OdishaStatenews.com Today : 09-Dec-2022 22:21:58 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

November 23, 2022, ଓଡ଼ିଶା, ମାଲକାନଗିରି,


ସ୍ବେଛାକୃତ  ରକ୍ତଦାନ ଶିବିର ଅନୁଷ୍ଠିତ
KESHAB CHANDRA NAYAK
[ CITY REPORTER MALKANGIRI ]
OdishaStateNews Bureau
November 23, 2022



ମାଲକାନଗିରି। ତା:୨୩/୧୧


ମାଲକାନଗିରି ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ପଦାତିକ ବାହିନୀ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ତଥା ମାଲକାନଗିରି ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହେଶ୍ବର ଚନ୍ଦ୍ର ନାୟକ ଉଦଘାଟନ କରିବା ସହିତ କେବିନେଟମାନଙ୍କୁ ଉତ୍ସାହିତ କରିଥିଲେ।ରକ୍ତଦାନ କାର୍ଯ୍ୟକ୍ରମ ପୂର୍ବରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନ ସଭାକୁ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଓ ସଂପାଦକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ରକ୍ତଦାନର ମହତ୍ତ୍ଵ ଓ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ସୁଶାନ୍ତ କୁମାର ମାଝୀ ଆୟୋଜନ କରିଥିଲା ବେଳେ ଜିଲ୍ଲା ଆୟୋଜନ ଅଧିକାରୀ ମାନସୀ ସେଠୀ ଯୋଗଦାନ କରିବା ସହ ଡ଼ ସାଗର ବାହା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ୩୦ ୟୁନିଟ ରକ୍ତଦାନ ନମୁନା ସଂଗ୍ରହ କରିବା ସହିତ ୫୦ ଜଣ ଏନ, ସି,ସି କେଡେଟ ସହ ମହାବିଦ୍ୟାଳୟର ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି ଦିବସକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ଉପଲକ୍ଷେ ଆୟୋଜନ କରାଯାଇଥିଲା।ଏଥିରେ ଏନ, ସି,ସି କେଡେଟ ଗଣେଶ ପଟ୍ଟନାୟକ, ଗୁପ୍ତ ଗତମ ରାକେଶ ପରିଡ଼ା ପ୍ରମୁଖ ରକ୍ତଦାନ କରିଥିଲେ।ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ,ସ୍ନେହିତା ବୈଦ୍ୟ, ସାନିଆ କିର୍ଶାରୀ, ଜଳନ୍ଧର ମାଡ଼କମି, ସୁମନ୍ତ ମାଡ଼କାମି ପ୍ରମୁଖ ରକ୍ତଦାନ କରିଥିଲେ। ପରିଶେଷରେ ଅଧ୍ୟାପକ ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


(ରିପୋର୍ଟ:ବରିଷ୍ଟ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଟେଲିଗୁଡା ଗ୍ରାମରେ ରାସ୍ତା ନିର୍ମାଣ ପ୍ରହସନ , (ଉନ୍ନତି କରଣ ନାମରେ ଠିକାଦାର ସନ୍ତୁଷ୍ଟିକରଣ ଅଭିଯୋଗ)

କୋଟେଲିଗୁଡା ଗ୍ରାମରେ ରାସ୍ତା ନିର୍ମାଣ ପ୍ରହସନ , (ଉନ୍ନତି କରଣ ନାମରେ ଠିକାଦାର ସନ୍ତୁଷ୍ଟିକରଣ ଅଭିଯୋଗ)
Read More...

ଜଙ୍ଗଲରୁ  ବିପୁଳ ପରିମାଣର ମାଓ ସାମଗ୍ରୀଉଦ୍ଧାର

ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀଉଦ୍ଧାର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ସଭାପତି ଭାବେ ସିଦ୍ଧେଶ୍ୱର ମିଶ୍ର ଓ ସମ୍ପାଦିକା ଭାବେ ତନୁଜା ଶତପଥୀ ମୋନୋନିତ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell