OdishaStatenews.com Today : 29-Oct-2020 13:28:19 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଏହି ୬ଟି ଜିନିଷ ସାମିଲ କରନ୍ତୁ ନିଜ ଡାଏଟ୍ ରେ… କିଡନୀ ଓ ରକ୍ତ ଚାପରୁ ହେବେ ମୁକ୍ତ

July 14, 2020, ଖାଦ୍ୟ ଓ ଭ୍ରମଣ, ,


ଏହି ୬ଟି ଜିନିଷ ସାମିଲ କରନ୍ତୁ ନିଜ ଡାଏଟ୍ ରେ… କିଡନୀ ଓ ରକ୍ତ ଚାପରୁ ହେବେ ମୁକ୍ତ
OdishaStateNews Bureau
July 14, 2020

ଆଜିକାଲି ଲୋକେ ଜଙ୍କ ଫୁଡ୍ ଖାଇବା ଅଧିକ ପସନ୍ଦ କରନ୍ତି । ପାଟିର ସ୍ୱାଦ ପାଇଁ ସମସ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରନ୍ତି ସତ, କିନ୍ତୁ ଏହା ଶରୀରକୁ ଆବଶ୍ୟକ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଯୋଗାଇ ନଥାଏ । ଏହା ଶରୀରରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଜଙ୍କ ଫୁଡ୍ ଯୋଗୁଁ ଫୁସଫୁସ ସମ୍ବନ୍ଧୀୟ ଅନେକ ଅସୁବିଧା ହୋଇଥାଏ ।


ଏଥିପାଇଁ ଫୁସଫୁସ ରୋଗର ଅନେକ ଲକ୍ଷଣ ଦେଖାଯାଏ, ଯେଉଁଥିପାଇଁ ପ୍ରବଳ କାଶ, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, ମୁଣ୍ଡ ବିନ୍ଧା, ଛାତି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ଆଜିକାଲି କରୋନାରେ ମୃତ୍ୟୁ ହେଉଥିବା ଅଧିକାଂଶ ଲୋକେ ମଧୁମେହ ବା ଉଚ୍ଚରକ୍ତଚାପ ପୀଡିତ ଥାନ୍ତି । ଦେଶରେ ତଥା ବିଶ୍ୱରେ କରୋନା ଜୀବାଣୁ ମହାମାରୀକୁ ଦୃଷ୍ଟିରେ ରଖି ଶରୀରର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଯାଇଛି । ସେଥିପାଇଁ ନିତିଦିନିଆ ଡାଏଟ ରେ କିଛିଟା ଆଇଟମ୍ ସାମିଲ କରିବା ଆବଶ୍ୟକ ।


ରସୁଣ


ପ୍ରତିଦିନ ନିଜ ଖାଇବା ମେନୁରେ ରସୁଣ ସାମିଲ କରିବା ଜରୁରୀ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ଅନ୍ୟ ରୋଗ ସହ ଲଢିବା ପାଇଁ ସହଯୋଗ କରେ । ରସୁଣ ଖାଇଲେ ଥଣ୍ଡା ଜ୍ୱର ହୁଏ ନାହିଁ । ତେଣୁ, ଖାଦ୍ୟ ଖାଇବା ପରେ ରସୁଣ ଖାଇଲେ , ଶରୀରରେ କଫ ଜମେ ନାହିଁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଗୋଟେ ଗ୍ଲାସ ପାଣିରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ପିଇଲେ ଶରୀର ସୁସ୍ଥ ରୁହେ । ଶିଶୁମାନଙ୍କୁ ମଧ୍ୟ ଏହା ପ୍ରତିଦିନ ପିଆଇବା ଉଚିତ୍ । କାରଣ ଏହା ତାଙ୍କ ଫୁସଫୁସକୁ ସୁରକ୍ଷିତ ରଖିବାରେ ସହଯୋଗ କରେ ।


ଗାଜର


ଗାଜରରେ ବିଭିନ୍ନ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଗାଜର କୈରୋଟିନୋଏଡ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ କର୍କଟ ରୋଗ ହ୍ରାସ ହେବାର କାରଣ ସହିତ କୈରୋଟିନୋଏଡ ଜଡିତ। ଗାଜରକୁ କଞ୍ଚା ଖାଇବା ସହ ସିଝାଇ ବା ରାନ୍ଧି ଖାଇଲେ ଏହା ଶରୀପର ପାଇଁ ଲାଭଦାୟକ ହୋଇଥାଏ ।


ଅଦା ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ପ୍ରବେଶ କରିନଥାଏ । ବିଶେଷ କଥା ହେଉଛି ଅଦାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି କର୍କଟ ଗୁଣ ଶରୀରକୁ ସୁରକ୍ଷିତ ରଖେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁନିଗୁଡା ଖମଣସାହିରୁ ଚୋରୀ ଜିନିଷ ଦୁଵେସାହି ବନ୍ଧ ପାଖରେ ପଡିଥିଵା ପୋଲିସ ଉଦ୍ଧାର କରିଛି।

ମୁନିଗୁଡା ଖମଣସାହିରୁ ଚୋରୀ ଜିନିଷ ଦୁଵେସାହି ବନ୍ଧ ପାଖରେ ପଡିଥିଵା ପୋଲିସ ଉଦ୍ଧାର କରିଛି।
Read More...

ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଓ ପରେ ଗର୍ଭବତୀକରିବାଅଭଯୋଗରେ ଗୁରାଣ୍ଡି ପୋଲିସ ଏକ ଭଣ୍ଡବାବାକୁ ଗିରଫ କରିଛି

ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଓ ପରେ ଗର୍ଭବତୀକରିବାଅଭଯୋଗରେ ଗୁରାଣ୍ଡି ପୋଲିସ ଏକ ଭଣ୍ଡବାବାକୁ ଗିରଫ କରିଛି
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅନାଥା ଆଶ୍ରମରେ ନା ବାଳିକାର ମୃତ୍ୟୁ କୁ ନେଇ ପରିବାର ଲୋକେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ,
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell