OdishaStatenews.com Today : 09-Dec-2022 22:55:03 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଏହି ଗ୍ରାମରେ ନିର୍ବାଚନ ପ୍ରଚାର ମନା, ଭୋଟ୍‌ ନଦେଲେ ଜରିମାନା ଗୁଜରାଟର

November 24, 2022, ଦେଶ ଦୁନିଆ, ,


ଏହି ଗ୍ରାମରେ ନିର୍ବାଚନ ପ୍ରଚାର ମନା, ଭୋଟ୍‌ ନଦେଲେ ଜରିମାନା ଗୁଜରାଟର
OdishaStateNews Bureau
November 24, 2022



ସହ ସମଗ୍ର ଗୁଜରାଟରେ ଏବେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପ୍ରମୁଖ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଏବେ ଗୁଜରାଟରେ ଧାଡ଼ି ବାନ୍ଧି ରୢାଲି ଏବଂ ରୋଡ୍‌ସୋ କରୁଛନ୍ତି। ତେବେ ଗୁଜରାଟରେ ଏମିତି ବି ଏକ ଗ୍ରାମ ଅଛି ଯେଉଁଠାରେ ଏଭଳି ରାଜନୈତିକ ଡ୍ରାମା ଦେଖିବାକୁ ମିଳେନାହିଁ। ଏହି ଗ୍ରାମରେ କୌଣସି ରାଜନୈତିକ ଦଳକୁ ପ୍ରବେଶ ଅନୁମତି ନାହିଁ। ଗ୍ରାମରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଅନୁମତି ନାହିଁ। ଗ୍ରାମଟି ରାଜକୋଟ ଜିଲ୍ଲାରେ ଅବସ୍ଥିତ। ଗ୍ରାମର ନାଁ ହେଉଛି ରାଜ ସମଧିୟା‌ଲା। ଗ୍ରାମରେ କୌଣସି ରାଜନୈତିକ ଦଳ ପ୍ରଚାର କରିପାରିବେନି। ଏଠାରେ ରାଜନୈତିକ ପ୍ରଚାର ନିଷିଦ୍ଧ। ଗ୍ରାମବାସୀମାନେ ବିଶ୍ବାସ କରନ୍ତି ଯେ ନିର୍ବାଚନ ପ୍ରଚାର ‌ଅଞ୍ଚଳ ପ୍ରତି ହାନୀକାରକ। ତେଣୁ ସେମାନେ ପ୍ରଚାର କାର୍ଯ୍ୟକ୍ରମକୁ ପ୍ରଶ୍ରୟ ଦିଅନ୍ତିନି। ରାଜକୋଟଠାରୁ ୨୦ କିମି ଦୂର ରାଜ ସମଧିୟାଲାରେ କେବଳ ରାଜନୈତିକ ପ୍ରଚାର ନିଷିଦ୍ଧ ନୁହେଁ ଏଠାରେ ଭୋଟ୍‌ ନଦେଲେ ଜରିମାନା ମଧ୍ୟ କରାଯାଏ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଲାଇଫ୍‌ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ

‘ଲାଇଫ୍‌ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ
Read More...

କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଟେଣ୍ଟ୍‌ ନାଇଟ୍‌ ଆଶ୍ରୟସ୍ଥଳୀ

କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଟେଣ୍ଟ୍‌ ନାଇଟ୍‌ ଆଶ୍ରୟସ୍ଥଳୀ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମଦୁଆ ଚାଳକଙ୍କୁ ଧରିବା ପାଇଁ ନୂଆ ରଣନୀତି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell