OdishaStatenews.com Today : 20-May-2022 20:04:40 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ମଧ୍ୟାହ୍ନ ଭୋଜନରେ ଅନିୟମିତତା

May 14, 2022, ଓଡ଼ିଶା, ଅନୁଗୁଳ,


ମଧ୍ୟାହ୍ନ ଭୋଜନରେ ଅନିୟମିତତା
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
May 14, 2022



ତାଳଚେର ତା ୧୩/୦୫ ତାଳଚେର ଅଂଚଳର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ଠିକାଦାରଙ୍କ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ଣ ଭୋଜନ ଚାଉଳ ଅନିୟମିତତାକୁ ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଥିଲେ ମଧ୍ୟ କେହି ହେଲେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ଯାହା ଜଣାଯାଏ, ଠିକାଦାର ସିଧାସଳଖ ଭାବେ ସରକାରୀ ଗୋଦାମରୁ ୫୦ କେଜି ଓଜନର ଚାଉଳବସ୍ତା ଆଣି ପ୍ରତି ସ୍କୁଲରେ ବଂଟନ କରିଥାଏ । ମାତ୍ର ୫୦କେଜି ପରିବେର୍ତ ଉକ୍ତ ବସ୍ତାରେ ୪୦ରୁ ୪୨କେଜି ରହୁଥିବା କୁହାଯାଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଚାଉଲ ସରକାରୀ ଡ଼ିପୋରୁ ବିଭିନ୍ନ ସ୍ତର ଦେଇ ସ୍କୁଲକୁ ଆସିବା ପର୍ଯ୍ୟନ୍ତ ପ୍ରତି ଜାଗାରେ ଚାଉଳ ହଡ଼ପ ହେଉଥିବା ଅଭିଯୋଗ ହେଉଛି । ଏପରିକି ତାଳଚେର ଅଂଚଳରେ ଆଜକୁ ଦୀର୍ଘ ୨୫ବର୍ଷ ହେବ ଜଣେ ମାତ୍ର ଠିକାଦାର ଏହି ମଧ୍ୟାହ୍ଣ ଭୋଜନ ଚାଉଳ ଯୋଗାଇ ଆସୁଛନ୍ତି । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାଳଚେର ପୌରପରିଷଦର ୯ନମ୍ବର ୱାର୍ଡ଼ ପାଟରା ସାହି ପ୍ରାଥମିକ ବିଦ୍ୟାଳୟରେ । ଏହି ଖବର ପାଇ ଉକ୍ତ ବିଦ୍ୟାଳୟକୁ କିଛି ଗଣମାଧ୍ୟମ ପ୍ରତିନିଧି ଓ କାଉନସିଲର ଯାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏସମ୍ପର୍କରେ ପଚାରିବାରୁ ସେ ସଠିକ୍ ଉତର ନଦେଇ ଉତକ୍ଷିପ୍ତ ହୋଇପଡ଼ିଥିଲେ । ତେବେ ଏହା ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୪ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

୧୪ ମଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
Read More...

ଏସ୍ ଏସ୍ ହସପିଟାଲରେ ଅଭାବନୀୟ ଘଟଣା

ଏସ୍ ଏସ୍ ହସପିଟାଲରେ ଅଭାବନୀୟ ଘଟଣା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କୋଟପାଡ଼ ଓକିଲ ସଂଘର ପୂର୍ବତନ ସଭାପତି ଙ୍କ ପୁତ୍ର ବିୟୋଗ ରେ ଓକିଲ ସଂଘ ରେ ଶୋକ ପ୍ରକାଶ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell