OdishaStatenews.com Today : 29-Oct-2020 13:48:18 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଶାଗୁଆନ ଗଛ କଟା କୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାମୁହିଁ, ଗଛ କାଟିବା ଲୋକ ଆଣିଲେ ବନ ବିଭାଗ ନାମରେ ଅଭିଯୋଗ

October 17, 2020, ଓଡ଼ିଶା, ମାଲକାନଗିରି,


ଶାଗୁଆନ ଗଛ କଟା କୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାମୁହିଁ, ଗଛ କାଟିବା ଲୋକ ଆଣିଲେ ବନ ବିଭାଗ ନାମରେ ଅଭିଯୋଗ
Jiban Krushna Das
[ Block Reporter Kalimella ]
OdishaStateNews Bureau
October 17, 2020

କାଲିମେଳା-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ସରକାରଙ୍କ ପକ୍ଷରୁ ପରିବେଷ ରକ୍ଷା ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉ ଥିବା ବେଳେ ଜନସାଧାରଣରେ ସଚେତନ ମଧ୍ୟ କରାଯାଉଛି । ଏହା swate ମାଲକାନଗିରି ଜିଲ୍ଲା କାଲିମେଳା ବନଖଣ୍ଡ ଅଧୀନ ଜଙ୍ଗଲ ଏବଂ ସଂଗ୍ରକ୍ଷିତ ଜଙ୍ଗଲଗୁଡିକରୁ କାଠ ମାଫିଆ ମାନେ ଗଛକାଟି ଜଙ୍ଗଲ ସଫା କରିଦେଉଛନ୍ତି କିନ୍ତୁ ଜଙ୍ଗଲ ଜଗୁଥିବା ରକ୍ଷକ ଯଦି ଶେଷରେ ଭକ୍ଷକ ସାଜେ ତାହା ହେଲେ କହିବା କାହାକୁ କାଲିମେଳା ବନ ବିଭାଗ ନିର୍ଦ୍ଦେଷରେ ଦିନ ଦ୍ବିପହରରେ ଜାତୀୟ ରାଜପଥ କଡରୁ ମୁଲ୍ୟବାନ ଗଛ କଟା ଚାଲିଥିବା ବେଳେ ଗ୍ରାମବାସୀ ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ମାନେ ଏହାକୁ ଧରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲାକନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧିନସ୍ଥ ପେଦାୱାଡା ବିଟ୍ ଅଧିନସ୍ଥ ଏମପିଭି - ୧୨୬ ଜଙ୍ଗଲ ଠାରେ l ଶନିବାର ୨ ଜଣ ଗଛ କଟାଳି ଏବଂ ୨ ଜଣ ଶ୍ରମିକ ମାଲକାନଗିରି ମୋଟୁ ୩୨୬ ଜାତୀୟ ରାଜପଥର ଏମପିଭି ୧୨୬ ଗ୍ରାମ ଶିବ ମନ୍ଦିର ପଛପଟରୁ ଜଙ୍ଗଲଭିରତୁ ୪ ଗୋଟି ମୁଲ୍ୟବାନ ସାଗୁଆନ ଗଛ କାଟୁଥିବା ଦେଖି ସ୍ଥାନୀୟ ଲୋକମାନେ ସେଠାରେ ପହଂଚିଥିଲେ ଏମପିଭି - ୧୨୬ ଗ୍ରାମର ପ୍ରଶନଜିତ ସାହା , ପ୍ରମୋଦ ବିଶ୍ବାସ , ସୁନିଲ ଦାସ , ସରଜିତ ବେପାରି ମୁକୁଲ ଦତ୍ତ ଏବଂ ଜାକଜକୋଣ୍ଡି ଗ୍ରାମର ବାଗା ମାଡକାମି ପ୍ରମୁଖ ଏମାନେ ସମସ୍ତେ ସେଠାରେ ପହଂଚି ଗଛ କାଟୁଥିବା ଲୋକମାନଙ୍କୁ ଗଛ କାହିଁକି କାଟୁଛ ବୋଲି ପଚାରିବାରୁ ଏମପିଭି - ୭୪ ଗ୍ରାମର ଗଛକଟାଳି ବିପୁଲ ବିଶ୍ବାସ ଏବଂ ତାପସ ସରଦାର କହିଥିଲେ ଯେ ଆମକୁ ବନ ବିଭାଗ ପକ୍ଷରୁ ଗଛ କାଟିବା ପାଇଁ କୁହାଯାଇଛି । କାଲିମେଳା ପେଦାୱାଡା ବିଟର ଫରେଷ୍ଟଗାର୍ଡ ଅମ୍ଳାନ ଶଙ୍କର ପରିହାରୀ ଆମକୁ ଗଛ କାଟିବା ପାଇଁ ଡାକିଛନ୍ତି ଗୋଟିଏ ଗଛ କାଟିବା ବାବଦକୁ ୫ଶହ ଟଙ୍କା ଦେବେ ବୋଲି କହିଥିଲେ ଆମେ ଠିକା ହିସାବରେ ଗଛକାଟୁଥିଲୁ ଆମେ କୈଣଷି ବ୍ୟବସାୟୀ କିମ୍ବା ଚୋରା କାରବାର କରିନାହନ୍ତୁ ବୋଲି ସେମାନେ ପ୍ରକାଶ କରିଥିଲେ । ଏଥିସହ ଗଛକଟାଳି ମାନେ ଆହୁରି କହିଛନ୍ତି ଯେ ବନ ବିଭାଗର ଜଣେ ଉଚ୍ଚ ଅଧିକାରୀଙ୍କ ଝିଅର ବିବାହ ପାଇଁ ଏହି ଗଛ କଟାଯାଇ ଖଟ ନିର୍ମାଣ ହେବା ବୋଲି ମଧ୍ୟ ସେମାନେ ପ୍ରକାଶ କରିଥିଲେ ।ଏଥିସହ ଏକ ସପ୍ତାହ ପୂର୍ବରୁ ଏହି ଜଙ୍ଗଲରୁ ୭ଟି ସାଗୁଆନ ଗଛ କାଟି ଏହାକୁ ଗାଏବ କରିଦିଆଯାଇଥିବା ଗ୍ରାମବାସୀ ମାନେ ଦାବି କରିଛନ୍ତି । ତେବେ ଏ ଗଛ କୁଆଡେ ଗଲା ତାହା ତଦନ୍ତ ସାଫେକ୍ଷା ଏହି ଖବର ପାଇ କାଲିମେଳା ରେଞ୍ଜର ରାମଚନ୍ଦ୍ର ମାଡକାମି ଏବଂ ଫରେଷ୍ଟର ଲିପି ପ୍ରଧାନ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।ଗଛ କାଟୁଥିବା ଲୋକମାନେ ରେଞ୍ଜର ଙ୍କ ସମ୍ମୁଖରେ ପରେଷ୍ଟ ଗାର୍ଡ ଗଛ କାଟିବା ପାଇଁ କହିଥିବା କଥା ମଧ୍ୟ କହିଥିଲେ ଏ ବିଷୟରେ ରେଞ୍ଜର ମାଡକାମିଙ୍କୁ ଏହି ଗଛ କାହା ନିର୍ଦ୍ଦେଷରେ କଟାଯାଉଥିଲା ଏବଂ କି ପଦକ୍ଷେପ ନିଆଯିବ ବୋଲି ପଚାରିବାରୁ ସେ କହିଛନ୍ତି ଯେ ଆମେ ଏହାକୁ ଷ୍ଟାମ୍ପି ସିଚ କରି ଗଛ କଟାଳିଙ୍କୁ ଗିରଫ କରିବୁ ବୋଲି କହିଥିବା ବେଳେ କିନ୍ତୁ ଗଛ କଟାଳି ଉକ୍ତ ଫରେଷ୍ଟରାଜ ଉପରେ ଦୋଷ ଲଦିଥିଲେ କିନ୍ତୁ ଏହିସମୟରେ ଫରେଷ୍ଟଗାର୍ଡ ମୁଁ ଅନ୍ୟ ଜାଗାରେ ପଡ଼ିଥିବା ଗଛ କାଟିବାକୁ କହିଥିଲି ବୋଲି ସଫେଇ ଚେଇ ନିଜ ଦୋଷ ଲୋଚାଇବାକୁ ଉଦ୍ୟମକରିଥିଲେ । ଏହି ଘଟଣାରେ ବନ ବିଭାଗ ଅଧିକାରୀ ଠାରୁ କର୍ମଚାରୀ ମାନେ ସିଧାସଳଖ ସାମିଲ ଥିବା ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ଗମ ଆଦିବାସୀ ଅଞ୍ଚଳ ର ଆରତୀଙ୍କୁ ମିଳିଲା କିସ୍ ରେ ସୁଯୋଗ

ଦୁର୍ଗମ ଆଦିବାସୀ ଅଞ୍ଚଳ ର ଆରତୀଙ୍କୁ ମିଳିଲା କିସ୍ ରେ ସୁଯୋଗ
Read More...

ଗଜପତି ଜିଲ୍ଲାର ଜାଣେ ପ୍ରଖ୍ୟାତ ନାଟ୍ୟକାର ଓ ନିର୍ଦ୍ଦେଶକ, କ୍ରିଏଟିଭ ଅର୍ଟସ୍ ର ପ୍ରତିଷ୍ଠାତା ଶିକ୍ଷକ ପ୍ରବୀଣ ପଣ୍ଡା ଙ୍କ ବିୟୋଗରେ ବିିଭିନ୍ନ ମହଲୋରେ ଶୋକ

ଗଜପତି ଜିଲ୍ଲାର ଜାଣେ ପ୍ରଖ୍ୟାତ ନାଟ୍ୟକାର ଓ ନିର୍ଦ୍ଦେଶକ, କ୍ରିଏଟିଭ ଅର୍ଟସ୍ ର ପ୍ରତିଷ୍ଠାତା ଶିକ୍ଷକ ପ୍ରବୀଣ ପଣ୍ଡା ଙ୍କ ବିୟୋଗରେ ବିିଭିନ୍ନ ମହଲୋରେ ଶୋକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପୁଲାଓ୍ବାମା ଆକ୍ରମଣ: ପାକିସ୍ତାନ ସହିତ ଯୁଦ୍ଧ ଚାହୁଁଛନ୍ତି ୪୬ ପ୍ରତିଶତ ଲୋକ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell