OdishaStatenews.com Today : 29-Oct-2020 13:11:24 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ମ୍ୟାଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ଏକ୍ସ ଏମ୍ ପି ଶ୍ରୀଯୁକ୍ତ ଝିନ ହିକକା ଙ୍କ ଦ୍ୱାରା ଶୁଭାରମ୍ଭ ।

October 16, 2020, ଓଡ଼ିଶା, କୋରାପୁଟ,


 ମ୍ୟାଲେରିଆ ନିରାକରଣ  ଅଭିଯାନ  କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ଏକ୍ସ ଏମ୍ ପି ଶ୍ରୀଯୁକ୍ତ  ଝିନ ହିକକା ଙ୍କ ଦ୍ୱାରା ଶୁଭାରମ୍ଭ ।
Uttam Nayak
[ Block Reporter Bandhugaon Koraput ]
OdishaStateNews Bureau
October 16, 2020

ବନ୍ଧୁଗାଁ-16/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) କୋରାପୁଟ ବନ୍ଧୁଗାଁ ବ୍ଲକ ର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ମ୍ୟାଲେରିଆ ନୋ ମୋର ଆନ୍ତର୍ଜାତୀୟ ସଂସ୍ଥା ତରଫରୁ ବନ୍ଧୁଗାଁ ବ୍ଲକ ର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମାଇକିଂ ମାଧ୍ୟମରେ ମ୍ୟାଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ପୂର୍ବତନ ଏମ୍ ପି ଶ୍ରୀଯୁକ୍ତ ଝିନ୍ ହିକକା ଦ୍ୱାରା ଉଦଘାଟିତ ହୋଇଯାଇଛି । ବନ୍ଧୁଗାଁ ବ୍ଲକ କୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନି ଓ ପୂର୍ବତନ ଏମ୍ ପି ଶ୍ରୀଯୁକ୍ତ ଝିହ୍ନ
ହିକକା ଙ୍କ ଦ୍ୱାରା ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଶପଥ ପାଠ କରାଇଥିଲେ। ମ୍ୟାଲେରିଆ ନୋ ମୋର ଅନୁଷ୍ଠାନ ତରଫରୁ ଚାରି ଚକିଆ ଯାନ ଓ ଦୁଇ ଚକିଆ ସଜ୍ଜିତ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ମାଇଙ୍କି ଗାଡ଼ି ପ୍ରତି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତାର ବାର୍ତାକୁ ପ୍ରଚାର କରିବ ।କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅତି ସୁନ୍ଦର ଭାବରେ ଶୁଭାରମ୍ଭ ସ୍ଥାନରେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ମାନସ ମଲ୍ଲିକ ,ବିଡ଼ିଓ ଶ୍ରୀ ରଜନୀ କାନ୍ତ ଦାସ ,ମ୍ୟାଲେରିଆ ନୋ ମୋର ଅନୁଷ୍ଠାନ ର ମୁଖ୍ୟ ବିଶ୍ୱଜିତ୍ ମହାପାତ୍ର ,ସି ଡି ପି ଓ ଜେମା ଟପ୍ ,ବି ଇ ଓ ଓ ଡିପି ଏମ୍ ଉପସ୍ଥିତ ରହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଂଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଗିରଫ, ବାଇକ ଜବତ

ଗଂଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଗିରଫ, ବାଇକ ଜବତ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ରେ ଝଞ୍ଜା ବତି ଯୁବକ ସଂଘର ଜିମ୍ ଉଦଘାଟନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ରେ ଝଞ୍ଜା ବତି ଯୁବକ ସଂଘର ଜିମ୍ ଉଦଘାଟନ ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବନ୍ୟାପାଣିରେ ବୁଡିଲା ସିମାନ୍ତ ମୋଟୁ ଅଂଚଳର ମୁଗୀ ପଏଣ୍ଟ ସହ  ନଦୀକୂଳ ଗ୍ରାମ, ମଧୁସୁଦନ ପାର୍କ ଉପରେ ୪ ଫୁଟରେ ପାଣି , ବ୍ୟବସାୟ ଏବଂ ଲୋକଙ୍କୁ ସ୍ଥାନାନ୍ତର କଲେ ପୋଲିସ ଏବଂ ରାଜସ୍ଵ କର୍ମଚାରୀ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell