିଲେ। ଏବଂ ଛାତ୍ରୀ ଜଣଙ୍କୁ କିସ୍ ରେ ଶିକ୍ଷାଗ୍ରହଣ ନିମନ୍ତେ ସୁଯୋଗ ଦିଆଯିବା ଖବର ଶୁକ୍ରବାର ଦିନ କିସ୍ ତରଫରୁ ସୂଚନା ମିଳିଛି। ଏ ସମ୍ପର୍କରେ ରେ ଗତ ୧୪ ତାରିଖ ରେ ଦୈନିକ ଖବର କାଗଜ ରେ " ଉଚ୍ଚ ଶିକ୍ଷା ରୁ ବଞ୍ଚିତ ଆଦିବାସୀ ଛାତ୍ରୀ ମେଟ୍ରିକ୍ ରେ ରଖିଥିଲେ ୭୦% ମାର୍କ" ସମ୍ପର୍କିତ ଖବର ପ୍ରଥମେ ପ୍ରକାଶ ପାଇଁ ଥିଲା ସାଂସଦ ଙ୍କ ପ୍ରତିନିଧି ଏ ସମ୍ପର୍କରେ କିସ୍ ର ମ୍ୟାନେଜମେଣ୍ଟ କୁ ଜଣେଇବା ସହିତ ଛାତ୍ରୀ ଟିର ସମସ୍ତ ପ୍ରମାଣ ପତ୍ର ପଠାଇ ଥିଲେ। ଏ ସମ୍ପର୍କରେ କିସ୍ ର ଡେପୁଟି ସି. ଇ. ଓ. ସାଂସଦଙ୍କ ପ୍ରତିନିଧିଙ୍କୁ ଅବଗତ କରିଥିବା ସେ ପ୍ରକାଶ କରିଛନ୍ତି। ଏପରିକି ଜଣେ ଗରିବ ଅସହାୟ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷା ରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ସହାୟତା ର ହାତ ବଢାଇ ଥିବାରୁ କିସ୍ ର ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତଙ୍କୁ ବିଧାୟକ ରମେଶ ଚନ୍ଦ୍ର ବେହେରା,ଗଣିଆ ବ୍ଲକ୍ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ,ସାଂସଦଙ୍କ ପ୍ରତିନିଧି ସଦାଶିବ ମିଶ୍ର ପ୍ରମୁଖ କୃତଜ୍ଞତା ଜଣାଇ
ଇଲେଭେନ୍ ଷ୍ଟାର କ୍ଲବ ପରିସରରେ କମ୍ୟୁନିଷ୍ଟ ଆନ୍ଦୋଳନର ଶତ ବାର୍ଷିକ ଉତ୍ସବ ପାଳିତ.
Read More...
ଶାଗୁଆନ ଗଛ କଟା କୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାମୁହିଁ, ଗଛ କାଟିବା ଲୋକ ଆଣିଲେ ବନ ବିଭାଗ ନାମରେ ଅଭିଯୋଗ
Read More...