OdishaStatenews.com Today : 09-Dec-2022 22:47:53 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଦଶମନ୍ତପୁର ବ୍ଲକ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

November 24, 2022, ଓଡ଼ିଶା, କୋରାପୁଟ,


ଦଶମନ୍ତପୁର ବ୍ଲକ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା
SAROJINI ACHARYA
[ REPORTER DAMANJODI KORAPUT ]
OdishaStateNews Bureau
November 24, 2022



ଦାମନଯୋଡି,୨୪/୧୧:-ସରକାରଙ୍କ ସ୍କୁଲ ଚକ୍ଷୁ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମରେ ଦଶମନ୍ତପୁର ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ ୧୨୧ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା। ପୋଡାଗଡ ଓ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଦିନ ଧରି ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ଦୃଷ୍ଟି ଦୋଷ ଥିବା ମୋଟ ୫୧ଜଣ ପିଲାଙ୍କର ଚଷମା ପରୀକ୍ଷା ହୋଇଥିଲା। ଅନ୍ୟ ୭ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ରେଫର କରାଯାଇଥିଲା। ସାମାନ୍ୟ ରୋଗଥିବା ପିଲାଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ପୂର୍ବରୁ ତାଲିମ ପ୍ରାପ୍ତ ଶିକ୍ଷକଶିକ୍ଷୟତ୍ରୀ ନିଜନିଜ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ପରୀକ୍ଷା କରି ଦୃଷ୍ଟି ଦୋଷ ବା ଅନ୍ୟ ରୋଗଥିବା ପିଲାଙ୍କୁ ଶିବିରକୁ ଆଣିଥିଲେ। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ,ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ,ଜାତୀୟ ଅନ୍ଧତ୍ବ ଦୂରୀକରଣ ଯୋଜନା ଓ ଜାତୀୟ ସ୍ଵାସ୍ଥ୍ୟ ମିଶନ ସହଯୋଗରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ଚାଲୁ ରହିଛି।କାର୍ଯ୍ୟକ୍ରମକୁ ଦଶମନ୍ତପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆୟୋଜନ କରିଥିଲା ଓ ଏବିଇଓ ସୁନାଧର ଶଗର, ବିଆରପି ସଦାଶିବ ପ୍ରଧାନ, ସିଆରସିସି ମଧୁସୂଦନ ପାତ୍ରଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ। ଜିଲ୍ଲା ସଦର ମହକୁମାର ଚକ୍ଷୁ ସହାୟକ ମୁକ୍ତି ରଞ୍ଜନ ଜେନା ଓ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ସହାୟକ ବିଜୟ କୁମାର ଆଚାର୍ଯ୍ୟ ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ଼ା ଶ୍ରୀରାମ ପରିଡ଼ାଙ୍କ ତତ୍ବାବଧାନରେ ହୋଇଥିବା ଶିବିରରେ ଡ଼ା ପ୍ରିୟରଞ୍ଜନ ମିଶ୍ର, ଡ଼ା ଜି ପ୍ରିୟଙ୍କା,ଭାରପ୍ରାପ୍ତ ପିଏଚଇଓ ଜୟରାମ ବିଶୋଇ,ଫାର୍ମାସିଷ୍ଟ ତ୍ରିଲୋଚନ ଜେନା, ସରସ୍ବତୀ ବେହେରା,ଲଳିତ ମୋହନ ବିଶୋଇ, ସ୍ଵାସ୍ଥ୍ୟ କର୍ମୀ କୁରଙ୍ଗିନୀ ପୋଢ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୫୦୦ କିଲୋ ଗଞ୍ଜେଇ:  ମୂଷା ଖାଇଗଲେ ଜବତ

୫୦୦ କିଲୋ ଗଞ୍ଜେଇ: ମୂଷା ଖାଇଗଲେ ଜବତ
Read More...

ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୭ତମ ଜନ୍ମଜୟନ୍ତୀ ପାଳିତ ।

ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୭ତମ ଜନ୍ମଜୟନ୍ତୀ ପାଳିତ ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମହୁଲ ବୋଝେଇ ଗାଡି ଜବତ, ୧ ଗିରଫ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell