କୋରାପୁଟ- (ଓଡିଶା ଷ୍ଟେଟ ନିଉଜ ବ୍ୟୁର) 27/04କରୋନା ମହାମାରୀ ଯୋଗୁଁ ଭାରତର ସମସ୍ତ ରାଜ୍ୟ ଲୋକଡାଉନ ପାଲନ କରୁଛି ।ସମଗ୍ର ମଣିଷ ଜାତି କୁ କରୋନା ଘରେ ଘରେ ବନ୍ଧି କରି ରଖିଛି । ସବୁ ଜୀବନ ଜୀବିକା ଠପ ହୋଇଯାଇଛି । ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧା ର ସମୁଖୀନ ହେଉଛନ୍ତି । ଠିକ ଏହି ସମୟରେ କାଲିପଥେର ନବ ଜୀବନ ସେଵା ସେମିତି ଦ୍ଵାରା କୋରାପୁଟ ପୌରପରିସଦର ବିଭିନ୍ନ ୱାର୍ଡ କୁ ସର୍ଭେ କରି ଥିଲେ । ଏଥିରୁ ପ୍ରାୟ ୨୫ପରିବାର ନିହାତି ଗରିବ ଥିବା ଜଣା ପଡ଼ିଲା । ଏ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଉକ୍ତ ସଂସ୍ଥା ଏହି ପରିବାର କୁ ସାହାଯ୍ୟ ର ହାତ ବଡାଇଛି । ଏହି ପରିବାର କୁ କିଛି ଡାଲି, ଚାଉଳ, ପରିବା ,ଆଳୁ ତେଲ ଇତ୍ୟାଦି ସାମଗ୍ରୀ ଯୋଗାଇ ଦିଆଯାଇଛି । ପୌରପରିଷଦ ନିର୍ବାହି ଅଧିକ ଗୌରଚନ୍ଦ୍ର ପଟ୍ଟନାୟକ ପ୍ରଥମେ ଅସହାୟ ବୃଦ୍ଧା କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ।ଉକ୍ତ ସଂସ୍ଥା ର ଦୁଇ ଜଣ କର୍ମଚାରୀ ଯଥା ରଞ୍ଜିତ କ୍ଷେତ୍ରିୟ ଏବଂ ସାନି ସୁନା ଙ୍କ ସହାୟତା ରେ ପୌର ପରିଷଦ କର୍ମଚାରୀ ଶ୍ରୀମରି ପ୍ରିସ୍କିଲା ରାଣୀ ଖୋସଲା ଙ୍କ ଉପସ୍ଥିତିରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇ ଥିଲା । ସଂସ୍ଥା ର କର୍ମକର୍ତ୍ତା ମାନଙ୍କର ଏ ପରି ଜନ ହିତକାରୀ କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରସଂଶା କରାଯାଉଛି।ଏହି କାର୍ଯ୍ୟ କୁ କୋରାପୁଟ ପୌରପରିଷଦ ର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟନାୟକ ଖୁସି ବ୍ୟକ୍ତ କରି ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ।
ମାଁ ବୀରଖମ୍ବ ମୋଟର ଚାଳକ ସଙ୍ଘ ପକ୍ଷରୁ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ
Read More...
କୋରାପୁଟରେ ପ୍ରଥମ କରୋନା ରୋଗୀ ଚିହ୍ନଟ
Read More...