OdishaStatenews.com Today : 29-Oct-2020 13:48:42 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଶସ୍ତ୍ର ଦେଖାଇ ଡକାୟତି, ଲୁଟି ନେଲେ ୮ ଲକ୍ଷ ୧୫ ହଜାର ଟଙ୍କା

May 27, 2020, ଅପରାଧ, ନବରଙ୍ଗପୁର,


ଶସ୍ତ୍ର ଦେଖାଇ ଡକାୟତି, ଲୁଟି ନେଲେ ୮ ଲକ୍ଷ ୧୫ ହଜାର ଟଙ୍କା

[ ]
OdishaStateNews Bureau
May 27, 2020

ନବରଙ୍ଗପୁର(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) -- ଡାବୁଗାଁ ବ୍ଲକ 27/05 ଡାବୁଗାଁ ଥାନା ଅଞ୍ଚଳ ହଳଦୀଗୁଡ଼ା ଗ୍ରାମରେ ସୋମବାର ବିଳମ୍ବିତ ରାତ୍ର ପ୍ରାୟ ଗୋଟାଏ ବେଳେ ଜଣଙ୍କ ଘରେ ପଶି ଡକାୟତ ମାନେ ପଶି ଡକାୟତି କରିଥିବା ସୂଚନା ମିଳିଛି। ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଘରୁ ୮ ଲକ୍ଷ ୧୫ ହଜାର ଟଙ୍କା ଡକାୟତ କରି ଦୁର୍ବୃତ୍ତମାନେ ଆଖି ପିଛୁଲାକେ ଚାଲିଗଲେ। ଏଥିରେ ଗ୍ରାମର କିଛି ଲୋକ ବାହାରି ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ମାରଣଅସ୍ତ୍ର ଦେଖାଇବାରୁ ଗ୍ରାମବାସୀ ଭୟରେ ସେମାନଙ୍କ ସମ୍ମୁଖ କୁ ଆସି ପାଟି ନ ଥିଲେ।



ଘଟଣା ପରେ ନବରଙ୍ଗପୁର ଏସପି ନୀତିଶ କୁଶଳ କର, ଡାବୁଗାଁ ପୁଲିସ ସହ ଏକ ଅନୁସନ୍ଧାନ କରି ଦଳ ହଳଦୀଗୁଡ଼ା ଯାଇ ତଦନ୍ତ କରି ଫେରିଛନ୍ତି। ହଳଦୀଗୁଡ଼ା ଗ୍ରାମର ହସ୍ ନେମ୍ ଖାନଙ୍କ ଘରେ ପଶି ଦୁର୍ବୃତ୍ତମାନେ ଏପରି ଡକାୟତି କରିଛନ୍ତି।ସୋମବାର ରାତ୍ର ପ୍ରାୟ ଗୋଟାଏରେ ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀଗୁଡ଼ା ଗ୍ରାମର ହସ୍ ନେମ୍ ଖାନଙ୍କ ଘରେ ୫ ଟି ବାଇକରେ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ବାଡି ପଟ କବାଟ ଭାଙ୍ଗି ବିଭିନ୍ନ ମାରଣାସ୍ତ୍ର ଧରି ଧସେଇ ପଶିଥିଲେ। ପ୍ରଥମେ ହସ୍ ନେମଙ୍କ ପୁଅ ଜିଲ୍ କରକୁ ଏକ ଲୁହା ରୋଡରେ ବାଡେଇ ଥିଲେ।



ପୁଅର ଚିତ୍କାର ପରେ ପାଖ ରୁମରେ ସୋଇଥିବା ହସ୍ ନେମ୍ ଖାନ୍ ଓ ସ୍ତ୍ରୀ ସହନାଜ୍ ବେଗମ୍ ଉଠି କଣ ହେଲା ବୋଲି ଦେଖିବା ପରେ ଡକାୟତ ମାନେ ଘର ମଧ୍ୟେ ରଖିଥିବା ଟଙ୍କା ଦେବାକୁ କହିଥିଲେ। ନ ହେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ଖଣ୍ଡା ଓ ମାରଣଅସ୍ତ୍ର ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କୁ ଆଘାତ କରିଥିଲେ। ଏଥିରେ ଭୟଭୀତ ହୋଇ ହସ୍ ନେମର ସ୍ତ୍ରୀ ସହନାଜ୍ ବେଗମ୍ ଆଲ୍ ମୀରା ଚାବି ଡକାୟତଙ୍କ ହାତରେ ବଡାଇ ଦେଇଥିଲେ। ଡକାୟତମାନେ ଆଲମୀରା ମଧ୍ୟରେ ଥିବା ୮ ଲକ୍ଷ ୧୧ ହଜାର ଟଙ୍କା ଲୁଟି ନେଇଥିଲେ। ରିପୋଟ -ମିହିର ଶଙ୍କର ପାତ୍ର, ନବରଙ୍ଗପୁର
[6:17 pm, 26/05/2020] Dabungan Repoter: Sir ahi news karidebe....
[6:17 pm, 26/05/2020] Dabungan Repoter: Gd morning




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂଘରୋଧ କେନ୍ଦ୍ରରେ ଅବ୍ୟବସ୍ଥା : ୨ ପ୍ରବାସୀ ଅନ୍ତେବାସୀ ଙ୍କ ବିରୁଦ୍ଧରେ ଏତଲା ଦେଲେ ସରପଂଚ

ସଂଘରୋଧ କେନ୍ଦ୍ରରେ ଅବ୍ୟବସ୍ଥା : ୨ ପ୍ରବାସୀ ଅନ୍ତେବାସୀ ଙ୍କ ବିରୁଦ୍ଧରେ ଏତଲା ଦେଲେ ସରପଂଚ
Read More...

ହଳଦୀ ଗ୍ରାମରେ ନିର୍ମମ ହତ୍ୟା କାଣ୍ଡ

ହଳଦୀ ଗ୍ରାମରେ ନିର୍ମମ ହତ୍ୟା କାଣ୍ଡ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଗୁଳି ଯୋଗାଇବା ଅଭିଯୋଗରେ ଦୁଇ ପୁଲିସ ଗିରଫ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell