OdishaStatenews.com Today : 09-Dec-2022 20:33:46 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ମୋହନାବ୍ଲକରେକାର୍ଯ୍ୟରତଅଙ୍ଗନୱାଡ଼ିକର୍ମୀଙ୍କ ବିଭିନ୍ନ ଦାବିନେଇ ବିଶାଳ ରାଲି ସରକାରଙ୍କ ନାଲି ଆଖିକୁ ଖାତିର ନାହିଁ, ମରିବୁ ପଛେ ଜାରୀ ରଖିବୁ ଲଢେଇ

November 23, 2022, ଓଡ଼ିଶା, ଗଜପତି,


ମୋହନାବ୍ଲକରେକାର୍ଯ୍ୟରତଅଙ୍ଗନୱାଡ଼ିକର୍ମୀଙ୍କ ବିଭିନ୍ନ ଦାବିନେଇ ବିଶାଳ ରାଲି ସରକାରଙ୍କ ନାଲି ଆଖିକୁ ଖାତିର ନାହିଁ, ମରିବୁ ପଛେ ଜାରୀ ରଖିବୁ ଲଢେଇ
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
November 23, 2022



ପାରଳାଖେମୁଣ୍ଡି:୨୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନାରେ ଅଙ୍ଗନୱାଡି କର୍ମୀଙ୍କ ରଣ ହୁଙ୍କାର l ବିଭିନ୍ନ ଦାବି ନେଇ ସୋମବାର ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱର ଠାରେ ବିଶାଳ ସମାବେଶ ସହ 6୬ବିଧାନସଭା ଘେରlଉ କରଯାଇଛି l ମଙ୍ଗଳାବlର ମୋହନlରେ ୬୩୭ ଟି ଅଙ୍ଗନୱାଡି କେନ୍ଦ୍ରର ଶତାଧିକ କର୍ମୀ ଓ ସହାୟିକା ସ୍ଥାନୀୟ ହାଇସ୍କୁଲ ଛକରୁ ଶୋଭାଯାତ୍ରାରେ ବାହାରି ଆଇସିଡ଼ିଏସ୍ କlର୍ଯ୍ୟlଳୟରେ ପହଞ୍ଚିଥିଲେ l ସେଠାରେ ଧାରଣା ଦେବା ସହ ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସଂମ୍ପର୍କରେ ଗର୍ଜି ଥିଲେ l ଗର୍ଭବତୀ ଠାରୁ ଆରମ୍ଭ କରି ଛୁଆ ଜନ୍ମ ହେବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ଅଙ୍ଗନୱାଡି କର୍ମୀ ମାନେ ନେଇଥାନ୍ତି l ଏଥିସହ ସରକାରଙ୍କ ସମସ୍ତ ଜନହିତକର ଯୋଜନାର ସଫଳ ରୂପାୟନରେ ଅଙ୍ଗନୱାଡ଼ି କର୍ମୀଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି l ମହିଳା ମାନଙ୍କୁ ଏକାଠି କରି ଏସଏଚଜି ଗଠନରେ ଅଙ୍ଗନୱାଡ଼ି କର୍ମୀଙ୍କ ପରିଶ୍ରମ ଯୋଗୁଁ ସରକାର ସଫଳ ହେବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି l ତେବେ ରାଜ୍ୟ ସରକାର ଅଙ୍ଗନୱାଡି କର୍ମୀଙ୍କୁ ୪୫ ଟି କାମ ଲଦିଦେଇଥିବା ବେଳେ ସେମାନଙ୍କ ଦାବି ପ୍ରତି କେବେ ଗୁରୁତ୍ଵ ଦେଉନାହାନ୍ତି l ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଦରମା ବୃଦ୍ଧି, ମିନି ଅଙ୍ଗନୱାଡି ଉଚ୍ଛେଦ କରାଯାଇ ମୂଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ ସହ ବିଭିନ୍ନ ଦାବି ନେଇ ପ୍ରତିବର୍ଷ ଆନ୍ଦୋଳନ କରାଯାଉଛି l ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭlଙ୍ଗୁନାହିଁ l ସରକାର ଅଙ୍ଗନୱାଡି କର୍ମୀଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ନାଲି ଆଖି ଦେଖାଉଛନ୍ତି ଅଙ୍ଗନୱାଡ଼ି କର୍ମୀଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଓଲଟା ସରକାର ଆନ୍ଦୋଳନ ବନ୍ଦ କରିବାକୁ ଧମକ ଦେଇଛନ୍ତି l ଆନ୍ଦୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର l ନବୀନ ସରକାର ଗାଁ କୁ କାମ ମା କୁ ସମ୍ମାନ ଦିଆ ଯାଉଛି ବୋଲି କହୁଛନ୍ତି l ହେଲେ ଅଙ୍ଗନୱାଡି କର୍ମୀ କଣ ଜଣେ ଜଣେ ମା ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅଙ୍ଗନୱାଡି କର୍ମୀ l ସରକାର ତାଙ୍କ ଦାବି ପୂରଣ କରିବା ପରିବର୍ତ୍ତେ ସେମାନଙ୍କୁ ଧମକ ଦେଇଛନ୍ତି l ଏ କଣ ସରକାରଙ୍କ ମା କୁ ସମ୍ମାନ l ରାଜ୍ୟ ସରକାର ଯେତେ ଧମକ ଦେଲେ ମଧ୍ୟ ଡରିବୁ ନାହିଁ l ଆମ ହକ ପାଇଁ ଆମେ ଲଢେଇ କରୁଛୁ l ସରକାର ଯେତେ ଦିନ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଆମ ଲଢେଇ ଜାରୀ ରହିବ ବୋଲି ଅଙ୍ଗନୱାଡି କର୍ମଚାରୀ ସଂଘର ସଭାନେତ୍ରୀ ପବିତ୍ରା ନାୟକ ଓ ସମ୍ପାଦିକା ଅଞ୍ଜଳି ନାୟକ କହିଛନ୍ତି l ଏହି ଅବସରରେ ସଂଘର ଉପ ସଭାନେତ୍ରୀ ଭାରତୀ ନାୟକ ଓ କୋଷାଧ୍ୟକ୍ଷ ଅମିତା ନାୟକ ଯୋଗଦେଇଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଟକର ପୂର୍ବତନ ଡେପୁଟି ମେୟର ଅଜୟ ପରଲୋକରେ

କଟକର ପୂର୍ବତନ ଡେପୁଟି ମେୟର ଅଜୟ ପରଲୋକରେ
Read More...

କେନ୍ଦ୍ରର ମୋଦି ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀକୁ ଆଦିବାସୀ ମାନଙ୍କ ବିରୋଧ କରି ଗୁମ୍ମା ତହସିଲ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରର ମୋଦି ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀକୁ ଆଦିବାସୀ ମାନଙ୍କ ବିରୋଧ କରି ଗୁମ୍ମା ତହସିଲ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମୁହଁର ଚର୍ମ କୁଞ୍ଚନରୁ ରକ୍ଷା ପାଇବା ପାଇଁ  ବ୍ୟବହାର କରିପାରିବେ ଚିନି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell