OdishaStatenews.com Today : 09-Dec-2022 21:19:54 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

କେନ୍ଦ୍ରର ମୋଦି ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀକୁ ଆଦିବାସୀ ମାନଙ୍କ ବିରୋଧ କରି ଗୁମ୍ମା ତହସିଲ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

November 23, 2022, ଓଡ଼ିଶା, ଗଜପତି,


କେନ୍ଦ୍ରର ମୋଦି ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀକୁ ଆଦିବାସୀ ମାନଙ୍କ ବିରୋଧ କରି ଗୁମ୍ମା ତହସିଲ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
November 23, 2022



ପାରଳାଖେମୁଣ୍ଡି:୨୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)କେନ୍ଦ୍ର ସରକାର , ଦେଶୀ ବିଦେଶୀ କର୍ପୋରେଟ୍ କମ୍ପାନୀ ମାନଙ୍କୁ ଜଙ୍ଗଲ ଦେବା ଉଦ୍ଦେଶ୍ୟରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨” ଆଣିଛନ୍ତି ବୋଲି ଆଦିବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ନିୟମ ଜରିଆରେ ସରକାର ଜଙ୍ଗଲ ମଧ୍ୟରେ ରହୁଥିବା ଦେଶର କୋଟି କୋଟି ଆଦିବାସୀ ଓ ପାରମ୍ପରିକ ବନଜୀବି ମାନଙ୍କ କଷ୍ଟାର୍ଜିତ ଜଙ୍ଗଲ ଅଧିକାରକୁ ଛଡାଇ ନେବା ସହ ଦେଶର ଜଙ୍ଗଲ ସମ୍ପଦକୁ କର୍ପୋରେଟଙ୍କ ହାତରେ ଟେକି ଦେବାକୁ ଯାଉଛନ୍ତି ବୋଲି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା -ଏଆଇକେଏମଏସ ପକ୍ଷରୁ ଅଭିଯୋଗରେ କୁହାଯାଇଛି ।ସଂଗଠନ ପକ୍ଷରୁ ଏହି ନିୟମାବଳୀ ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର କରିବା ଦାବିରେ ଦେଶସାରା କାର୍ଯକ୍ରମର ଆୟୋଜନ କରାଯାଉଛି ।ଏହି ପରିପ୍ରେକ୍ଷୀରେ ଆଜି ସଂଗଠନର ଗଜପତି ଜିଲ୍ଲା ଗୁମ୍ମା ବ୍ଳକ୍ କମିଟି ପକ୍ଷରୁ ଗୁମ୍ମା ଠାରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ସହ ସ୍ଥାନୀୟ ତହସିଲଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା ।ସଭାର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବରଙ୍କ ସମେତ ଶ୍ରୀ କାଡୁକା ଶବର , ଶ୍ରୀ କାରୁକା ଶବର , ଶ୍ରୀ ସମ୍ଵରା ରଇତ , ଶ୍ରୀ ମୁସୃଦା ଗମାଙ୍ଗ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସମ୍ପାଦକ ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଲୋକଙ୍କ ଜଙ୍ଗଲ ଅଧିକାର ଦେବାରେ ବିଫଳ ମୋଦି ସରକାର ଆଜି ଦେଶୀ ବିଦେଶୀ କର୍ପୋରେଟ ମାନଙ୍କ ହାତରେ ଦେଶର ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ସମ୍ପଦ ଟେକି ଦେବାକୁ ବସିଛି ବୋଲି କହିଥିଲେ ।ଅତଏବ ଏଭଳି ଏକ ଆଦିବାସୀ ବିରୋଧୀ ଓ ପରିବେଶ ବିରୋଧୀ ନିୟମାବଳୀକୁ ପ୍ରତ୍ୟାହାର କରିବାକୁ ଜୋରଦାର ଆନ୍ଦୋଳନ କରିବାକୁ ଡାକରା ଦେଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ୍ ଜିଲ୍ଲା ନେତୃବୃନ୍ଦଙ୍କ ସମେତ ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମରୁ ଶହ ଶହ ସଂଖ୍ୟାରେ ଆଦିବାସୀ ଓ ପାରମ୍ପରିକ ବନଜୀବି ଯୋଗ ଦେଇଥିଲେ ଏହି ଅବସରରେ ବ୍ଳକର ଭୂମହୀନ ଓ ଗୃହହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା ପ୍ରଦାନ କରିବାକୁ ତହସିଲ କାର୍ଯ୍ୟାଳୟରେ ଦରଖାସ୍ତ ଦିଆ ଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋହନାବ୍ଲକରେକାର୍ଯ୍ୟରତଅଙ୍ଗନୱାଡ଼ିକର୍ମୀଙ୍କ ବିଭିନ୍ନ ଦାବିନେଇ ବିଶାଳ ରାଲି ସରକାରଙ୍କ ନାଲି ଆଖିକୁ ଖାତିର ନାହିଁ, ମରିବୁ ପଛେ ଜାରୀ ରଖିବୁ ଲଢେଇ

ମୋହନାବ୍ଲକରେକାର୍ଯ୍ୟରତଅଙ୍ଗନୱାଡ଼ିକର୍ମୀଙ୍କ ବିଭିନ୍ନ ଦାବିନେଇ ବିଶାଳ ରାଲି ସରକାରଙ୍କ ନାଲି ଆଖିକୁ ଖାତିର ନାହିଁ, ମରିବୁ ପଛେ ଜାରୀ ରଖିବୁ ଲଢେଇ
Read More...

୨୫ କୋଟି ଟଙ୍କା ର ୬ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ଯ ମନ୍ତ୍ରୀ

୨୫ କୋଟି ଟଙ୍କା ର ୬ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ଯ ମନ୍ତ୍ରୀ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କାଲିମେଳା ସଚ୍ଚିଦାନନ୍ଦ ବ୍ରାହ୍ମଣ ସାମାଜ ପକ୍ଷରୁ ମାସିକ ବୈଠକ ଓ ବିଦାୟୀ ସମ୍ବର୍ଦ୍ଧନା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell