OdishaStatenews.com Today : 29-Oct-2020 13:28:53 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ପ୍ରସ୍ତୁତ କରନ୍ତୁ ଖାସିମାଂସ ମେଥିଷ୍ଟ୍ରୁ

October 15, 2018, ଖାଦ୍ୟ ଓ ଭ୍ରମଣ, ,


 ପ୍ରସ୍ତୁତ କରନ୍ତୁ ଖାସିମାଂସ ମେଥିଷ୍ଟ୍ରୁ
OdishaStateNews Bureau
October 15, 2018

ଆବଶ୍ୟକ ସାମଗ୍ରୀ:ଶୁଖିଲା ମେଥି ପତ୍ର, ଖାସିମାଂସ, ଲୁଣ, ହଳଦୀ, ଗରମ ମସଲା, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ୍‌, ଦହି, ପିଆଜ କଟା,



ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଖାସି ମାଂସକୁ ଧୋଇ ଏକ ପାତ୍ରରେ ରଖି ସେଥିରେ ହଳଦୀ ଗୋଳାଇ କିଛି ସମୟ ରଖନ୍ତୁ। ତା’ପରେ ସେଥିରେ ଆଦା ଓ ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ, ପିଆଜ କଟା, ଦହି ଓ ଅଳ୍ପ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ କସ୍ତୁରି ମେଥି ପକାଇ ଗୋଳାଇ ଦେଇ କିଛି ସମୟ ରଖିଦିଅନ୍ତୁ।



ଏହାପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ମସଲା ଗୋଳାଇ ହୋଇ ରହିଥିବା ସେହି ଖାସି ମାଂସକୁ ସେଥିରେ ପକାନ୍ତୁ। ତା’ପରେ ତାକୁ ଗୋଳାଇ ଦେଇ ସେଥିରେ ଢାଙ୍କୁଣି ଘୋଡ଼ାଇ ଦିଅନ୍ତୁ। ମଝିରେ ମଝିରେ ଡ଼ାଙ୍କୁଣି ଉଠାଇ ମାଂସକୁ ଗୋଳାଇ ଦିଅନ୍ତୁ ନଚେତ୍‌ କଡେଇରେ ମାଂସ ଲାଗିଯାଇପାରେ। ଏହାଛଡ଼ା ଦେଖୁ ଥିବେ ମାଂସ ସିଝିଲା ନାହିଁ। ମାଂସ ସିଝିଗଲା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖାସିମାଂସ ମେଥିଷ୍ଟ୍ରୁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିମାନର ଦ୍ୱାର ବନ୍ଦ କରୁ କରୁ ହଠାତ୍‌ ତଳକୁ ଖସି ପଡ଼ିଲେ ଜଣେ ୫୩ ବର୍ଷୀୟ ଏୟାର ହୋଷ୍ଟେସ୍‌

ବିମାନର ଦ୍ୱାର ବନ୍ଦ କରୁ କରୁ ହଠାତ୍‌ ତଳକୁ ଖସି ପଡ଼ିଲେ ଜଣେ ୫୩ ବର୍ଷୀୟ ଏୟାର ହୋଷ୍ଟେସ୍‌
Read More...

୨ଟି ହେଲିକପ୍ଟର ବାହାର କରିବାକୁ ବୈଜୟନ୍ତଙ୍କ ଅପିଲ୍‌

୨ଟି ହେଲିକପ୍ଟର ବାହାର କରିବାକୁ ବୈଜୟନ୍ତଙ୍କ ଅପିଲ୍‌
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଭାଲୁ ଆକ୍ରମଣରେ ଜଣେ ଗୁରୁତର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell