OdishaStatenews.com Today : 28-Oct-2020 02:17:25 AM
ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳଶ, କିଏ ହେବ ସଦର ଭୋଟରଙ୍କ ପ୍ରତିନିଧି… | ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବ୍ୟାପକ ବୈଷୟିକ ବିଦ୍ୟାର ପ୍ରୟୋଗ : ମୁଖ୍ୟମନ୍ତ୍ରୀ | ସାରୁଅ ପରେ ଭୁବନେଶ୍ୱର: ରାଜଧାନୀର ଛାତି ଉପରେ OTV ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା | ଶ୍ରୀମନ୍ଦିର ୮ ଦ୍ଵାର ରୁପା ଛାଉଣି ନେଇ ବୈଠକ ଶେଷ, ବର୍ମା ଟିକରେ ସ୍ଥାପନ ହେବ ରୁପା ଚାଦର | ଏଣିକି ବଦଳିଲା ଗ୍ୟାସ୍ ସିଲିଣ୍ଡରର ହୋମ୍ ଡେଲିଭରୀ ସମ୍ୱନ୍ଧିତ ଆଇନ, | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଓଡିଶା ପାଇଁ ଗର୍ବର ଦିନ, ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ ପାତ୍ର

September 19, 2020, ଦେଶ ଦୁନିଆ, ,


ଓଡିଶା ପାଇଁ ଗର୍ବର ଦିନ, ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ ପାତ୍ର
Debasish Nayak
[ News Bureau Chief ]
OdishaStateNews Bureau
September 19, 2020

ନୂଆଦିଲ୍ଲୀ-19/09/2020 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଆଜି ଓଡିଶା ପାଇଁ ଏକ ଗର୍ବର ଦିନ । ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି । ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ମହାମାରୀ ରୋଗ ସଂଶୋଧନ ଅଧ୍ୟାଦେଶ ୨୦୨୦ ବିଲ୍‌ ଉପରେ ଆଲୋଚନା ବେଳେ ଓଡିଶାର ସାଂସଦ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି ।


ଆଜି ଦିନର ଗୃହ କାର୍ଯ୍ୟ ସରିବା ପରେ ସସ୍ମିତଙ୍କୁ ଦଳମତ ନିର୍ବିଶେଷରେ ସାଂସଦମାନେ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଭାବେ ପଦାର୍ପଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସସ୍ମିତ ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ଗୃହ ପରିଚାଳନାରେ ତାଙ୍କର ଭଦ୍ର ଆଚରଣ ଏବଂ ଧୈର୍ଯ୍ୟକୁ ସମସ୍ତେ ସ୍ୱାଗତ କରିଛନ୍ତି ।


ସସ୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇବା ପାଇଁ ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । ସେ ଏଥିପାଇଁ ନବୀନ ପଟ୍ଟନାୟକ ଏବଂ ଓଡିଶାର ସାଢ଼େ ୪ କୋଟି ଲୋକଙ୍କୁୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ସାଢେ ୪ କୋଟି ଓଡ଼ିଆଙ୍କ ସହଯୋଗ ଯୋଗୁଁ ଆଜି ରାଜ୍ୟସଭାରେ ବଡ଼ ଦାୟିତ୍ୱ ତୁଲାଇ ପାରିଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଏହା ନିଶ୍ଚିଭାବେ ଏକ ଗୌରବର ଦିନ ।


୨୦ ବର୍ଷ ତଳେ ବିଜେଡିର ସନାତନ ବିଶି ଶେଷ ଥର ପାଇଁ ରାଜ୍ୟସଭ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଥିଲେ । ଏଥରକ ସସ୍ମିତ ପାତ୍ରଙ୍କ ସହ ଅନ୍ୟ ୫ ଜଣ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଲାତି ଦଳରେ ପରିପୁଣ୍ଣ ପଣ୍ତୁଆ (କେନାଲ୍) ତୁରନ୍ତ ସଫେଇ ପାଇଁ ଦାବି କଲେ ଅଞ୍ଚଳ ବାସି

ବିଲାତି ଦଳରେ ପରିପୁଣ୍ଣ ପଣ୍ତୁଆ (କେନାଲ୍) ତୁରନ୍ତ ସଫେଇ ପାଇଁ ଦାବି କଲେ ଅଞ୍ଚଳ ବାସି
Read More...

52 ତମ ପ୍ରତିଷ୍ଠା ଦିବସ ଛାତ୍ର ଛାତ୍ରୀ ଙ୍କ ଅନୁପସ୍ଥିତିରେ

52 ତମ ପ୍ରତିଷ୍ଠା ଦିବସ ଛାତ୍ର ଛାତ୍ରୀ ଙ୍କ ଅନୁପସ୍ଥିତିରେ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପରିବାର ଇଜ୍ଜତ ପାଇଁ ଭଉଣୀର ପ୍ରେମିକକୁ ହତ୍ୟା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell