OdishaStatenews.com Today : 28-Oct-2020 02:19:22 AM
ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳଶ, କିଏ ହେବ ସଦର ଭୋଟରଙ୍କ ପ୍ରତିନିଧି… | ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବ୍ୟାପକ ବୈଷୟିକ ବିଦ୍ୟାର ପ୍ରୟୋଗ : ମୁଖ୍ୟମନ୍ତ୍ରୀ | ସାରୁଅ ପରେ ଭୁବନେଶ୍ୱର: ରାଜଧାନୀର ଛାତି ଉପରେ OTV ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା | ଶ୍ରୀମନ୍ଦିର ୮ ଦ୍ଵାର ରୁପା ଛାଉଣି ନେଇ ବୈଠକ ଶେଷ, ବର୍ମା ଟିକରେ ସ୍ଥାପନ ହେବ ରୁପା ଚାଦର | ଏଣିକି ବଦଳିଲା ଗ୍ୟାସ୍ ସିଲିଣ୍ଡରର ହୋମ୍ ଡେଲିଭରୀ ସମ୍ୱନ୍ଧିତ ଆଇନ, | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଅନ୍‌ଲକ୍ ୫.୦ ନେଇ ନୁଆ ଗାଇଡଲାଇନ୍ ଜାରି

September 30, 2020, ଦେଶ ଦୁନିଆ, ,


ଅନ୍‌ଲକ୍ ୫.୦ ନେଇ ନୁଆ ଗାଇଡଲାଇନ୍ ଜାରି
Debasish Nayak
[ News Bureau Chief ]
OdishaStateNews Bureau
September 30, 2020

ନୂଆଦିଲ୍ଲୀ-ଏଣିକି ଦେଶରେ ଖୋଲିବ ପ୍ରେକ୍ଷାଳୟ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରେକ୍ଷାଳୟ ଖୋଲିପାରିବ । ଅକ୍ୱୋବର ୧୫ରୁ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲାକ୍ ୫.୦ ନେଇ ଜାରି ଗାଇଡଲାଇନରେ ଉଲ୍ଲେଖ ରହିଛି । ଏଥିସହିତ ମଲ୍ଟିପ୍ଳେକ୍ସ, ଥିଏଟର ମଧ୍ୟ ଖୋଲାଯାଇପାରିବ ।ଏ ନେଇ ଆବଶ୍ୟକ ଏସ୍‌ଓପି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯିବ । ସୁଇମିଂ ପୁଲକୁ ଟ୍ରେନିଂ ଏବଂ କ୍ରୀଡ଼ାବିତମାନେ ବ୍ୟବହାର କରିପାରିବେ । ଏ ନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯିବ । ମନୋରଞ୍ଜନ କେନ୍ଦ୍ର, ପାର୍କ ଭଳି ସ୍ଥାନକୁ ଖୋଲିବା ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏ ସମ୍ପର୍କିତ ଏସ୍ଓପି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯିବ ।ଅପରପକ୍ଷରେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କିତ ନିଷ୍ପତ୍ତି ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନେଇପାରିବେ । ତେବେ ଏ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନେ ଅକ୍ଟୋବର ୧୫ ପରେ ନିଷ୍ପତ୍ତି ନେଇପାରିବେ । ସ୍କୁଲ, କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ।ତେବେ ଅନଲାଇନ୍ ଏବଂ ଡିଷ୍ଟାନ୍ସ କ୍ଳାସ୍ ମଧ୍ୟ ଜାରି ରହିବ । ଯେଉଁ ସ୍କୁଲମାନେ ଅନ୍‌ଲାଇନ୍ କ୍ଳାସ୍ କରୁଛନ୍ତି ସେଠାରେ ଛାତ୍ରଛାତ୍ରୀମାନେ ଚାହିଁଲେ ଅନ୍‌ଲାଇନ୍ ମାଧ୍ୟରେ କ୍ଳାସ୍ କରିପାରିବେ ନଚେତ୍ ସିଧାସଳଖ ସ୍କୁଲ ଯାଇ ମଧ୍ୟ କ୍ଳାସ୍ କରିପାରିବେ । ଅଭିଭାବକଙ୍କ ଲିଖିତ ଅନୁମତି ଆଧାରରେ ହିଁ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିପାରିବେ । କ୍ଳାସ୍‌ ଆରମ୍ଭ ହେଲେ ଛାତ୍ରଛାତ୍ରୀ ସ୍କୁଲ ଆସିବା ଓ ନଆସିବା ଏହା ଅଭିଭାବକଙ୍କ ସମ୍ମତି ଉପରେ ହିଁ ନିର୍ଭର କରେ । ଏ ନେଇ କୌଣସି ପ୍ରକାର ବାଧ୍ୟ କରାଯାଇପାରିବନାହିଁ ।ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପିକୁ ଆଧାର କରି ନିଜସ୍ୱ ଏସ୍‌ଓପି ଜାରି କରିବେ । ଯେଉଁ ସ୍କୁଲଗୁଡ଼ିକ ଖୋଲିବ ସେଠାକାର ସରକାରଙ୍କ ପକ୍ଷରୁ ଜାରି ଏସଓପି ମାନିବାକୁ ବାଧ୍ୟ । ତେବେ ଉଚ୍ଚଶିକ୍ଷା ବିଭାଗ ଓ ଶିକ୍ଷା ବିଭାଗ ସ୍କୁଲ ଓ କଲେଜ ଖୋଲିବା ନେଇ ସମୟ ନିର୍ଦ୍ଧାରଣ କରିପାରନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପନ୍ତୀଖାରୀ ପୋଖରୀ ରେ ବୁଡି ନାବାଳକ ମୃତ୍ୟୁ

ପନ୍ତୀଖାରୀ ପୋଖରୀ ରେ ବୁଡି ନାବାଳକ ମୃତ୍ୟୁ
Read More...

ଜୟପୁର ହସ୍ପିଟାଲ ଏବଂ କୋଭିଡ଼ ହସ୍ପିଟାଲର ଅବ୍ୟବସ୍ଥା ନେଇ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର

ଜୟପୁର ହସ୍ପିଟାଲ ଏବଂ କୋଭିଡ଼ ହସ୍ପିଟାଲର ଅବ୍ୟବସ୍ଥା ନେଇ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଭଦ୍ରକ ବିଜୁ ଭବନ ଠାରେ  ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell