ନୟାଗଡ଼-21/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଓଡ଼ଗାଁ ଥାନା ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ବେରୁଆଁବାରି ଗ୍ରାମରେ ପୁଣିନାବାଳିକା ବିବାହ । ୧୬ ବର୍ଷିୟ ନାବାଳିକାକୁ ଏହି ଗ୍ରାମର କୁଞ୍ଜ ନାୟକଙ୍କ ପୁଅ ଆଲୋକ ନାୟକ ଗତ ୧୮ତାରିଖରେ ଉଠାଇ ନେଇ ଥିଲେ । ଝିଅ ପରିବାର ମଧ୍ୟ ବିବାହ ଘଟଣାକୁ ଜାଣି ଅଜଣାର ଅଭିନୟ କରୁଥିଲେ । କୈାଣସି ସୁତ୍ରରୁ ଖବରପାଇ ନୟାଗଡ଼ ଚାଇଲ୍ଡ ଲାଇନ୍ ଏବଂ ବାହାଡ଼ଝୋଲା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ବେରୁଆଁବାରି ଗ୍ରାମରେ ପହଂଚି ବିବାହ ଅଟକାଇ ଥିବା ସୂଚନ ମିଳିଛି । ଏଥିସହିତ ନାବାଳିକାକୁ ଉଦ୍ଧାର କରାଯାଇଛି ା ଜିଲ୍ଲାରେ ଚଳିତ ମାସରେ ୩ଟି ନାବାଳିକା ବିବାହକୁ ନୟାଗଡ଼ ଚାଇଲ୍ଡ ଲାଇନ୍ ତରଫରୁ ଅଟକା ଯାଇଥିବା ସୂଚ଼ନା ମିଳୁଛି । ସରକାରଙ୍କ ତରଫରୁ ଜନ ସଚେତନତା ର ଅଭାବରୁ ଏଭଳି ବେଆଇନ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାଧାରଣରେ ଚଚ୍ଚା଼ ହେଉଛି|
ବିଦ୍ୟୁତ୍ କାଟକୁ ନେଇ ମାତିଲେ ଜନତା ଅସନ୍ତୋଷ
Read More...
ନୟାଗଡ଼ ରେ ପୁଣି ବଧୂ ହତ୍ୟା
Read More...