OdishaStatenews.com Today : 29-Oct-2020 13:07:43 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଜନନୀ ଯନ୍ତ୍ରଣାରେ ଜଙ୍ଗଲୀ ଜୀବନ , ଯାତାୟତ ପଥ ନଥିବା ଯୋଗୁଁ ଶହେଦୁଇ ବଦଳରେ ଖଟିଆ ଭରସା

October 17, 2020, ଓଡ଼ିଶା, ନବରଙ୍ଗପୁର,


ଜନନୀ ଯନ୍ତ୍ରଣାରେ ଜଙ୍ଗଲୀ ଜୀବନ ,  ଯାତାୟତ ପଥ ନଥିବା ଯୋଗୁଁ  ଶହେଦୁଇ ବଦଳରେ ଖଟିଆ ଭରସା
ARJUN CHANDI
[ BLOCK REPORTER CHANDAHANDI NABARANGPUR ]
OdishaStateNews Bureau
October 17, 2020

ଚନ୍ଦାହାଣ୍ଡି-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଫାଇବ୍ ଟି ସରକାରରେ ଜନନୀ ଯନ୍ତ୍ରଣା , ମାଁ କୁ ସମ୍ମାନ ଗାଁ କୁ କାମରେ ଫେଲ୍ ମାରିଛି ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ସମସ୍ତ ପ୍ରକାର ର ଯୋଜନା । ନା ଗାଁକୁ ରହିଛି ଭଲ ରାସ୍ତା ଖଣ୍ଡେ ,ନା ପହଞ୍ଚି ପାରୁଛି ସରକାରଙ୍କ ଶହେଦୁଇ ଓ ଶହେଆଠ ସେବା । ଖଟିଆରେ ବୁହା ଚାଲିଛି ଶହେଦୁଇ ବଦଳରେ । ନିର୍ବାଚନ ବେଳରେ ନେତାଙ୍କର କୁ଼ଢ଼କୁଢ଼ ପ୍ରତିଶୃତି ସବୁ ଏବେ ଫସର ପାଲଟି ଯାଉଛି , ନା ମିଳି ପାରୁଛି ଗାଁକୁ ଭଲ ରାସ୍ତା ଖଣ୍ଡେ ଯାହା ଫଳରେ କି ଏବେ ଭୋଗିବାକୁ ମିଳୁଛି ଜନନୀ ମାନଙ୍କୁ ଯମ ଯନ୍ତ୍ରଣା ।
ଏ ଘଟଣାଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମପଞ୍ଚାୟତ ଭେଲୁଆକୋଟର । ଗାଁ କୁ ଯିବାକୁ ହେଲେ ପାର କରିବାକୁ ପଡ଼ିଥାଏ ଜଙ୍ଗଲ ସହ ନଇନାଳ , ହେଲେ ଆଜି ଗାଁ ର ନର ସାନ୍ତାଙ୍କ ସ୍ତ୍ରୀ ବୁଦୁ ସାନ୍ତାଙ୍କୁ ଗର୍ଭ ଯନ୍ତ୍ରଣା ହୋଇଥିଲା ତେବେ ଦଗାଁ କୁ ଭଲ ରାସ୍ତା ଖଣ୍ଡେ ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଆସି ପାରିବନି ଜାଣି ପରିଜନଙ୍କ ସହଯୋଗରେ ଏକ ଖଟରେ ବୋହି ଦିର୍ଘ ତିନି କିଲୋମିଟର ନେଇ ଅଟୋରେ ଲଦି ପହଞ୍ଚାଇଥିଲେ ହସ୍ପିଟାଲକୁ । ତେବେ ଖାଲି ଏ ଫାଇବ ଟି ସରକାର୍ କେବଳ ଯୋଜନା କରିଦେଇ ନାରା ଦେଇ ନଜର ନଦେବା ଯୋଗୁଁ ଭେଲୁଆକୋଟ ଭଳି ଅପହଞ୍ଚ ଇଲାକାକ ଆଜି ପର୍ଯ୍ଯନ୍ତ ମିଳି ପାରୁନାହିଁ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡେ । ତେବେ କେତେ ଦିନ ଅପେକ୍ଷା କରିବେ ଭେଲୁଆକୋଟ ବାସୀ , କେବେ ପରିବର୍ତ୍ତନ ହେବ ଭେଲୁଆକୋଟ ର ଭାଗ୍ଯ , ପୁଣି କେବେ ଚେତିବ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଦ ନେଇଗଲା ଜଣକ ଜୀବନ

ମଦ ନେଇଗଲା ଜଣକ ଜୀବନ
Read More...

ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା: ୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ

ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା: ୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କୋଟପାଡ଼ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଉଦୟ କିରଣ ପଟ୍ଟନାୟକ ଦଶମ ଶ୍ରେଣୀରେ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell