OdishaStatenews.com Today : 21-Apr-2021 16:39:24 PM
ବାତିଲ ହେଲା ମାଟ୍ରିକ ପରୀକ୍ଷା, ପରୀକ୍ଷା ବାତିଲ ନେଇ ଘୋଷଣା… କରୋନା ସକାଶେ ୫ ଦିନ ପାଇଁ ବନ୍ଦ ହେଲା ସମ୍ବଲପୁର… ଏପ୍ରିଲ୍‌ ୨୬ ପର୍ଯ୍ୟନ୍ତ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଘୋଷଣା… କରୋନା ପଜିଟିଭ୍‌ ହେଲେ ଏମ୍‌ଏସ୍‌ ଧୋନିଙ୍କ ବାପାମାଆ ଗୋଟିଏ ଘରେ ୬୦ ଯୁବତୀଙ୍କୁ ତାଲା! ଘର ସହ ‌କଥା ହେବାକୁ ଦିଆ… |

ଅନୁଗୋଳ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଉଛନ୍ତି ଗଞ୍ଜାମ ଫେରନ୍ତା ।

July 18, 2020, ଓଡ଼ିଶା, ଅନୁଗୁଳ,


ଅନୁଗୋଳ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଉଛନ୍ତି ଗଞ୍ଜାମ ଫେରନ୍ତା ।
SUMANTA KUMAR PRADHAN
[ BLOCK REPORTER PALLAHARA ANUGUL ]
OdishaStateNews Bureau
July 18, 2020

ଅନୁଗୋଳ--18/07/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ରେ ଆଜି ଗୋଟିଏ ଦିନରେ ୬ ଜଣ ପଜିଟିଭ ସ୍ପଷ୍ଟ ହେବା ସହ ସମସ୍ତେ ଗଞ୍ଜାମ ଫେରନ୍ତା ବୋଲି ଜଣାପଡ଼ିଛି।ଅନୁଗୋଳକୁ ଟେନସନ ଗଞ୍ଜାମ ଫେରନ୍ତା 6 ନୂଆ ଆକ୍ରାନ୍ତ। ପ୍ରଥମେ ସଙ୍ଗରୋଧ, ପରେ ଗ୍ରାମାଞ୍ଚଳ ଏବଂ ଶିଳ୍ପାଞ୍ଚଳ ପରେ ଏବେ ଅନୁଗୋଳ ସହରାଞ୍ଚଳରେ ଚିହ୍ନଟ ହୋଇଛନ୍ତି କୋରୋନା ପଜିଟିଭ । ଯାହା ଏବେ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସହରରେ 5 ସମେତ ଜିଲ୍ଲାରେ ଶୁକ୍ରବାର ପୁଣି ୬ ଜଣ କୋଭିଡ 19 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଅନୁଗୋଳ ପୌରାଞ୍ଚଳର ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି । ସମସ୍ତେ ଗଞ୍ଜାମ ଫେରନ୍ତା ଏବଂ ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି । ତେବେ ସହର ବାହାରେ ବାହାରିଥିବା ଜିଲ୍ଲାର ଅନ୍ୟ ଆକ୍ରାନ୍ତ ଜଣକ ମଧ୍ୟ ଗଞ୍ଜାମ ଫେରନ୍ତା । ସେ ଛେଣ୍ଡିପଦା ବ୍ଲକର ଜଣେ ମହିଳା ବୋଲି ସୂଚନା ରହିଛି । ସେହିଭଳି କୋରୋନା ଯୋଗୁଁ ଜିଲ୍ଲାରେ ଦ୍ଵିତୀୟ ଲୋକର ମୃତ୍ୟୁ ହୋଇଛି । ମୃତକ ଜଣକ ତାଳଚେର ଅଞ୍ଚଳର । ସେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 2ରେ ପହଞ୍ଚିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋରନା କୁ ହରାଇ କାଯ୍ୟରେ ଯୋଗ ଦେଇଛନ୍ତି ରଙ୍ଗେଇଲୁଣ୍ଡା ବିଡିଓ

କୋରନା କୁ ହରାଇ କାଯ୍ୟରେ ଯୋଗ ଦେଇଛନ୍ତି ରଙ୍ଗେଇଲୁଣ୍ଡା ବିଡିଓ
Read More...

ତାଳଚେର ପୌରାଞ୍ଚଳରେ ଆକାଶଛୁଆଁ ଗୃହଟିକସ

ତାଳଚେର ପୌରାଞ୍ଚଳରେ ଆକାଶଛୁଆଁ ଗୃହଟିକସ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ତବୁଙ୍କ ପ୍ରେମ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell