OdishaStatenews.com Today : 29-Oct-2020 13:36:16 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ୩୦ ୟୁନିଟ ରକ୍ତ ସଂଗ୍ରହ

October 17, 2020, ଓଡ଼ିଶା, ଗଞ୍ଜାମ,


ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ୩୦ ୟୁନିଟ ରକ୍ତ ସଂଗ୍ରହ
AKASH KUMAR SHARMA
[ BLOCK REPORTER KOIRA SUNDARGARH ]
OdishaStateNews Bureau
October 17, 2020

କୋଇଡା-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଜନ୍ମଦିନ ଅବସରରେ ବଣାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ସହଯୋଗ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ରଂଜିତ କିଷାନ, ରାଉରକେଲା ଜ଼ିଲ୍ଲା ଯୁବ ସଭାପତି ଅବିନାଶ ସୁମନ ବାଗେ, କୋଇଡା ବ୍ଲକ ପୁର୍ବତନ ଉପାଧ୍ୟକ୍ଷ ତଥା ସମାଜସେବୀ ଦିବାକର ନାଏକ ଶିବିରର ଉଦଘାଟନ କରିଥିବା ବେଳେ ଅନ୍ୟ ଅତିଥି ମଧ୍ୟରେ ସୁନ୍ଦରମଣି ପ୍ରଧାନ, ବଣାଇଁ ବ୍ଲକ ଚେୟାରମେନ ମଞ୍ଜୁଲତା କିଷାନ, ମହିଳା ସଭାପତି ସରସ୍ବତୀ ନାୟକ, ଲହୁଣୀପଡ଼ା (ଖ) ଜ଼ିଲ୍ଲା ପରିଷଦ କେଦାର କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରକ୍ତଦାତା ଙ୍କ ଦ୍ୱାରା ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ | ଏହି ରକ୍ତଦାନ ଶିବିରରେ ବଣାଇଁ ନିର୍ବାଚନ ମଣ୍ଡଳୀର ଯୁବ ନେତା ରୋହିତଶ୍ୱ ମିଶ୍ର, ସିପୁନ ମିଶ୍ର, ସରୋଜ ମିଶ୍ର, ଶ୍ରୀକାନ୍ତ ଓଝା, କାନ୍ଦରୁ କିଷାନ, ନେତ୍ରାନନ୍ଦ ନାୟକ, ବୈଲୋଚନ ନାୟକ, ଅଶୋକ କୁମାର ବେହେରା ସମସ୍ତ ଙ୍କୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରସାମ୍ୟ ହରାଇ ଜମିରେ ଓଲଟି ଲା ଟ୍ରକ

ଭାରସାମ୍ୟ ହରାଇ ଜମିରେ ଓଲଟି ଲା ଟ୍ରକ
Read More...

ଗଂଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଗିରଫ, ବାଇକ ଜବତ

ଗଂଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଗିରଫ, ବାଇକ ଜବତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ନରେନ୍ଦ୍ର ମୋଦୀ - କାଶ୍ମୀର ନିଜସ୍ୱ ମାମଲା, ଭାବିଚିନ୍ତି ନିଷ୍ପତି ନିଆଯାଇଛି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell