କଳାହାଣ୍ଡି-19/07/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ରାଜ୍ୟ ସରକାର ଏକ ନିଷ୍ପତ୍ତି କ୍ରମେ ସ୍ୱାସ୍ଥ୍ୟ ସେବା ପାଇବା କ୍ଷେତ୍ରରେ ଅବହେଳିତ କେବିକେ ଜିଲ୍ଲା ଅନ୍ତର୍ଗତ ୬ ଗୋଟି ଜିଲ୍ଲାରୁ ଶହେ ଜଣ ଡାକ୍ତରଙ୍କୁ କୋରନା ସଂକ୍ରମଣ ଜିଲ୍ଲାକୁ ପଠେଇବା ନିଷ୍ପତ୍ତି କୁ ଦୃଢ଼ ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା, ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ।ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ତୀବ୍ର ସମାଲୋଚନା କରି କୋରନା ପରି ମହାମାରୀ ସମୟରେ ଆବଶ୍ୟକ ସାମଗ୍ରୀ ଯଥା ସ୍ୱାସ୍ଥ୍ୟ କିଟ, ମାସ୍କ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ କ୍ରୟ ରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ।ଏହି ମହାମାରୀ ସମୟରେ ରାଜ୍ୟ ସରକାର ଲୋକଙ୍କୁ ସଠିକ ଭାବରେ ସେବା ଯୋଗାଇବାରେ ଅସଫଳ ହୋଇଥିବା ଅଭିଯୋଗ କରିଛନ୍ତି ।
ଆଗାମୀ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର କେବିକେ ଅଂଚଳର ୬ ଗୋଟି ଜିଲ୍ଲାରୁ ଶହେ ଡାକ୍ତରଙ୍କୁ କୋରନା ସଂକ୍ରମିତ ଜିଲ୍ଲା କୁ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତ୍ୟାହାର ନ କଲେ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ରାଜ ରାସ୍ତା କୁ ଓଲ୍ଲେଇବା ସକାଶେ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ, ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜେନାପୁର ରାଜସ୍ୱ ବଙ୍ଗଳା ଏବେ ସରୀସୃପ ଙ୍କ ଆଡ୍ଡାସ୍ଥଳୀ..
Read More...
କାର ଓ ବସ ଧକ୍କା ରେ 5 ମୃତ ଏବଂ 20 ରୁ ଅଧିକ ଆହତ
Read More...