OdishaStatenews.com Today : 20-May-2022 18:48:39 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଦର ବୃଦ୍ଧି ରୋକିବାକୁ ଗହମ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା ଭାରତ

May 14, 2022, ଦେଶ ଦୁନିଆ, ,


ଦର ବୃଦ୍ଧି ରୋକିବାକୁ ଗହମ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା ଭାରତ
OdishaStateNews Bureau
May 14, 2022



ନୂଆଦିଲ୍ଲୀ: ଦେଶରେ ଗହମ ଦର ବୃଦ୍ଧି ରୋକିବା ଲାଗି ଭାରତ ବିଦେଶକୁ ଗହମ ରପ୍ତାନି ଉପରେ ନିଷେଧାଜ୍ଞା ଜାରି କରିଛି। ଏହି ନିଷେଧାଦେଶ ତତ୍‌କ୍ଷଣାତ୍‌ ଲାଗୁ କରାଯାଇଥିବା କଥା ଶୁକ୍ରବାର ରାତିରେ ପ୍ରକାଶିତ ବିଜ୍ଞପ୍ତିରେ ସରକାର କହିଛନ୍ତି।କିନ୍ତୁ, ଏହି ନିଷେଧାଜ୍ଞା ଜାରି ପୂର୍ବରୁ ଗହମ ରପ୍ତାନି ନିମନ୍ତେ ଗୃହୀତ ହୋଇ ସାରିଥିବା ‘ଲେଟର୍ସ ଅଫ୍‌ କ୍ରେଡିଟ୍‌’ କ୍ଷେତ୍ରରେ ଲାଗୁ ହେବ ନାହିଁ ବୋଲି ସରକାର କହିଛନ୍ତି।






ଫେବ୍ରୁଆରି ମାସରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ କୃଷ୍ଣ ସାଗର ଅଞ୍ଚଳରୁ ଗହମ ଆମଦାନି ସମ୍ଭବପର ନ ହେବାରୁ ବୈଶ୍ବିକ କ୍ରେତାମାନେ ଗହମ ଯୋଗାଣ ଲାଗି ଭାରତ ଉପରେ ନିର୍ଭର କରୁଥିଲେ।


ଦେଶରେ ଗହମ ଓ ଗହମ ଉତ୍ପାଦଗୁଡ଼ିକର ଦର ୧୫%ରୁ ୨୦% ବୃଦ୍ଧି ପାଇଥିବା ବେଳେ ବିଶ୍ବ ବଜାରରେ ଗହମ ଦର ବିଗତ ୧୪ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି ପାଇଛି। ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ହେତୁ ସୃଷ୍ଟି ହୋଇଥିବା ଗୋଳମାଳିଆ ଆନ୍ତର୍ଜାତିକ ପରିସ୍ଥିତି କାରଣରୁ ବିଶ୍ବବ୍ୟାପୀ ଗହମ ଦର ବୃଦ୍ଧି ପାଇଛି।


ଦେଶରେ ଗହମ ଦର ବୃଦ୍ଧି ପାଇବାର ମଧ୍ୟ କେତେକ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଗହମର ମୂଲ୍ୟ ଓ ଇନ୍ଧନ ଦର ବୃଦ୍ଧି। ଏଥିଯୋଗୁଁ କେବଳ ଗହମ ନୁହେଁ ମକାର ଦର ମଧ୍ୟ ବୃଦ୍ଧି ପାଉଛି। ଉଲ୍ଲେଖଯୋଗ୍ୟ, ଦର ବୃଦ୍ଧି ପାଇବା ସହ ବିଶ୍ବ ବଜାରରେ ଗହମର ଚାହିଦା ମଧ୍ୟ ବୃଦ୍ଧି ପାଉଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ କରୋନା ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ କରୋନା ପଜିଟିଭ ଚିହ୍ନଟ
Read More...

୧୪ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

୧୪ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅପରାହ୍ନରେ କାଳବୈଶାଖୀ ସମ୍ଭାବନା!
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell