OdishaStatenews.com Today : 29-Oct-2020 13:53:58 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା: ୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ

October 17, 2020, ଓଡ଼ିଶା, ଯାଜପୁର,


ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା: ୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ
Srikant Biswal
[ ;District Repoter Jajpur ]
OdishaStateNews Bureau
October 17, 2020

ଯାଜପୁର-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଧର୍ମଶାଳା ପୋଲିସକୁ ମିଳଛିି ବଡ ଧରଣର ସଫଳତା । ଏକ ବଡ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି ପୋଲିସ । ୧୧ଜଣ ଡକାୟତ ଗିରଫ ହେବା ସହ ସେମାନଙ୍କ ନିକଟରୁ ନଗଦ ୫ଲକ୍ଷ ୮୯ ହଜାର ଶହେ ଟଙ୍କା, ୭୬ଗ୍ରାମ ସୁନା, ୧୨କେଜି ରୂପା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର, ୧୧ଟି ମୋଇବାଇ, ୪ଟି ବାଇକ ଜବତ ହୋଇଛି । ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଠାରେ ଗତ ୬ ତାରିଖ ରାତିରେ ଏକ ଜଏୁଲାରୀ ବ୍ୟବସାୟୀ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ୩ ଜଣ ଡକାୟତ ଭୁଜାଲୀରେ ଆକ୍ରମଣ କରି ସୁନା, ରୁପା ଓ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।ପୋଲିସ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପକ୍ତୃ ୧୧ ଜଣ ଡକାୟତଙ୍କୁ ଗିରଫ କରିଛି । ଯାଜପୁର ଜିଲ୍ଲା ସମେତ କଟକ, କେନ୍ଦ୍ରାପଡା ଆଦି ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏମାନଙ୍କ ନାଁରେ ଏକାଧିକ ଅପରାଧତ୍କ ମାମଲା । ବିଶେଷ କରି ଏହି ଡକାୟତି ଗ୍ୟାଙ୍କ ଜୁଏଲାରୀ, ସପ୍‌, ପେଟ୍ରୋଲ ପମ୍ପ ଓ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡକିୁ ଟାର୍ଗେଟ୍ କରିଥାନ୍ତି ।ଜିଲ୍ଲା ପୋଲିସକୁ ଏହି ଡକାୟତି ଗ୍ୟାଙ୍ଗକୁ ଠାବ କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା । ଗିରଫ ପରେ ଡକାୟତମାନଙ୍କୁ ଆଜି କୋର୍ଟ ଚାଲାଣ କରଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜନନୀ ଯନ୍ତ୍ରଣାରେ ଜଙ୍ଗଲୀ ଜୀବନ ,  ଯାତାୟତ ପଥ ନଥିବା ଯୋଗୁଁ  ଶହେଦୁଇ ବଦଳରେ ଖଟିଆ ଭରସା

ଜନନୀ ଯନ୍ତ୍ରଣାରେ ଜଙ୍ଗଲୀ ଜୀବନ , ଯାତାୟତ ପଥ ନଥିବା ଯୋଗୁଁ ଶହେଦୁଇ ବଦଳରେ ଖଟିଆ ଭରସା
Read More...

ମୟୂରଭଞ୍ଜ ଜିଲ୍ଲା  ବାରିପଦା  ସହରରେ    ସିବିଆଇର ଚଢାଉ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସିବିଆଇର ଚଢାଉ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମାଣ୍ଡିଆ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell