OdishaStatenews.com Today : 29-Oct-2020 13:30:01 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

୧୮ଦଫା ଦାବୀ ନେଇ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ

October 17, 2020, ଓଡ଼ିଶା, କୋରାପୁଟ,


୧୮ଦଫା ଦାବୀ ନେଇ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ
MANAS RANJAN KAR
[ DAMANJODI REPORTER ]
OdishaStateNews Bureau
October 17, 2020

ଦାମନଯୋଡି-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ୧୮ଦଫା ଦାବୀ ନେଇ କୋରାପୁଟ ଜିଲ୍ଲା ବିଜେପିର ମାଥାଲପୁଟ ମଣ୍ଡଳ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ନାଲକୋ ଟାଉନସିପରେ ଅନୁଷ୍ଠିତ ହୋଇଯାଇଛି।ବିଜେପିର କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନଙ୍କ ପୌରହିତ୍ୟରେ ଓ ମାଥାଲପୁଟ ମଣ୍ଡଳ ସଭାପତି ଚୈତନ୍ୟ ହନ୍ତାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ପ୍ରତି ଉଭୟ ନାଲକୋ ଓ ଜିଲ୍ଲା ପ୍ରଶାସନର ଉଦାସୀନତା ଉପରେ ଆଲୋକପାତ କରାଯାଇଥିଲା।ମାଥାଲପୁଟ ଠାରେ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ,ମରିଚମାଳରେ ପଂଚାୟତ ଗୃହ ନିର୍ମାଣ,ଭେଜାପୁଟ ଓ ମାଥାଲପୁଟରେ ପନିପରିବା ମାର୍କେଟ କମ୍ଲେକ୍ସ ନିର୍ମାଣ,ଚାରାଙ୍ଗୁଳ ପଂଚାୟତକୁ ଦାମନଯୋଡି ଥାନା ଓ ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଶାଇବା,ଡୁମୁରିପୁଟ ଓ ମୋହନପଡାକୁ ନାଲକୋ ପାରିପାର୍ଶ୍ବିକ ଅଂଚଳରେ ସାମିଲ କରିବା,ନାଲକୋ ପାରିପାର୍ଶ୍ବିକ ଅଂଚଳବାସୀଙ୍କୁ ରାସ୍ତାଘାଟ,ପାନୀୟଜଳ,ବିଦ୍ୟୁତ୍,ସ୍ବାସ୍ଥ୍ୟସେବା,ଶିକ୍ଷା ଆଦି ଯୋଗାଇଦେବା ଏବଂ ନାଲକୋ ପାରିପାର୍ଶ୍ବିକ ଅଂଚଳ ବିକାଶ ପାଇଁ ଜିଲ୍ଲା ପ୍ରଶାସନକୁ ଦେଉଥିବା ଅର୍ଥ ପ୍ରଶାସନ କାହିଁକି ସ୍ଥାନୀୟ ଅଂଚଳର ବିକାଶ ପାଇଁ ଖର୍ଚ କରୁନାହିଁ ଆଦି ୧୮ଟି ଦାବୀ ଉପରେ ଆଲୋଚନା କରାଯାଇଥିଲା।ଆଗାମୀ ୧୫ଦିନ ମଧ୍ୟରେ ଉକ୍ତ ଦାବୀ ସମୁହ ପୂରଣ କରିବା ଲାଗି ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ମଣ୍ଡଳ ସଭାପତି ଶ୍ରୀ ହନ୍ତାଳ କହିଛନ୍ତି।ଯଦି ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ଦାବୀଗୁଡିକ ପୂରଣ ନ କରେ ଆଗାମୀ ଦିନରେ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ କହିଛନ୍ତି।ଏହି ବୈଠକରେ ମଣ୍ଡଳ କାର୍ଯ୍ୟକାରିଣୀ କମିଟିର କର୍ମକର୍ତା ସନ୍ତୋଷ ନନ୍ଦ,ତେଜେଶ୍ବର ପାତ୍ର,ବାବୁଲା ଦଳେଇ,ଯାଗ୍ୟସିନୀ ଚୌଧୁରୀ,ବେନୁଧର ସାହୁ,ଗଙ୍ଗା ନାୟକ,ଭଗବାନ ପାଙ୍ଗି,ବିଭିଷଣ ନାଗ,କୁନାଲ ନାୟକ,ଡଲି ସାହୁ,ଚନ୍ଦ୍ର ଜାନି,ନାରାୟଣ ନାୟକ,ପି ଦୋରା,ନର୍ମଦା ଜେନା,ଅଜିତ ପେଟିଆ,ରାମ ଖୋରା,ପୁରି ମାଳି,ସନ୍ତୋଷ ନାୟକ,ସୁରେନ୍ଦ୍ର ପଟନିଆ,କୁମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୟୂରଭଞ୍ଜ ଜିଲ୍ଲା  ବାରିପଦା  ସହରରେ    ସିବିଆଇର ଚଢାଉ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସିବିଆଇର ଚଢାଉ
Read More...

ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟଶରେ ଦାବି ପତ୍ର ପ୍ରଦାନ

ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟଶରେ ଦାବି ପତ୍ର ପ୍ରଦାନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବିରୋଧୀଙ୍କୁ ସୋନିଆଙ୍କ ନିର୍ବାଚନୀ ବାଣ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell