OdishaStatenews.com Today : 09-Dec-2022 22:03:47 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୫ ଶହ ପାର୍‌, ୮୯% ଆକ୍ରାନ୍ତ ରାଉରକେଲାର

November 24, 2022, ଦେଶ ଦୁନିଆ, ,


ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୫ ଶହ ପାର୍‌, ୮୯% ଆକ୍ରାନ୍ତ ରାଉରକେଲାର
OdishaStateNews Bureau
November 24, 2022



ଏହି ସଂଖ୍ୟା ମଙ୍ଗଲବାର ସୁଦ୍ଧା ୫୦୬ରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ସଂଖ୍ୟା ଢ଼େର୍‌ କମିଛି। ଗତ ବର୍ଷ, ଅର୍ଥାତ୍‌ ଜାନୁଆରୀରୁ ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲାରେ ମୋଟ୍‌ ୧୭୪୨ ଜଣ ଆକ୍ରାନ୍ତ ହୋଇଥିଲେ। ବର୍ଷ ସରିବାକୁ ଆଉ ମାତ୍ର ୩୭ ଦିନ ବାକି ଥିବାବେଳେ ସଂଖ୍ୟା ଆଶାତୀତ ହେବାର ସମ୍ଭାବନା କ୍ଷୀଣ। କିନ୍ତୁ ସଂକ୍ରମଣ ଶତପ୍ରତିଶତ ଲୋପ ନ ପାଇବା, ଚିନ୍ତାର ବିଷୟ ପାଲଟିଛି। ଏବେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଅଞ୍ଚଳରେ ନିୟମିତ ବ୍ୟବଧାନରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ଗତବର୍ଷ ଭଳି ଏଥର ମଧ୍ୟ ଆର୍‌ଏସ୍‌ପି ଅଞ୍ଚଳରୁ ଅଧିକ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷକରି ସେକ୍ଟର-୧(୬୮ ଜଣ), ସେକ୍ଟର-୧୮(୪୦), ହମିରପୁର(୩୩), ସେକ୍ଟର-୧୩(୨୪), ସେକ୍ଟର-୧୫(୨୨), ତୁମକେଲା(୨୨) ସେକ୍ଟର-୧୭(୧୭ ଜଣ), ସେକ୍ଟର-୨୦(୩), ଲୁଆକେରା(୧୪), ସେକ୍ଟର-୨୨(୧), ସେକ୍ଟର-୭(୧୧), ଗୋଲଘର(୪), ସେକ୍ଟର-୬(୧୧), ସେକ୍ଟର-୩(୭), ସେକ୍ଟର-୮(୧୬), ସେକ୍ଟର-୨(୬) ଆଦି ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି। ଆର୍‌ଏମ୍‌ସି ଅଞ୍ଚଳରେ ମଧ୍ୟ ସ୍ଥିତି ପ୍ରାୟ ସମାନ। ଆର୍‌ଏମ୍‌ସି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ବିଶେଷକରି ବାସନ୍ତୀକଲୋନି, କୋଏଲନଗର, ପାନପୋଷ ଅଞ୍ଚଳରେ ସଂଖ୍ୟା ଅଧିକ ରହିଛି। ବାସନ୍ତୀକଲୋନିରେ ଏଯାବତ୍‌ ସର୍ବାଧିକ ୪୨ ଜଣ ସଂକ୍ରମିତ ଆକ୍ରାନ୍ତ ହୋଇଥିବାବେଳେ ପାନପୋଷରେ ୧୩ ଓ କୋଏନଗରରେ ୧୯ ଜଣ ଚିହ୍ନଟ ହୋଇଛନ୍ତି। ଏତଦ୍‌ବ୍ୟତୀତ ଗଙ୍ଗାଧରପଲ୍ଲୀ, ବାଲୁଘାଟ, ନେତାଜୀନଗର, ସିଭିଲ ଟାଉନସିପ୍‌, ମାଲଗୋଦାମ, ମଧୁସୂଦନପଲ୍ଲୀ, ଗୋପବନ୍ଧୁପଲ୍ଲୀ, ଶକ୍ତିନଗର, ପ୍ରଧାନପଲ୍ଲୀ, କଳିଙ୍ଗବିହାର, ନାଲାରୋଡ୍‌, ଜନତା ନିବାସ, ଗାନ୍ଧୀ ରୋଡ୍‌, ଓରାମପଡ଼ା, ଗ୍ଲେମର୍‌ ଗଳି, ଡେଲିମାର୍କେଟ, ବନ୍ଧମୁଣ୍ଡା ଡି’ କ୍ୟାବିନ, ଡିଜେଲ କଲୋନି ଆଦି ଅଞ୍ଚଳରୁ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ବର୍ଷ ଆରମ୍ଭରୁ ଡେଙ୍ଗୁ ମୁକାବିଲା ପାଇଁ ଉଭୟ ଆର୍‌ଏମ୍‌ସି ଓ ଆର୍‌ଏସ୍‌ପି ପକ୍ଷରୁ ଯେଭଳି ପ୍ରତିଷେଧାତ୍ମକ ପଦକ୍ଷେପ ନିଆଯାଇନଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ୍‌-୧୯ ସଂକ୍ରମଣ; ୫ ମୃତ୍ୟୁ

କୋଭିଡ୍‌-୧୯ ସଂକ୍ରମଣ; ୫ ମୃତ୍ୟୁ
Read More...

ଇଡିରେ ହାଜର ହେଲେ ଗାଡ଼ି ସୋରୁମର ମାଲିକ

ଇଡିରେ ହାଜର ହେଲେ ଗାଡ଼ି ସୋରୁମର ମାଲିକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କୁମ୍ପାପଡ଼ା ଅଂଚଳରେ ରେ ହାତୀ ନଷ୍ଟ କଲେ ସହ ସହ ଏକର ଧାନ ଫସଲ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell