OdishaStatenews.com Today : 18-Jan-2021 15:22:14 PM
ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

WhatsApp ରେ ଆପଣଙ୍କ ପାଖକୁ ଆସୁଥିବା ମେସେଜ ଫେକ କି ନୁହେଁ, ଜାଣନ୍ତୁ ଗୋଟେ ମିନିଟ୍ ରେ

August 06, 2020, ଅନ୍ୟାନ୍ୟ, ,


WhatsApp ରେ ଆପଣଙ୍କ ପାଖକୁ ଆସୁଥିବା ମେସେଜ ଫେକ କି ନୁହେଁ, ଜାଣନ୍ତୁ ଗୋଟେ ମିନିଟ୍ ରେ

[ ]
OdishaStateNews Bureau
August 06, 2020

06/08/2020-(ଓଡିଶା ଷ୍ଟେଟ ନିଉଜ ବ୍ୟୁର) ଫରଜି ଖବର ପ୍ରସାରଣକୁ ରୋକିବା ତଥା ମେସେଜ ଗୁଡିକୁ ନିଜ ସାଇଟରୁ ହଟାଇବା ପାଇଁ ସୋସିଆଲ ମିଡ଼ିଆ କମ୍ପାନୀ Whatsapp ଲଗାତାର ଚେଷ୍ଟା କରି ଆସୁଛି । ଫେକ ନ୍ୟୁଜ ପ୍ରଘଟକୁ ରୋକିବା ପାଇଁ କମ୍ପାନୀ ପ୍ରଥମେ ନିଜ ଫରୱାର୍ଡ଼ଇଙ୍ଗ ସିଷ୍ଟମ ଉପରେ ରୋକ ଲଗାଇଥିଲା । ଏହା ପରେ ନିଜ ମେସେଜ ଗୁଡିକ ଉପରେ ଲେବଲିଙ୍ଗ କରାଯିବା ଆରମ୍ଭ କରିଥିଲା । ଅର୍ଥାତ ଯଦି କେହି କୌଣସି ମେସେଜକୁ ବାରମ୍ବାର ଫରୱାର୍ଡ଼ କରିବାକୁ ଚେଷ୍ଟା କରନ୍ତି ତେବେ ଏହା ଉପରେ ଦୁଇଟି ଏରୋ ମାର୍କ ଆସିବ । ତାହା ଦ୍ୱାରା ଜଣାପଡ଼ିଯିବକି ମେସେଜଟି ଅନେକ ଥର ଫରୱାର୍ଡ଼ ହୋଇଛି ବୋଲି ।ଏହା ସହ WhatsApp କମ୍ପାନୀ ଫେକନ୍ୟୁଜକୁ ରୋକିବା ପାଇଁ ଏକ ନୂଆ ଟୁଲ ଜାରି କରିଛନ୍ତି । ଯାହାର ନାମ କମ୍ପାନୀ ପକ୍ଷରୁ “ସର୍ଚ୍ଚ ଟୁଲ” ରଖାଯାଇଛି | ଏହି ଫିଚର ପାଇଁ WhatsApp କମ୍ପାନୀ google କମ୍ପାନୀ ସହ ଏକ ଟାଇ ଅପ ମଧ୍ୟ କରିଛି । ଏହି ନୂଆ ଫିଚର ବାବଦରେ କମ୍ପାନୀ ନିଜ ବ୍ଲଗରେ ହିଁ ଉଲ୍ଲେଖ କରିଛି । ତେବେ ଜାଣି ରଖନ୍ତୁ ଏହି ନୂଆ ଫିଚରଟି କେମିତି କାର୍ଯ୍ୟ କରିବ । ମନେ କରନ୍ତୁ ଆପଣଙ୍କ ପାଖକୁ ଲିଙ୍କ ସହ କିଛି ଖବର ଆସୁଛି । ଏହି ଲିଙ୍କର ଡାହାଣ ପାର୍ଶ୍ବରେ ଆପଣଙ୍କୁ ଏକ ସର୍ଚ୍ଚ ଆଇକନର ବଟନ ଦେଖାଯିବ । ଏହା ଉପରେ କ୍ଲିକ କରିବା ମାତ୍ରେ ହିଁ ଗୁଗୁଲ ଖୋଲିଯିବ । ତତକ୍ଷଣାତ ଆପଣଙ୍କୁ ଖବର ସହ ଜଡିତ ସମସ୍ତ ଲିଙ୍କ୍ସ ମିଳିଯାଇପାରିବ ।ଏହାଦ୍ୱାରା ଆପଣଙ୍କୁ ମାତ୍ର ଗୋଟିଏ କ୍ଲିକରେ ହିଁ ଜଣାପଡ଼ିଯିବକି ଖବରଟି ପ୍ରକୃତରେ ଫର୍ଜି କି ନୁହେଁ ବୋଲି । ଯଦି WhatsApp ଟିମ ଏହି ଖବରକୁ ପୂର୍ବରୁ ହିଁ ଫ୍ୟାକ୍ଟ ଚେକ କରିଥିବେ ତ ତାହାର ଲିଙ୍କ ବି ଆପଣଙ୍କୁ ମିଳିଯିବ । କମ୍ପାନୀର ଏହି ନୂଆ ଫିଚର ବ୍ରାଜିଲ, ଇଟାଲୀ, ଆୟରଲ୍ୟାଣ୍ଡ, ମେକ୍ସିକୋ, ସ୍ପେନ, ବ୍ରିଟେନ ଓ ଆମେରିକା ପରି ଦେଶ ଗୁଡିକରେ ଲାଇଭ ଆରମ୍ଭ ହୋଇଯାଇଛି । ଭାରତରେ ଏହାର ଲଞ୍ଚିଙ୍ଗ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଖୁବ ଶୀଘ୍ର ଏହା ଆରମ୍ଭ ହୋଇଯିବ ବୋଲି ଜଣାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଲାଙ୍ଗୀର ଜିଲ୍ଲା ପୁଣି ଶଟଡାଉନ ଘୋଷଣା

ବଲାଙ୍ଗୀର ଜିଲ୍ଲା ପୁଣି ଶଟଡାଉନ ଘୋଷଣା
Read More...

ଓଡ଼ିଶା- ଆନ୍ଧ୍ର ପ୍ରଦେଶ ସୀମା ଢାମୁଣିଗାଁ ନାକା ପୋଏଣ୍ଟର ଭାଙ୍ଗି ପଡ଼ିଲା ଲୁହାଗେଟ ଅଳ୍ପେକେ ବର୍ତ୍ତିଲେ ନାକା ପୋଏ ନ୍ଟ ର କର୍ମଚାରୀ

ଓଡ଼ିଶା- ଆନ୍ଧ୍ର ପ୍ରଦେଶ ସୀମା ଢାମୁଣିଗାଁ ନାକା ପୋଏଣ୍ଟର ଭାଙ୍ଗି ପଡ଼ିଲା ଲୁହାଗେଟ ଅଳ୍ପେକେ ବର୍ତ୍ତିଲେ ନାକା ପୋଏ ନ୍ଟ ର କର୍ମଚାରୀ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କାହିଁକି ବାରମ୍ବାର ପାଣିକୁ ଫୁଟା ଯାଏ ନାହିଁ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell