29/07/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ)-ନଡ଼ିଆ ଏକ ଏପରି ଫଳ ଯାହାକୁ ଆପଣ ଖାଇପାରିବେ, ସେଥିରୁ ବାହାରୁଥିବା ପାଣିକୁ ପିଇପାରିବେ, ଏଥିରୁ ତେଲ ବି ମାରିପାରିବେ। ଗୋଟାଏ ଫଳ ହେଲେ ବିଭିନ୍ନ ପ୍ରକାରର ବ୍ୟବହାର କରିପାରିବେ ଆପଣ। ନଡ଼ିଆ କେବଳ ପାଟିକୁ ସୁଆଦ ଲାଗୁଥିବା ପରି ଏକ ଫଳ ନୁହେଁ ବରଂ ଏଥିରେ ଅନେକ ଭଲ ଗୁଣ ରହିିଛି, ଯାହାକି ଶରୀର ପାଇଁ ଖୁବ୍ ଉପକାରୀ।
ନଡ଼ିଆରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଛି। ଭିଟାମିନ୍ ବି ମଧ୍ୟ କିଛି ପରିମାଣରେ ରହିଛି ନଡ଼ିଆରେ। କେତେକ ଗୁରୁତ୍ବପୂର୍ଣ୍ଣ ମିନେରାଲ୍ ଥିବା ଏହି ନଡ଼ିଆକୁ ଖାଇବା ଦ୍ବାରା ଶରୀର ଫୂର୍ତ୍ତି ହୋଇଥାଏ।ଏଥିରେ ପ୍ରବଳ ମାତ୍ରାରେ ଗ୍ୟାଗ୍ନେସିୟମ୍ ରହିଛି, ଯାହାକି ହାଡ଼କୁ ଶକ୍ତ କରିବାରେ ସହାୟ ହେବ। ଏଥିରେ କପର୍ ଓ ଆଇରନ୍ ମଧ୍ୟ ରହିଛି। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍ ଆମ ସେଲ୍କୁ ସୁରକ୍ଷା ଦେଇଥାଏ।
ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହୃଦ୍ରୋଗୀମାନଙ୍କ ପାଇଁ ନଡ଼ିଆ ଖାଇବା ବହୁତ ଭଲ ହୋଇଥାଏ। ଏହାକୁ ଖାଇବା ଦ୍ବାରା ହୃଦ୍ଘାତର ସମ୍ଭାବନା କମ୍ ରହିଥାଏ।
ଏହା ପେଟରେ ଥିବା ଅତିରିକ୍ତ ଚର୍ବିକୁ କମ୍ କରିଥାଏ। ଶରୀରରେ ଜମିଥିବା ଅତିରିକ୍ତ ଚର୍ବି ମଧୁମେହ ଓ ହୃଦ୍ରୋଗର କାରଣ ହୋଇଥିବାରୁ ନଡ଼ିଆ ଖାଇବା ଦ୍ବାରା ଏହି ଦୁଇ ରୋଗକୁ ଦୂରେଇ ଦେଇ ହେବ।
ଜିଲ୍ଲାପାଳକ୍ଷମତା ପ୍ରୟୋଗ କଲେ ସରପଂଚ ଖମାର ପଂଚାୟତ କୁ 5 ଦିନ ପାଇଁ ସର୍ଟଡାଉନ ଘୋଷଣା କଲେ।
Read More...
କାଲିମେଳା ବ୍ଳକ ସାଂସଦ ପ୍ରତିନିଧି ଭାବେ ନିଯୁକ୍ତ ହେଲେ ଇ ଭେଙ୍କଟ ରାଓ
Read More...