କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଦାବି ସହ ବିଭିନ୍ନ ବିଭାଗରେ ପିସି କାରବାର ଚାଲିଥିବାରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଦୁର୍ନୀତିରେ ସରକାର ପ୍ରୋତ୍ସାହନ କରୁଥିବାର ଅଭିଯୋଗ ନେଇ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ଶିଶୁମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ତହସିଲ ଅଫିସ ଓ ପରେ ପରେ ବ୍ଲକ ସମ୍ମୁଖରେ ଧାରଣା ଦେଇ ସରକାରଙ୍କ ଉପରେ ବର୍ଶିଥିଲେ । ଏହି ବ୍ଲକର ବିଭିନ୍ନ ଗାଁରେ ଚକଡା ଓ ବିପିଏଚ ଭଳି ରୋଗ ଲାଗି ଧାନ ଚାଷ ନଷ୍ଟ ହେବାକୁ ବସିଥିବା ବେଳେ ପ୍ରଶାସନ ଓ ସରକାର ନିରବ ଦ୍ରଷ୍ଟା ସାଜିଛି । ଏଭଳି ବ୍ଲକର ବିଭିନ୍ନ ସମସ୍ୟା ଥିବା 15 ଗୋଟି ଦାବି ସମ୍ବଳିତ ଏକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେବା ପାଇଁ ଯିବା ବେଳେ ବିଡ଼ିଓ ଅନୁପସ୍ଥିତ ଥିବାରୁ କର୍ମୀମାନେ ଧସେଇ ପଶି ବ୍ଳକରେ ଲାଗିଥିବା ସରକାରଙ୍କ ବିଭିନ୍ନ ପୋଷ୍ଟର, ବ୍ୟାନରକୁ ଚିରି ଫୋପାଡ଼ିଥିଲେ । ଏଥିରେ ବିଜେପି ଜିଲ୍ଲା ସଭାପତି ପ୍ରଦୀପ ନାଏକ, ଜିଲ୍ଲା ପରିଷଦ ଅଧ୍ୟଖ୍ୟା ନମିତା ରାଣୀ ସାହୁ, ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ପ୍ରଭାତୀ ଭୋଇ, ପୁଷ୍ପକାନ୍ତି କୁମାରଙ୍କ ସମେତ ବିଜେପି ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।
ଲଜ୍ଜା: ଭଉଣୀକୁ ଦୁଷ୍କର୍ମ କଲା ନିଶାଶକ୍ତ ଭାଇ
Read More...
ବିମୁଦ୍ରୀକରଣର ପ୍ରଭାବ
Read More...