OdishaStatenews.com Today : 29-Oct-2020 13:35:48 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ନାଲକୋ କର୍ମଚାରୀଙ୍କୁ ଠକେଇ ଏକ ମିଥ୍ୟା ଘଟଣା

June 23, 2020, ଅନ୍ୟାନ୍ୟ, କୋରାପୁଟ,


ନାଲକୋ କର୍ମଚାରୀଙ୍କୁ ଠକେଇ ଏକ ମିଥ୍ୟା ଘଟଣା
MANAS RANJAN KAR
[ DAMANJODI REPORTER ]
OdishaStateNews Bureau
June 23, 2020

ଦାମନଯୋଡି-(୧୯/୦୬)-ସୋସିଆଲ ମିଡିଆରେ ମିଥ୍ୟା ଅଭିଯୋଗ ଆଣି ଅପମାନଜନିତ ଟିପ୍ପଣୀଦେବା ଘଟଣାକୁ ନେଇ ଦାମନଯୋଡି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଏ.ପି.ସ୍ମାର୍ଟ କ୍ୟାପିଟାଲ ସଂସ୍ଥାର ନିର୍ଦେଶକ ଆଶୁତୋଷ ପାତ୍ର ଦାମନଯୋଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ କରାଯିବବୋଲି ଥାନା ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ,ଭୁବନେଶ୍ବର ସହିଦନଗର ଅଂଚଳର ଆଶୁତୋଷ ପାତ୍ର ଏ.ପି.ସ୍ମାର୍ଟ କ୍ୟାପିଟାଲ ନାମକ ଏକ ସଂସ୍ଥାର ନିର୍ଦେଶକ ଅଛନ୍ତି।ଏହା ସହିତ ସେ ଆଇସିଆଇସିଆଇ ପ୍ରୋଡୁନସିଆଲ୍ ଲାଇଫ୍ ଇନସୁରାନସ୍ କଂପାନୀର ସେଲସ୍ ଆଡଭାଇଜର ଅଛନ୍ତି।ଗତ ମେ ମାସ ୨୬ତାରିଖରେ ଆଶୁତୋଷ ଦାମନଯୋଡି ଆସି ଅମରେନ୍ଦ୍ର ମହାନ୍ତି ନାମକ ଜଣେ ନାଲକୋ କର୍ମଚାରୀଙ୍କୁ ଭେଟିଥିଲେ ଏବଂ ଆଇସିଆଇସିଆଇ ପ୍ରୋଡୁନସିଆଲ ଲାଇଫ ଇନସୁରାନସ୍ କଂପାନୀରେ ପୁଞିନିବେଶ କରିବାକୁ ଅମରେନ୍ଦ୍ରଙ୍କୁ କହିଥିଲେ।ଅମରେନ୍ଦ୍ର ଆଶୁତୋଷଙ୍କୁ ଆବଶ୍ୟକୀୟ କାଗଜପତ୍ର ଦେଇଥିଲେ।ପରବର୍ତୀ ସମୟରେ ଅନ୍ୟଜଣେ ପ୍ରତିଦ୍ବନ୍ଦୀ ଅମରେନ୍ଦ୍ରଙ୍କୁ ଭେଟି ଆଶୁତୋଷଙ୍କ ନାମରେ କପୋଳକଳ୍ପିତ ମିଥ୍ୟା ଅଭିଯୋଗ କରିଥିଲେ।ଏହି ବିଷୟରେ ସୋସିଆଲ ମିଡିଆ ଓ ଖବରକାଗଜରେ ନାଲକୋ କର୍ମଚାରୀଙ୍କୁ ଠକେଇ ଶୀର୍ଷକ ଏକ ଖବର ପ୍ରସାରିତ ହୋଇଥିଲା।ତେବେ ଖବର ଶୁଣିବାପରେ ଆଶୁତୋଷ ଦାମନଯୋଡି ଥାନାକୁ ଆସିଥିଲେ।ସେ କାହାରିକୁ ଠକି ନାହାଁନ୍ତି ଓ ଏହି ଘଟଣାର କୌଣସି ସତ୍ୟାସତ୍ୟ ନାହିଁବୋଲି ଆଶୁତୋଷ ଥାନା ଅଧିକାରୀଙ୍କୁ କହିଥିଲେ।ଘଟଣା ସଂପର୍କରେ ଅମରେନ୍ଦ୍ରଙ୍କୁ ପଚାରିବାରୁ ତାଙ୍କର କୌଣସି ଠକେଇ ହୋଇନାହିଁ ଓ ଏହା ସଂପୂର୍ଣ୍ନ ମିଥ୍ୟା ବୋଲି ଅମରେନ୍ଦ୍ର କହିଛନ୍ତି।ତେବେ ଏହା ଏକ କପୋଳକଳ୍ପିତ ମିଥ୍ୟା ଆରୋପ,କାହାରିକୁ ଠକେଇ ହୋଇନାହିଁ,ଘଟଣାରେ କୌଣସି ସତ୍ୟାସତ୍ୟ ନାହିଁ,ଆଶୁତୋଷଙ୍କ ପ୍ରତିଦ୍ବନ୍ଦୀ ଏଭଳି ମିଥ୍ୟା ଆରୋପ ଲଗାଇଥିବା ଦାମନଯୋଡି ଥାନା ଅଧିକାରୀ ସମ୍ବିତ କୁମାର ବେହେରା କହିଛନ୍ତି।ଏହି ମିଥ୍ୟା ଆରୋପକୁ ନେଇ ଆଶୁତୋଷ ଦାମନଯୋଡି ଥାନାରେ ଏକ ମାନହାନି କେଶ ରୁଜୁ କରିଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଭାଲୁ ଆକ୍ରମଣରେ ମହିଳା ଗୁରୁତର
Read More...

ମୁନୀଗୁଡାରେ ଭାରତର ସର୍ବଚ୍ଚୋନ୍ୟାୟଳର ଆଦେଶ ଓ ନିୟମ କୁ ସମ୍ମାନ ଜଣାଇ ରଥାରୂଢ ନହୋଇ ମହାପ୍ରଭୁ ଅସ୍ଥାଇ ମଣ୍ଡପକୁ ବିଜେ।

ମୁନୀଗୁଡାରେ ଭାରତର ସର୍ବଚ୍ଚୋନ୍ୟାୟଳର ଆଦେଶ ଓ ନିୟମ କୁ ସମ୍ମାନ ଜଣାଇ ରଥାରୂଢ ନହୋଇ ମହାପ୍ରଭୁ ଅସ୍ଥାଇ ମଣ୍ଡପକୁ ବିଜେ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମୁନୀଗୁଡା ତହସିଲଦାର ଙ୍କ ମେଘା ସଫଳତା ଏକକାଳୀନ ଆଠଟି ଟ୍ରାକ୍ଟର ରେ ଚୋରା  ବାଲି ଚାଲାଣ ଜଵତ ,ଲକ୍ଷାଧିକ ଟଙ୍କାର ରାଜସ୍ବ ଆଦାୟ ସମ୍ଭାବନା। ---
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell