OdishaStatenews.com Today : 20-May-2022 19:51:30 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ପୁରୀରୁ ୩.୧୯୨ କିଲୋଗ୍ରାମ୍ ବ୍ରାଉନସୁଗାର ଜବତ: ୩ ଅଭିଯୁକ୍ତ ଗିରଫ

May 14, 2022, ଓଡ଼ିଶା, ପୁରୀ,


ପୁରୀରୁ ୩.୧୯୨ କିଲୋଗ୍ରାମ୍ ବ୍ରାଉନସୁଗାର ଜବତ: ୩ ଅଭିଯୁକ୍ତ ଗିରଫ
OdishaStateNews Bureau
May 14, 2022



ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ପୁରୀ ଏସଟିଏଫ ଏବଂ ବାସେଳି ସାହି ଥାନା ପୁଲିସ୍ ମିଳିତ ଭାବେ ଆଜି ସକାଳେ ଏକ ମାରୁତି ଅଲ୍ଟୋ କାରକୁ ପିଛା କରି ମଙ୍ଗଳାଘାଟ ଛକରେ ଧରିବାରେ ସଫଳ ହୋଇଥିଲେ। ସେହି କାରରୁ ୩.୧୯୨ କିଲୋଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ଏହି ମାମଲାରେ ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା(୨୨), ରାଜକିଶୋର ସାହୁ(୨୪) ଓ ମାନସ ସାହୁଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ପୁରୀର ଯୁବକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଏସପି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ।


ଅଭିଯୁକ୍ତମାନଙ୍କଠାରୁ ୨୦ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍ ଗୋଟିଏ ଓଜନ ମେସିନ୍ ଓ ଏକ ଧୂସର ରଙ୍ଗ ମାରୁତି ଅଲ୍ଟୋ କାର ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି।







Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>


Read More...

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ କରୋନା ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ କରୋନା ପଜିଟିଭ ଚିହ୍ନଟ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର : ଡ୍ରାମା ସିରିଜ୍‌ ‘କୋର୍ଟ ରୁମ୍‌’ରେ ଶ୍ରୀୟା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell