ଆଜି ପଖାଳ ଦିବସ । ଓଡ଼ିଆ ଘରେ ପଖାଳର ଆଦର ଖୁବ୍ ବେଶୀ । ପୁରୀ ଜିଲ୍ଳା ପିପିଲି ବ୍ଳକ ଦାଣ୍ଡମକୁନ୍ଦପୁର ଗାଁର ଶାନ୍ତି ସାହୁଙ୍କ ହାତ ରନ୍ଧା ପଖାଳର ମଜା ନିଆରା । ପ୍ରତିବର୍ଷ ପଖାଳ ଦିବସ ଆସିଲେ ପଖାଳ ଖାଇବାକୁ ତାଙ୍କ ଘରେ ସାହି ପଡ଼ିଶାଙ୍କ ଭିଡ଼ ଲାଗିଥାଏ ।
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଖରା ଦିନେ ଏହାର ମଜା ନିଆରା । ଧୂ ଧୂ ଖରାରେ ତୁଣ୍ଡରେ ପଖାଳ ତୋରାଣି ଟିକେ ବାଜିଗଲେ ପେଟ ଥଣ୍ଡା ଓ ମନ ଶାନ୍ତି ହୋଇଯାଏ lନଡିଆ, ଲେମ୍ବୁ, ଆମ୍ବ, କାକୁଡି, ପୁଦିନାପତ୍ର, ଭୃସୁଙ୍ଗା ପତ୍ର ଆଦି ୪୦ ପ୍ରକାରର ମସଲା ଦେଇ ପ୍ରସ୍ତୁତ ହୁଏ ଦହି ପଖାଳ । ଆଉ ତା ସାଙ୍ଗକୁ ଶାଗଭଜା, ବଡ଼ିଚୁରା ଓ ମାଛ ଭଜା ପଖାଳର ସ୍ୱାଦ ବହୁଗୁଣିତ କରିଥାଏ । ପ୍ରତିବର୍ଷ ପଖାଳ ଦିବସ ଆସିଲେ ପଖାଳ ମାଉସୀଙ୍କ ଘରେ ପଖାଳ ଖାଇବାକୁ ଭିଡ ଜମିଥାଏ । ସାଇ ପଡିଶା ଏକାଠି ବସି ପଖାଳର ମଜା ନିଅନ୍ତି । ଆମ ରାଜ୍ୟର ଏ ଖାଦ୍ୟ ପରମ୍ପରା ଧିରେ ଧିରେ ବିଶ୍ୱରେ ଆଦୃତ ହେବାରେ ଲାଗିଛି।
କୋହଲା ପାଗ ଆଉ ଦୁଇ ଦିନ ୨୨ରୁ ବଢ଼ିବ ତାତି l
Read More...
ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ l
Read More...