OdishaStatenews.com Today : 09-Dec-2022 20:41:22 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଏଣିକି ୬୦ ନୁହେଁ ୫୦ରେ ନବାକୁ ପଡିବ ଅବସର

July 08, 2022, ରାଜନୀତି, ,


ଏଣିକି ୬୦ ନୁହେଁ ୫୦ରେ ନବାକୁ ପଡିବ ଅବସର
OdishaStateNews Bureau
July 08, 2022



ଜୁଲାଇ ୦୮: ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷ କଲେ ସରକାର । ଅର୍ଥାତ ୫୦ ବର୍ଷ ପରେ ଆପଣ ଆଉ କାମ କରିପାରିବେନି । ପୂର୍ବରୁ ୬୦ କିମ୍ବା ୬୨ ବର୍ଷରେ ସରକାରୀ ଚାକିରିଆମାନେ ଅବସର ନେଉଥିବା ବେଳେ ଏବେ ସେଇ ନିୟମରେ ବଡ଼ ଧରଣମ ପରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଅବସର ବୟସସୀମାକୁ ୫୦ ବର୍ଷ କରାଯାଇଛି । ସୂଚନା ଅନୁସାରେ, ୟୁପି ସରକାର ଏଇ ନିୟମ ଲାଗୁ କରିଛନ୍ତି । ଆଉ ଏଇ ନିୟମ ଲାଗୁ ହେବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଆହୁରି ମଧ୍ୟ ଯୋଗୀ ସରକାର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସରକାରଙ୍କ ଏହି ନିୟମରେ ଖୁସି ନାହାନ୍ତି ଚାକିରିଆ । ଅବସର ବୟସ ସୀମାକୁ ୫୦ କରିବା ପରେ ସାରା ରାଜ୍ୟରେ କୁହୁଳିବାରେ ଲାଗିଛି ଅସନ୍ତୋଷ । ଜୁଲାଇ ୩୧ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା କର୍ମଚାରୀ, କାର୍ଯ୍ୟ ନକରିବା ସ୍ଥିତିରେ ଥିବା କର୍ମଚାରୀ ବା କୌଣସି ଯାଞ୍ଚରେ ଫସିଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ ୧୫ ସୁଦ୍ଧା ଅବସରପ୍ରାପ୍ତ କର୍ମଚାରୀଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଆଉ ଏଇ ନିର୍ଦ୍ଦେଶ ପାଇବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫୦ବର୍ଷ ପୂରଣ କରିଥିବା ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ନାହିଁ । ବରଂ ଯେଉଁମାନେ ଭଲ କାମ କରୁଛନ୍ତି, ଯାହାଙ୍କ ନାଁରେ କୌଣସି ଦୁର୍ନୀତି ଥିବା ସେମାନଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯିବ ବୋଲି ସୂଚନା ମିଳିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦ୍ୟାଳୟ ରେ ଶିକ୍ଷକ ଙ୍କ ରାଜୁତି, ପିଲାଙ୍କୁ ପିଟିବା ସହ ଦୁର୍ବ୍ୟବହାର କରୁଛନ୍ତି ଶିକ୍ଷୟତ୍ରୀ

ବିଦ୍ୟାଳୟ ରେ ଶିକ୍ଷକ ଙ୍କ ରାଜୁତି, ପିଲାଙ୍କୁ ପିଟିବା ସହ ଦୁର୍ବ୍ୟବହାର କରୁଛନ୍ତି ଶିକ୍ଷୟତ୍ରୀ
Read More...

ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ: ରୁଚିକାଙ୍କ ପରେ ଲିପ୍ସାଙ୍କ ଆତ୍ମହତ୍ୟା

ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ: ରୁଚିକାଙ୍କ ପରେ ଲିପ୍ସାଙ୍କ ଆତ୍ମହତ୍ୟା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅଶୋଚନୀୟ ଅବସ୍ଥାରେ କୋରାପୁଟ ରାଜରାସ୍ତା..
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell