OdishaStatenews.com Today : 29-Oct-2020 13:41:09 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ତେନ୍ତୁଳି ଅଣ୍ଡା ଚଟ୍‌ପଟା

October 17, 2018, ଖାଦ୍ୟ ଓ ଭ୍ରମଣ, ,


ତେନ୍ତୁଳି ଅଣ୍ଡା ଚଟ୍‌ପଟା
OdishaStateNews Bureau
October 17, 2018

ପାଗ ଥଣ୍ଡା ରହିଲେ, ଘରେ କିଛି ହାତ ତିଆରି ଚଟ୍‌ପଟା ଖାଦ୍ୟ ଖାଇବାକୁ ଖୁବ୍‌ ଆଗ୍ରହ ହୋଇଥାଏ। ତେନ୍ତୁଳି ପାଣି ସହ ଅଣ୍ଡାକୁ ନେଇ ସେହିଭଳି ଏକ ଚଟ୍‌ପଟା ଖାଦ୍ୟର ପ୍ରସ୍ତୁତି ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।


ଆବଶ୍ୟକ ସାମଗ୍ରୀ:ଅଣ୍ଡା, ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା ରସୁଣ ପେଷ୍ଟ୍‌, ବଟା ଟମାଟୋ, କଞ୍ଚା ଲଙ୍କା, କଟା ପିଆଜ, ଧନିଆ ପତ୍ର, ତେନ୍ତୁଳି ରସ, ପୁଦିନା ଓ ଧନିଆପତ୍ର ରସ।


ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଅଣ୍ଡାକୁ ଫଟାଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଲୁଣ ଓ ଗରମ ମସଲା ପକାଇ ଭଲରେ ଗୋଳାଇ ଦିଅନ୍ତୁ।





ଏହାପରେ ଚୁଲିରେ ଏକ ପ୍ୟାନ୍‌ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଅଣ୍ଡାକୁ ସେଥିରେ ପକାଇ ଆମ୍‌ଲେଟ୍‌ ପ୍ରସ୍ତୁତ କରନ୍ତୁ।


ଆମଲେଟ୍‌ ହେବା ପୂର୍ବରୁ ତାକୁ ନ ଓଲଟାଇ ରୋଲ ପରି କରି ଦିଅନ୍ତୁ। ଏହା ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ପିସ୍‌ ପିସ୍‌ କରି କାଟି ଦିଅନ୍ତୁ।


ଏହା ପରେ ଚୁଲିରେ ଆଉ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବାପରେ ସେଥିରେ କଟା ପିଆଜ ଓ ଟମାଟୋ ବଟା ପକାନ୍ତୁ।


ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ଅଦା ରସୁଣ ପେଷ୍ଟ୍‌, ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା ପକାନ୍ତୁ। ତା’ପରେ ସେଥିରେ ତେନ୍ତୁଳି ରସ ଓ, ପୁଦିନା ଓ ଧନିଆ ପତ୍ର ରସ ପକାନ୍ତୁ।


ଏହା ଫୁଟି ଆସିଲେ, ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆମ୍‌ଲେଟ୍‌କୁ ପକାନ୍ତୁ। ମାତ୍ର କିଛି ସମୟ ପରେ ଏହାକୁ ଚୁଲିରୁ ଓହ୍ଲାଇ ଦେଇ, ଖାଆନ୍ତୁ ଏବଂ ଖୁଆନ୍ତୁ ଏକ ଭିନ୍ନ ଧରଣର ଚଟ୍‌ପଟା ଆଇଟମ୍‌।












Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆତଙ୍କବାଦୀ ନିହତ, ଜଣେ ପୁଲିସ୍ ସହିଦ

ଆତଙ୍କବାଦୀ ନିହତ, ଜଣେ ପୁଲିସ୍ ସହିଦ
Read More...

ଆଦିବାସୀ ଯୁବକଙ୍କ ସଚ୍ଚୋଟତା

ଆଦିବାସୀ ଯୁବକଙ୍କ ସଚ୍ଚୋଟତା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମାଲକାନଗିରି ପୋଲିସ ଦ୍ୱାରା ସିଲ ହେଲା ହୋଟେଲ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell