OdishaStatenews.com Today : 29-Oct-2020 13:17:57 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୧ରୁ ପାଠପଢା ଆରମ୍ଭ ହେବ,

September 22, 2020, ଦେଶ ଦୁନିଆ, ,


ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୧ରୁ ପାଠପଢା ଆରମ୍ଭ ହେବ,
Debasish Nayak
[ News Bureau Chief ]
OdishaStateNews Bureau
September 22, 2020

ନୂଆଦିଲ୍ଲୀ-22/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ପ୍ରଥମବର୍ଷ ଅଣ୍ଡରଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ସଂଶୋଧିତ ୟୁଜିସି ନିୟମାବଳୀ ଘୋଷଣା କରାଯାଇଛି । ଏ ସଂପର୍କରେ ମଙ୍ଗଳବାରଦିନ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶଲାଲ୍ ପୋଖରିଆଲ ନିଶଙ୍କ ।


ଏହି ନିୟମ ଅନୁସାରେ ଯୁଜି, ପିଜିରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଅକ୍ଟୋବର ୩୧ ସୁଦ୍ଧା ନାମ ଲେଖାଇପାରିବେ ଓ ନଭେମ୍ବର ୧ ରୁ ପଠପଢା ଆରମ୍ଭ ହେବ ।ଏନେଇ ଏକ ସ୍ୱତନ୍ତ୍ର ତାଲିକା ଘୋଷଣା କରାଯାଇଛି । ଏହି ନିୟମାବଳୀରେ କୁହାଯାଇଛି ଯେ ୨୦୨୦-୨୧ ଶିକ୍ଷା ବର୍ଷରେ ଯେଉଁ ଛାତ୍ରଛାତ୍ରୀ ମାନେ ନାଁ ଲେଖାଇବେ ସେମାନଙ୍କ ପାଇଁ ୨୦୨୧ ମାର୍ଚ୍ଚ ୮ ରୁ ମାର୍ଚ୍ଚ ୨୬ ଯାଏ ପ୍ରଥମ ସେମିଷ୍ଟାର ପରୀକ୍ଷା କରାଯିବ । ଦ୍ୱିତୀୟ ସେମିଷ୍ଟାର ୨୨ ଅଗଷ୍ଟ ୨୦୨୧ ରୁ ୨୯ ଅଗଷ୍ଟ ୨୦୨୧ ମଧ୍ୟରେ ହେବ । ଏହାସହ ୩୦ ଅଗଷ୍ଟ ୨୦୨୧ ରୁ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହେବ ।
ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ପାଠପଢା ସମୟ ନଷ୍ଟ ହୋଇଥିବାରୁ ଉଚ୍ଚଶିକ୍ଷାନୁଷ୍ଠାନ ମାନେ ସପ୍ତାହକୁ ୬ ଦିନ ପାଠ ପଢାଇ ତାହାକୁ ଶେଷ କରିବାକୁ ଉଦ୍ୟମ କରିବେ । ସେହିପରି ଛୁଟି ଓ ବିରତି ସମୟକୁ ମଧ୍ୟ ହ୍ରାସ କରି ପାଠପଢାପାଇଁ ସମୟ ବାହାର କରିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦ୍ୟୁତ୍ ବିଭାଗର ଅପାରଗତା ଯୋଗୁଁ ଜଳିଗଲା ଦୁଇବଖରା

ବିଦ୍ୟୁତ୍ ବିଭାଗର ଅପାରଗତା ଯୋଗୁଁ ଜଳିଗଲା ଦୁଇବଖରା
Read More...

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ  ସମୀକ୍ଷା ବୈଠକ

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ହାଇକୋର୍ଟଙ୍କ ରହିତାଦେଶକୁ ଏମସିଏଲ ଅବମାନନା  ଯୋର ଜବରଦସ୍ତ ବୋଲଡଜର  ଲଗାଇ ଭାଙ୍ଗି ଦେଲେ ଘର |
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell