OdishaStatenews.com Today : 09-Dec-2022 21:38:20 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

କୋଟେଲିଗୁଡା ଗ୍ରାମରେ ରାସ୍ତା ନିର୍ମାଣ ପ୍ରହସନ , (ଉନ୍ନତି କରଣ ନାମରେ ଠିକାଦାର ସନ୍ତୁଷ୍ଟିକରଣ ଅଭିଯୋଗ)

November 24, 2022, ଓଡ଼ିଶା, ମାଲକାନଗିରି,


କୋଟେଲିଗୁଡା ଗ୍ରାମରେ ରାସ୍ତା ନିର୍ମାଣ ପ୍ରହସନ , (ଉନ୍ନତି କରଣ ନାମରେ ଠିକାଦାର ସନ୍ତୁଷ୍ଟିକରଣ ଅଭିଯୋଗ)
KESHAB CHANDRA NAYAK
[ CITY REPORTER MALKANGIRI ]
OdishaStateNews Bureau
November 24, 2022



ମାଲକାନଗିରି ।ତା:୨୩/୧୧


ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଞ୍ଚାୟତର ନୂତନ କୋଟେଲିଗୁଡା ଗ୍ରାମରେ ମାଲକାନଗିରି ବ୍ଲକ ଅଧିନରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ଗ୍ରାମରେ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଏମ ଜି ଏନ ଆର ଇ ଜି ଏ ମଧ୍ୟମରେ ୯ ଲକ୍ଷ ୫୦ ହଜାର ଟଙ୍କା ଅଟକଳ କରାଯାଇଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୧୫ ସି ଏଫ ସି ମାଧ୍ୟମରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ବାବଦରେ ଏଠାରେ ନୂତନ ରାସ୍ତା ନିର୍ମାଣ ସହ ତିନୋଟି କଲଭର୍ଟ ନିର୍ମାଣର ବ୍ୟବସ୍ଥ୍ୟା ରହିଛି । ତେବେ ଏହି ରାସ୍ତା କାର୍ଯ୍ୟ ଠିକ ଭାବରେ କରାଯାଇ ନ ଥିବା ବେଳେ ଅନିୟମିତ ହୋଇ ଥିବା ଅଭିଯୋଗ ହୋଇଛି । ଗ୍ରାମ ବାସୀଙ୍କ କହିବା ଅନୁସାରେ ରାସ୍ତା ନିର୍ମାଣ ସମୟରେ ରାସ୍ତାର ଅତି ନିକଟର ଦୁଇ ପାର୍ଶ୍ବରୁ ମାଟି ଖୋଳି ରାସ୍ତା ଉପରେ ପକା ଯାଇଛି । ଫଳରେ ରାସ୍ତାର ଓସାର କମି ଯାଇଛି । ଏହା ବ୍ଯତୀତ ଦୁଇଟି କଲଭର୍ଟ ମାଟି ସମତଳ ଠାରୁ ଉଚ୍ଚତାରେ ନିର୍ମାଣ କରାଯାଇଛି । ମୁଖ୍ୟ ରାସ୍ତା କଡରେ ଏହି ଦୁଇଟି କଲଭର୍ଟ ଦେଇ ଡ୍ରେନ ପଣି ନିଷ୍କାସନ ହେବା ନିମନ୍ତେ ନିର୍ମାଣ କରା ଯାଇଛି । କିନ୍ତୁ ସମ୍ପୃକ୍ତ ଠିକାଦାର ଏହି କଲଭର୍ଟ ମାଟି ସମତଳ ଠାରୁ ଏକ ଫୁଟ ଉଚ୍ଚତାରେ ନିର୍ମାଣ କରିବା ଫଳରେ ଏହି ଦୁଇ କଲଭର୍ଟ ଦେଇ ଡ୍ରେନ ପଣି ନିଷ୍କାସନ ହୋଇ ପାରିବ ନାହିଁ । ଡ୍ରେନ ପାଣି ଗ୍ରାମ ମଧ୍ୟକୁ ପ୍ରବେଶ କରିବ ବୋଲି ଏରା ସୋଡି ,ସମରା ପଡିଆମୀ ,ଆଶିଷ ସୋଡି ଙ୍କ ସହ ଅନ୍ୟାନ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଆମେ ଜିଲ୍ଲା ପ୍ରାଶନର ନିର୍ଦ୍ଦେଶ ଅନୁସାରେ ପୁରୁଣା ଗ୍ରାମ ଛାଡି ନୂତନ ଗ୍ରାମକୁ ଆସିଛୁ । ଆମ ଗ୍ରାମର ଉନ୍ନତି କରଣ କରିବା ଆଳରେ ଏଠାରେ ଠିକାଦାର ସନ୍ତୁଷ୍ଟି କରଣ କାର୍ଯ୍ୟ ଚାଲିଛି । ଆମେ ଅଭିଯୋଗ କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ଗ୍ରାମ ପଞ୍ଚାଯତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏ ସମନ୍ଧେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜୀଙ୍କୁ ପଚାରିବାରୁ ଗ୍ରାମ ବାସୀଙ୍କ ଅଭିଯୋଗ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଥିବା ପ୍ରକାଶ କରିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନହିଁ । ତେବେ ଏହି କାର୍ଯ୍ୟ କରାଉଥିବା କନିଷ୍ଠ ଯନ୍ତ୍ରି ସରୋଜ ସାମନ୍ତରାୟଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଏହି ଗ୍ରାମ ପଞ୍ଚାୟତ ଦାୟିତ୍ବରେ ନଥିବା ସେ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଏହି ଗ୍ରାମ ପଞ୍ଚାୟତର କିଛି ଉନ୍ନୟନ କାର୍ଯ୍ୟ ସମନ୍ଧେ ଅଭିଯୋଗ ହୋଇଛି । କିନ୍ତୁ ମାଲକାନଗିରି ବ୍ଲକ ପ୍ରଶାସନ କେବେ କେବେ ଅଭିଯୋଗ ଆଧାରରେ ତଦନ୍ତ କରିଥିଲେ ମଧ୍ୟ ଚତୁରତାର ସହ ବିଭାଗୀୟ କାର୍ଯ୍ଯକୁ ଘଣ୍ଟ ଘୋଡାଇ ଅକ୍ଷୁର୍ଣ ରଖିବା ନିମନ୍ତେ ପୂର୍ଣ ପ୍ରୟାସ କରୁଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଗ୍ରାମବାସୀ ଏରା ସୋଡି ଦାବି କରିଛନ୍ତି ।


(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୭ତମ ଜନ୍ମଜୟନ୍ତୀ ପାଳିତ ।

ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୭ତମ ଜନ୍ମଜୟନ୍ତୀ ପାଳିତ ।
Read More...

ସ୍ବେଛାକୃତ  ରକ୍ତଦାନ ଶିବିର ଅନୁଷ୍ଠିତ

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସୀତାପୂର ଗ୍ରାମରେ ଅଙ୍ଗନୱାଡିଓ ସ୍ଵାସ୍ଥ୍ୟ କର୍ମୀଙ୍କ ଦ୍ଵାରା କୋରନl ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell