OdishaStatenews.com Today : 09-Dec-2022 22:45:10 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଇଡିରେ ହାଜର ହେଲେ ଗାଡ଼ି ସୋରୁମର ମାଲିକ

November 24, 2022, ଦେଶ ଦୁନିଆ, ,


ଇଡିରେ ହାଜର ହେଲେ ଗାଡ଼ି ସୋରୁମର ମାଲିକ
OdishaStateNews Bureau
November 24, 2022



(ଇଡି) ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ଆଜି ବ୍ୟବସାୟୀ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିବା ଜଣାଯାଇଛି। ଗଙ୍ଗାଧର ସାମଲ ଲାଣ୍ଡ ରୋଭର୍ ଗାଡ଼ି ସୋରୁମର ମାଲିକ ବୋଲି କୁହାଯାଉଛି।୪୦ ମିନିଟ୍‌ ବେଳେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଅକ୍ଷୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମ୍‌ରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଶ୍ରଦ୍ଧାଞ୍ଜଳିଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରିଥିଲା। ସେ କିଭଳି ଅର୍ଚ୍ଚନାଙ୍କ ସମ୍ପର୍କରେ ଆସିଲେ? କିଏ ତାଙ୍କୁ ଅର୍ଚ୍ଚନାଙ୍କ ସହ ମିଶାଇଥିଲା? ହନିଟ୍ରାପ୍‌ ପାଇଁ କିଏ ସହଯୋଗ କରିଥିଲେ? ଅକ୍ଷୟଙ୍କ ସହ ତାଙ୍କର କ’ଣ ସମ୍ପର୍କ? ଖଗେଶ୍ବର କିଭଳି ଅର୍ଚ୍ଚନାଙ୍କୁ ସହଯୋଗ କରୁଥିଲେ? ତାଙ୍କର ସେଠାରେ କ’ଣ ଭୂମିକା ଥିଲା? ସେହିପରି ଆଉ କେଉଁ ବଡ଼ବଡ଼ିଆ ତାଙ୍କ ସମ୍ପର୍କରେ ଆସିଥିଲେ? ଶ୍ରଦ୍ଧାଞ୍ଜଳିଙ୍କୁ ଏମିତି ପୁଳାପୁଳା ପ୍ରଶ୍ନ କରାଯାଇଥିଲା। ଏହା ଛଡ଼ା ତିନି ଜଣଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ଇଡି ଖୋଳତାଡ଼ କରିଥିଲା। ତିନି ଜଣଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଏଭଳି ମୁହାଁମୁହିଁ କରି ମାରାଥନ ଜେରା କରିଛି ଇଡି। ଇଡିର ପ୍ରଶ୍ନବାଣରେ ତିନିଜଣଯାକ ଥଳକୂଳ ପାଇନଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୫ ଶହ ପାର୍‌, ୮୯% ଆକ୍ରାନ୍ତ ରାଉରକେଲାର

ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୫ ଶହ ପାର୍‌, ୮୯% ଆକ୍ରାନ୍ତ ରାଉରକେଲାର
Read More...

ଯାତ୍ରା’ରେ ରାହୁଲ୍‌ଙ୍କ ସହିତ ଯୋଗ ଦେଲେ ପ୍ରିୟଙ୍କା

ଯାତ୍ରା’ରେ ରାହୁଲ୍‌ଙ୍କ ସହିତ ଯୋଗ ଦେଲେ ପ୍ରିୟଙ୍କା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବାଲିମେଳା ପ୍ରଶାସନ ତରଫରୁ ଡେଙ୍ଗୁ ମ୍ୟାଲେରିଆ ପାଇଁ ସଚେତନତା ରାଲି ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell