OdishaStatenews.com Today : 29-Oct-2020 13:32:48 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ,୪ ଦିନ ଧରି ଚାଲିଥିବା ଜାଗା ମିଶନ କାର୍ଯ୍ୟକ୍ରମ ଉଦଯାପିତ ୮୯୦ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ

October 17, 2020, ଓଡ଼ିଶା, ଗଜପତି,


ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ,୪ ଦିନ ଧରି ଚାଲିଥିବା ଜାଗା ମିଶନ କାର୍ଯ୍ୟକ୍ରମ ଉଦଯାପିତ ୮୯୦ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
October 17, 2020

ପାରଳାଖେମୁଣ୍ଡି-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିବସ ଅବସରରେ ଆଜିରାଜ୍ୟ ସରକାରଙ୍କର ଜାଗା ମିଶନ କାର୍ଯ୍ୟକ୍ରମ ଆଜି ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ ଠାରେ ଉଦ୍‌ଯାପିତ ହୋଇଯାଇଛି । ପାରଳାଖେମୁଣ୍ଡି ପୌର ପରିଷଦ ତରଫରୁ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଟାଉନ୍‌ହଲ୍ ଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ,ପାରଳା ବିଧାୟକ କେ.ନାରାୟଣ ରାଓ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ପାରଳାଖେମୁଣଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ନିର୍ଦଦେଶକ ପ୍ରମୁଖ ପ୍ରମୁଖ ଯୋଗ ଦେଇ ଉଦ୍‌ଯାପନୀ ଦିବସରେ ବସ୍ତି ବାସୀନ୍ଦାଙ୍କୁ ଭୂମି ଯୋଗ୍ୟତା ଥିବା ୮୯୦ ଜଣଙ୍କୁପ୍ରମାଣପତ୍ର ବଣ୍ଟନ କରିଥିଲେ । ବସ୍ତିକୁ ବାସପଯୋଗୀ ବସତିରେ ପରିଣତ କରିବା ପାଇଁ ବସ୍ତି ବାସୀନ୍ଦାଙ୍କୁ ଭୂମି ଯୋଗ୍ୟତା ଥିବା ପ୍ରମାଣପତ୍ର ବଣ୍ଟନ ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ଓ ବଳିଷ୍ଠ ପଦକ୍ଷେପ ବୋଲି ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ କହିଥିଲେ । ଏହି ମିଶନ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟକରୀ କରାଯାଇଛି । ପାରଳା ପୌର ପରିଷଦ ନିର୍ବହୀ ଅଧିକାରୀ ଅଶୋକ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ିି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ବିଜେଡ଼ି ଉପସଭାପତି ଲକ୍ଷ୍ମୀ କାନ୍ତ ପରିଛା, ବରିଷ୍ଠ ବିଜେଡ଼ି ନେତା ବସନ୍ତ ଦାସ ,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ, ନଗର ବିଜେଡ଼ି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ଛାତ୍ର ବିଜୁ ଜନତା ଦଳର ସଭାପତି ସୁଜିତ୍ ତ୍ରୀପାଠୀ, ମହିଳା ବିଜେଡ଼ି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରା, ଶାନ୍ତି ଜେନା, ପୂର୍ବତନ ନଗରପାଳ ତଥା ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା ସି.ଏଚ୍. ସିମାଦ୍ରି ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟ କ୍ରମକୁ ୱାୟୀ. ଗାଡେୟା, ବୀର ବେହେରା, ଉଜଲତା ସ୍ୱାଲଷିଂ, ପ୍ରଦୀପ କୁମାର ଲିମ୍ମା ପ୍ରମୁଖ ପରିଚାଳନା କରିଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶା ମୋ ପରିବାର ‘ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ମୋହନା ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ୧୦୦ ୟୁନିଟ୍ ରକ୍ତ ସଂଗ୍ରହ

ଓଡିଶା ମୋ ପରିବାର ‘ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ମୋହନା ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ୧୦୦ ୟୁନିଟ୍ ରକ୍ତ ସଂଗ୍ରହ
Read More...

ମଦ ନେଇଗଲା ଜଣକ ଜୀବନ

ମଦ ନେଇଗଲା ଜଣକ ଜୀବନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ସିଆଲଯୋର ଗ୍ରାମରେ  ହାତୀ ଆତଙ୍କ ଦେଖିବାକୁ ମିଳିଛି  ୩ ମୃତ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell