OdishaStatenews.com Today : 29-Oct-2020 12:35:51 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ସଂକ୍ରମଣ ବଢ଼ିବାରୁ ଛତିଶଗଡ଼ର ୧୦ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

September 22, 2020, ଦେଶ ଦୁନିଆ, ,


ସଂକ୍ରମଣ ବଢ଼ିବାରୁ ଛତିଶଗଡ଼ର ୧୦ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌
Debasish Nayak
[ News Bureau Chief ]
OdishaStateNews Bureau
September 22, 2020

ନୂଆଦିଲ୍ଲୀ-22/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରୁ ଭୁ‌ପେଶ ବାଘେଲଙ୍କ ନେତୃତ୍ବାଧୀନ ଛତିଶଗଡ଼ ସରକାର ଆଜି ରାଜ୍ୟର ୧୦ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟ ରାଜଧାନୀ ରାୟପୁର ସମେତ ୧୦ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜିଠାରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଏହା ଜାରି ରହିବ। ରାୟପୁରରେ ଦିନକୁ ପ୍ରାୟ ୧ ହଜାର ସଂକ୍ରମଣ ମାମଲା ଚିହ୍ନଟ ହେଉଥିବାରୁ ରାୟପୁରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି। ରାୟପୁର ଜିଲ୍ଲାପାଳ ଏସ୍‌ ଭାରତୀ ଦସନ୍‌ଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ ଏହା କୁହାଯାଉଛି ଯେ, ସଂକ୍ରମଣର ଚେନ୍‌ ଭାଙ୍ଗିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାୟପୁରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିବା ଆବଶ୍ୟକତା ପଡ଼ିଲା ବୋଲି ସେ କହିଛନ୍ତି। ଲକ୍‌ଡାଉନ୍‌ ସମୟ‌ରେ ରାୟପୁରର ଆନ୍ତରାଜ୍ୟ ସୀମା ଗୁଡ଼ିକ ସିଲ୍‌ ହୋଇଯିବ। ସମସ୍ତ ଅଫିସ୍‌ ଗୁଡ଼ିକ ବନ୍ଦ ରହିବ। ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ୧୦ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁ ଅଫିସ୍‌ ବନ୍ଦ ରହିବ। କେବଳ ମେଡିସିନ୍‌ ଦୋକାନ ଖୋଲା ରହିବ। ସରକାରୀ ଯାନବାହନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଘରୋଇ ସଂସ୍ଥାର ଯାନବାହନକୁ ପେଟ୍ରୋଲ୍‌ ପମ୍ପ୍‌ରେ ପେଟ୍ରୋଲ୍‌ ମିଳିବ ବୋଲି ନିର୍ଦ୍ଦେଶ ରହିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍କଳରତ୍ନ ୰ ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କ ସ୍ମୃତି ସଭା, ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସ୍ମରଣୀକା ଉନ୍ମୋଚନ

ଉତ୍କଳରତ୍ନ ୰ ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କ ସ୍ମୃତି ସଭା, ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସ୍ମରଣୀକା ଉନ୍ମୋଚନ
Read More...

ସକ୍ରିୟ ହେଲା ମୌସୁମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା! ଜାଣନ୍ତୁ ଆଜି ଏବଂ କାଲି କେଉଁଠି ହେବ ବର୍ଷା ?

ସକ୍ରିୟ ହେଲା ମୌସୁମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା! ଜାଣନ୍ତୁ ଆଜି ଏବଂ କାଲି କେଉଁଠି ହେବ ବର୍ଷା ?
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଚିନି ଭାବି ୟୁରିଆ ଖାଇ ୪ଶିଶୁ ଗୁରୁତର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell