OdishaStatenews.com Today : 28-Oct-2020 01:31:02 AM
ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳଶ, କିଏ ହେବ ସଦର ଭୋଟରଙ୍କ ପ୍ରତିନିଧି… | ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବ୍ୟାପକ ବୈଷୟିକ ବିଦ୍ୟାର ପ୍ରୟୋଗ : ମୁଖ୍ୟମନ୍ତ୍ରୀ | ସାରୁଅ ପରେ ଭୁବନେଶ୍ୱର: ରାଜଧାନୀର ଛାତି ଉପରେ OTV ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା | ଶ୍ରୀମନ୍ଦିର ୮ ଦ୍ଵାର ରୁପା ଛାଉଣି ନେଇ ବୈଠକ ଶେଷ, ବର୍ମା ଟିକରେ ସ୍ଥାପନ ହେବ ରୁପା ଚାଦର | ଏଣିକି ବଦଳିଲା ଗ୍ୟାସ୍ ସିଲିଣ୍ଡରର ହୋମ୍ ଡେଲିଭରୀ ସମ୍ୱନ୍ଧିତ ଆଇନ, | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟଶରେ ଦାବି ପତ୍ର ପ୍ରଦାନ

October 17, 2020, ଓଡ଼ିଶା, ନବରଙ୍ଗପୁର,


ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟଶରେ ଦାବି ପତ୍ର ପ୍ରଦାନ
MIHIR SANKAR PATRA
[ DISTRICT REPORTER NABARANGPUR ]
OdishaStateNews Bureau
October 17, 2020

ନବରଙ୍ଗପୁର-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଉମରକୋଟ କୋରନା ମହାମାରୀ ଭଳି ଏକ ବିକଟାଳ ପରିସ୍ଥିତିରେ ଉମରକୋଟ ମୁନିସିପାଲଟିର ସମସ୍ତ କାର୍ଯ୍ୟ ବନ୍ଦ ହୋଇଥିବା ଭଳି ପରିସ୍ଥିତି ଉପଜିଛି । ଲୋକଙ୍କ ଅଭିଯୋଗ କେବଳ ଅଭିଯୋଗ ରେ ରହିଛି ବାସ୍ତବତାରେ ପରିଣତ ହୋଇପାରୁନାହିଁ ।ଅସରାଏ ବର୍ଷାରେ ଡ୍ରେନ ପାଣି ରାସ୍ତା ରେ ବହୁଛି ।ଅଧାରୁ ଅଧିକ ୱାର୍ଡରେ ଗମନାଗମନ ପାଇଁ ଠିକ୍ ରାସ୍ତା ଟିଏ ନାହିଁ । ମୁଖ୍ୟ ରାସ୍ତାରେ କୁଢ଼ କୁଢ଼ ଆବର୍ଜନା ପଡିରହୁଛି ।ଘର ଡିହ ପଟା ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଆବାସ ବଂଟନ କ୍ଷେତ୍ରରେ ମୁନିସିପାଲଟିର କାର୍ଯ୍ୟ ସଂପୂର୍ଣ୍ଣ ଶୂନ୍ୟ । ଯେଉଁ ଗରିବ ମାନେ ପ୍ରଧାନମନ୍ତ୍ରୀ ଆବାସ ପାଇ ଘର ନିର୍ମାଣ କରିଛନ୍ତି ସେମାନଙ୍କୁ ଏଯାବତ ଟଙ୍କା ମିଳିନାହିଁ । ଯେଉଁ ମାନଙ୍କୁ ପଟା ମିଳିଛି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାହିଁକି ଦିଆଯାଉନାହିଁ । ଯେଉଁ ମାନେ କୋଭିଡ ପୋଜଟିଭ ହୋଇଛନ୍ତି ସେମାନଙ୍କ ଘରକୁ ଠିକ୍ ଭାବରେ ଚିହ୍ନଟ କରାଯାଉନାହିଁ ।କୋଭିଡ ଟେଷ୍ଟିଂ ହେବା ସଙ୍ଗେ ସଙ୍ଗେ ସଂକ୍ରମିତ ନିକଟରେ ଔଷଧ ପହଂଚୁ ନାହିଁ କିମ୍ବା ଠିକ୍ ପରାମର୍ଶ ଦିଆଯାଉନାହିଁ ।କୋଭିଡ ମୃତ୍ୟୁ ଶବକୁ ସାଧାରଣ ଶ୍ମଶାନରେ ସଂସ୍କାର କରାଯାଉଛି । ସାପ୍ତାହିକ ହାଟର ଅବସ୍ଥା ଅତି ଶୋଚନୀୟ । ନୂତନ ଦୋକାନ ଗୃହ କାର୍ଯ୍ୟ ଡ୍ରେନ, ରାସ୍ତା ସବୁ କିଛି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ।କାଞି ହୋଦା ଅଛି କିନ୍ତୁ ରାସ୍ତାରେ ଗାଇ ଗୋରୁ ବୁଲୁଛନ୍ତି ଯଦ୍ବାରା ଦୁର୍ଘଟଣା ମାନ ଘଟୁଛି ।ଗାଇ ଗୋରୁ ଙ୍କୁ କାଞିହୋଦାରେ ରଖିବା ବ୍ୟବସ୍ଥା କରାଯାଉ । ସହର ରେ ବ୍ଲିଚିଂ ପାଉଡର ଏବଂ ମଶା ତେଲର ବ୍ୟବହାର କରାଯାଉନାହିଁ ।ସପ୍ତାହକୁ ଥରେ ସହର କୁ ସାନିଟାଇଜ କରିବାପାଇଁ ଏଭଳି ବିଭିନ୍ନ ପ୍ରକାର ଦାବି ନେଇ ଆଜି ବିଜେପି ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲା ପାଳଙ୍କ ଉଦ୍ୟେଶରେ ମୁନିସିପାଲଟି କାର୍ଯ୍ୟ ନିର୍ବାହ ଅଧିକାରୀ ଉପେନ୍ଦ୍ର ଦୀପ ଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରଦାନ କରିଥିଲେ । ଦାବି ପତ୍ର ପ୍ରଦାନ ବେଳେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ନଗର ସଭାପତି ସୁରେଶ ଆଚାର୍ଯ୍ୟ,କୁରମା ରାଓ, ରମେଶ ଦାସ, ଦେବାଶିଷ, ଜ୍ୟୋତି,ସନତ ଠାକୁର, ମୁନା ସାହୁ, ଆଶିଷ ରାଓ,ଇତିନ ପଣ୍ଡା, ମହିଳା ମୋର୍ଚ୍ଚା ପ୍ରଭାରୀ ପ୍ରଭାତୀ କଲାର, ମନ୍ଦିରା ନାୟକ ଓ ଦଳିତ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଯଦି ଆଗାମୀ ୧୫ ଦିନ ମଧ୍ୟରେ ଏହି ସବୁ ଦାବି ଗୁଡ଼ିକ ପୂରଣ କରାନଯାଏ ତେବେ ଆସନ୍ତା ଦିନରେ ଉମରକୋଟ ମୁନିସିପାଲଟିରେ ଯେଉଁ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ସେଥିପାଇଁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଅଧିକାରୀ ଏବଂ ଓଡ଼ିଶା ସରକାର ଦାୟୀ ରହିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୮ଦଫା ଦାବୀ ନେଇ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ

୧୮ଦଫା ଦାବୀ ନେଇ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ
Read More...

ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟଶରେ ଦାବି ପତ୍ର ପ୍ରଦାନ

ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ୟଶରେ ଦାବି ପତ୍ର ପ୍ରଦାନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଡ୍ଡା ଉପରେ ପୋଲିସ ଚଢ଼ାଉ ; ୮ଜଣ ଗିରଫ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell