OdishaStatenews.com Today : 29-Oct-2020 12:53:07 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଓଡିଶା ମୋ ପରିବାର ‘ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ମୋହନା ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ୧୦୦ ୟୁନିଟ୍ ରକ୍ତ ସଂଗ୍ରହ

October 17, 2020, ଓଡ଼ିଶା, ଗଜପତି,


ଓଡିଶା ମୋ ପରିବାର ‘ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ମୋହନା ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ୧୦୦ ୟୁନିଟ୍ ରକ୍ତ ସଂଗ୍ରହ
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
October 17, 2020

ପାରଳାଖେମୁଣ୍ଡି-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଗଜପତି ଅନ୍ତର୍ଗତ ମୋହନା ବ୍ଲକରେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ’ଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକ୍ରମ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୁଲ୍ୟ’ରେ ଗତକାଲି ବ୍ଲକ ବିଜେଡ଼ି ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି l ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ’ଠାରେ ଆୟୋଜିିିତତ ଏହି ସ୍ଵେଛାକୃତ ରକ୍ତଦାନ ଶିବିର କାାର୍ଯ୍ୟକ୍ରମ’ରେ ବିଜେଡି ଦଳୀୟ ଓ ଦଳ’ର ବିଭିନ୍ନଛାମୁଆ ସଂଗଠନ’ର କର୍ମକର୍ତ୍ତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ସାଂସଦଶ୍ରୀ ଚନ୍ଦ୍ର ଶେଖର ସାହୁ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ୟ୍ଯକ୍ରମ’କୁ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ୟ୍ଯକ୍ରମ’ରେ ସମ୍ମାନୀୟ ଅତିଥି ଭାବରେ ଗଜପତି ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜିକା ସୁଶ୍ରୀ ଇନ୍ଦିରା ପଟ୍ଟନାୟକ , ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ , ଯୁବ ବିଜେଡ଼ି ସଭାପତି ଏସ୍‌.ଲିଙ୍ଗରାଜ , ଦଣ୍ଡାସି ସାହୁ ନଗର ବିଜେଡ଼ି ସଭାପତି ସତ୍ୟନାରାୟଣ ରାଜଗୁରୁ , ଛାତ୍ର ବିଜେଡି ସଭାପତି ବିଶ୍ଵଜିତ ତ୍ରିପାଠୀ , ପାରଳା ରାଜଜେମା କଲ୍ୟାଣୀ ଦେବୀ , ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ପ୍ରମୁଖ ମଞ୍ଚାସୀନ ରହି ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶାର ବିକାଶରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ ଯୋଜନାର ସଫଳତା ସମ୍ପର୍କରେ ବିିସ୍ତ୍ରୁତ ଆଲୋଚନା କରିଥିଲେ ।ମୁଖ୍ୟତଃ ଦଳର ବିଭିନ୍ନ ଜନକଲ୍ୟଣ କାର୍ଯ୍ୟକ୍ରମ ମାଧ୍ୱ୍ୟମରେ ଲୋକଙ୍କ ନିକଟବର୍ତ୍ତୀ ହେବା ସହିତ ସାମାଜିକ ବିକାଶରେ ନିବିଡ଼ଭାବ ସୃଷ୍ଟି ପାଇଁ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ’ର ସଫଳତା ନେଇ ବିଜେଡ଼ି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ।ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ କରୋନା ସଚେତନତାକୁ କ୍ରିୟାଶୀଳ କରାଇ ମାସ୍କ ବ୍ୟବହାର , ସାମାଜିକ ଦୁରତାରକ୍ଷା , ନିୟମିତ ବ୍ୟବଧାନ’ରେ ସାବୁନ’ରେ ହାତଧୁଆ , ଜନସମାଗମ ଠାରୁ ନିଜକୁ ଦୂରେଇ ରଖିବାକୁ ଦଳୀୟ କର୍ମୀ , କର୍ମକର୍ତ୍ତା ତଥା ବିଜୁ ଯୁବ ବାହିନୀ ସମସ୍ତ ପଦକ୍ଷେପ ନେଇଥିଲା l
ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ’ରେ ପାରଳାଖେମୁଣ୍ଡି ବ୍ଲଡ଼ ବ୍ୟାଙ୍କ ଡାକ୍ତର ଶ୍ରୀ ଏନ୍ , ରବି କୁମାର’ଙ୍କ ତତ୍ତ୍ଵାବଧାନରେ ବ୍ଲଡ଼ବ୍ୟାଙ୍କ ସହ କର୍ମୀ ଖଗେଶ୍ୱର ବେହେରା’ଙ୍କ ଦ୍ଵାରା ସ୍ବେଛାସେବିଙ୍କ ଠାରୁ ପ୍ରାୟ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ’ରେ ବିଜେଡିର ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ , ରାଜେନ୍ଦ୍ର ନାୟକ , ସୀମାଞ୍ଚଳ କାର୍ଯୀ , ରାମ ଦଳବେହେରା , ଭାଲେଣ୍ଟିନା ମାଝୀ , ଗତ ବିଧାସଭାରେ ବିଜେଡ଼ି ଦଳର ବିଧାୟକ ପାର୍ଥୀ ପୂର୍ଣ୍ଣବାସୀ ନାୟକ , ଯୁବନେତା ଫିରୋଜ ପଟ୍ଟନାୟକ ଓ ବ୍ଳକ୍ ବିଜେଡି ସଭାପତି ରଂଜୀବ ଶବର ପ୍ରମୁଖ ବହୁ ନେତା ଉପସ୍ଥିତ ରହି ଶିବିର ପରିଚାଳନା କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ’ରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋହନା ଉନ୍ନୟନ ପରିଷଦ ପକ୍ଷରୁ ୧୧ ଗୋଟି ଦାବି ପୁରଣ ନେଇ ବ୍ରହ୍ମପୁର ସାଂସଦ ଙ୍କୁ ଦାବୀ ପାତ୍ର ପ୍ରଦାନ

ମୋହନା ଉନ୍ନୟନ ପରିଷଦ ପକ୍ଷରୁ ୧୧ ଗୋଟି ଦାବି ପୁରଣ ନେଇ ବ୍ରହ୍ମପୁର ସାଂସଦ ଙ୍କୁ ଦାବୀ ପାତ୍ର ପ୍ରଦାନ
Read More...

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ,୪ ଦିନ ଧରି ଚାଲିଥିବା ଜାଗା ମିଶନ କାର୍ଯ୍ୟକ୍ରମ ଉଦଯାପିତ ୮୯୦ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ,୪ ଦିନ ଧରି ଚାଲିଥିବା ଜାଗା ମିଶନ କାର୍ଯ୍ୟକ୍ରମ ଉଦଯାପିତ ୮୯୦ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଏମସିଏଲର ଡାକ୍ତରଖାନାର ଏକ ବନ୍ଦ ଏସି ଭିତରୁ ନାଗସାପ ଉଦ୍ଧାର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell