OdishaStatenews.com Today : 09-Dec-2022 22:13:22 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ପ୍ରସନ୍ନଙ୍କ ସ୍ଥାନରେ କିଏ ହେବେ ରାଜ୍ୟସଭାରେ ବିଜେଡି ନେତା?

July 01, 2022, ରାଜନୀତି, ,


ପ୍ରସନ୍ନଙ୍କ ସ୍ଥାନରେ କିଏ ହେବେ ରାଜ୍ୟସଭାରେ ବିଜେଡି ନେତା?
OdishaStateNews Bureau
July 01, 2022




ଆଜି ବିଜେଡିର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ। ଏହି ସାଂସଦମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌ ଭାସ୍କର ରାଓ ଓ ସସ୍ମିତ ପାତ୍ର। ଖାଲି ହେଉଥିବା ଏହି ତିନି ଆସନ ପାଇଁ ପୂର୍ବରୁ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ପୁନଃ ନିର୍ବାଚିତ ହୋଇଥିବା ସାଂସଦ ଶ୍ରୀ ପାତ୍ରଙ୍କ ବ୍ୟତୀତ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ ଆସନ୍ତା ୮ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟସଭା ବିଜେଡି ନେତା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ଆଜି ଶେ‌‌ଷ ହେଉଥିବାରୁ ରାଜ୍ୟସଭାରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଛି।


ବିଜିନେସ୍‌ ଆଡଭାଇଜରି ବୈଠକ, ସଂସଦ ଅଧିବେଶନ ସମୟରେ ସର୍ବଦଳୀୟ ବୈଠକ ଭଳି ସଂସଦୀୟ ବ୍ୟାପର ସଂପର୍କିତ କାର୍ଯ୍ୟକ୍ରମରେ ରାଜ୍ୟସଭା ନେତାଙ୍କ ଭୂମିକା ଗୁରୁତ୍ବ ବହନ କରିଥାଏ। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ସାଂସଦମାନଙ୍କ ସଂଖ୍ୟା ୯ ରହିଛି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ ନେତା କରାଯିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସଙ୍କେତ ମିଳିପାରିନାହିଁ। ତେବେ ବିଜେଡିର ରାଜ୍ୟସଭା ସାଂସଦମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ, ସୁଜିତ କୁମାର କିମ୍ବା ଡାକ୍ତର ସସ୍ମିତ ପାତ୍ରଙ୍କ ମଧ୍ୟରୁ ଜଣକର ନାମକୁ ପାର୍ଟି ସୁପ୍ରିମୋ ମୋହର ଲଗାଇପାରନ୍ତି।






ଏପ୍ରିଲ ୨୦୧୮ରୁ ଡଃ ନନ୍ଦ ରାଜ୍ୟସଭାର ସଦସ୍ୟ ରହିଛନ୍ତି। ସଂସଦୀୟ ବ୍ୟାପାରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନ ସନ୍ତୋଷଜନକ ରହିଛି। ଡଃ ଅମର ପଟ୍ଟନାୟକ ଜୁନ ୨୮, ୨୦୧୯ରେ ବିଜେଡି ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଜେଡି ସଂସଦୀୟ କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ରାଜ୍ୟସଭାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ ଆଲୋଚନାରେ ସେ ଭାଗ ନେଉଛନ୍ତି ଏବଂ ଦିଲ୍ଲୀ ଦରବାରରେ ସେ ବିଜେଡିର ଏକ ଜଣାଶୁଣା ଚେହେରା। ସେହିଭଳି ୨୦୧୯ରେ ମାତ୍ର ୩ ବର୍ଷ ପାଇଁ ରାଜ୍ୟସଭାକୁ ଡଃ ପାତ୍ର ନିର୍ବାଚିତ ହୋଇଥିଲେ। ତାପରେ ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଯାଇଛି। ୨୦୧୯ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସସ୍ମିତଙ୍କୁ ରାଜ୍ୟସଭାରେ ଦଳୀୟ ମୁଖ୍ୟ ସଚେତକ ରୂପେ ନିଯୁକ୍ତି ମିଳି‌ଥିଲା। ରାଜ୍ୟସଭାରେ ସସ୍ମିତଙ୍କ ପ୍ରର୍ଦଶନ ମଧ୍ୟ ସନ୍ତୋଷଜନକ ରହିଛି। ରାଜ୍ୟସଭା ପ୍ୟା‌ନେଲ୍‌ ଉପାଧ୍ୟକ୍ଷ ଭାବେ ସଦନ ପରିଚାଳନାରେ ତାଙ୍କର ଦକ୍ଷତାକୁ ପ୍ରଶଂସା କରାଯାଇଛି। ରାଜ୍ୟସଭାରେ ବିଜେଡି ନେତା ଭାବେ ଦଳର ସୁପ୍ରିମୋ କାହାକୁ ନିଯୁକ୍ତ କରିବେ, ଏହା ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ରହିଛି।


ଏପ୍ରିଲ ୩, ୨୦୧୮ରେ ଦିଲୀପ ତିର୍କୀଙ୍କ ରାଜ୍ୟସଭାର କାର୍ଯ୍ୟକାଳ ‌ଶେଷ ହେବା ପରେ ତାଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାର ନେତା ରୂପେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ’ ୨୦୧୮ ରେ ନିଯୁକ୍ତ କରିଥିଲେ। ରାଜ୍ୟସଭାରେ ବିଜେଡି ନେତା ଭାବେ ଶ୍ରୀ ଆଚାର୍ଯ୍ୟ ଦଳ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଫ୍ଲୋର ମ୍ୟାନେଜମେଣ୍ଟରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ସଂସଦୀୟ ପ୍ଲାଟଫର୍ମରେ ଉଠାଇବା ରଣନୀତି ସଦନରେ ଦଳର ନେତାଙ୍କ ଉପରେ ନ୍ୟସ୍ତ ହୋଇଥାଏ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ୨୦୦ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା:

ଆଜି ୨୦୦ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା:
Read More...

ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ସଂକ୍ରମଣ ଭୟ ଆନ୍ଧ୍ର ସୀମାନ୍ତ sudub ସୀମା ସିଲ କଲା ପ୍ରଶାସନ ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell