OdishaStatenews.com Today : 26-Jan-2021 20:35:15 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଆଜ୍‌ମା: ସତର୍କତା l

March 25, 2019, କାହାଣୀ, ,


ଆଜ୍‌ମା: ସତର୍କତା  l
OdishaStateNews Bureau
March 25, 2019

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାଦ୍ୱାରା ଆକ୍ରାନ୍ତ ହେଲେ ବ୍ୟକ୍ତି ଜଣକ ସହଜରେ ନିଃଶ୍ୱାସ ନେଇପାରନ୍ତି ନାହିଁ। ଫଳରେ ଏହାର ତୁରନ୍ତ ଚିକିତ୍ସା କରାଇବାକୁ ପଡିଥାଏ। ବେଳେବେଳେ ରୋଗୀର ଅବସ୍ଥା ଦେଖି ତାକୁ ଆସିୟୁରେ ଆଡ୍‌ମିଶନ କରାଯାଇ ଚିକିତ୍ସା କରାଯାଏ। ଆଜ୍‌ମାରୁ ଉପଶମ ପାଇବା ପାଇଁ କେତେକ ଔଷଧ ଧୀରେ ଧୀରେ କାମ କରେ ଏବଂ କେତେକରୁ ଶୀଘ୍ର ଫଳ ମିଳିଥାଏ। ହେଲେ ଔଷଧ କେତେ ପରିମାଣର ଏବଂ କେତେ ବ୍ୟବଧାନରେ ଖାଇବାକୁ ପଡିବ, ତାହା ଡାକ୍ତରଙ୍କ ପରାମର୍ଶ ଉପରେ ନିର୍ଭର କରିଥାଏ। ଏହି ସମସ୍ୟା ଗମ୍ଭୀର ହେଲେ ରୋଗୀକୁ ଇନ୍‌ହେଲରର ସାହାଯ୍ୟ ନେବାକୁ ପଡେ। ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ କେତୋଟି ବିଷୟ ପ୍ରତି ନଜର ଦେବା ନିହାତି ଦରକାର lଯେତେବେଳେ ଧୂଳି ଉଡୁଛି କି ଘର ସଫା ହେଉଛି ସେତେବେଳେ ଏଭଳି ପ୍ରଦୂଷିତ ଧୂଳିକଣାଠାରୁ ନିଜକୁ ଦୂରେଇ ରଖନ୍ତୁ। କାରଣ ଏସବୁ ଶ୍ୱାସକ୍ରିୟା ଦ୍ୱାରା ଶରୀର ଭିତରକୁ ଗଲେ ତାହା ଆଜ୍‌ମା ସମସ୍ୟାକୁ ବଢ଼ାଇ ଦେଇଥାଏ। ଘରେ ଯଦି କୌଣସି ପ୍ରାଣୀ ପୋଷିଛନ୍ତି ତେବେ ସେମାନଙ୍କ ଲୋମ ସଂସ୍ପର୍ଶରେ ଆସନ୍ତୁ ନାହିଁ। ଆଜ୍‌ମା ରୋଗୀ ଧୂମପାନ ଅଭ୍ୟାସକୁ ତୁରନ୍ତ ପରିହାର କରିବା ଆବଶ୍ୟକ। ଏହା ବ୍ୟତୀତ ପ୍ରଦୂଷିତ ସ୍ଥାନ, ଥଣ୍ଡାଠାରୁ ନିଜକୁ ଯେତେସମ୍ଭବ ଦୂରେଇ ରଖନ୍ତୁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଶିଫଳ

ରାଶିଫଳ
Read More...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଚାକିରି ଦେବା ନାଁରେ ଯୁବତୀ ଦୁବାଇ ଚାଲାଣ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell