OdishaStatenews.com Today : 20-May-2022 18:24:24 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଏସ୍ ଏସ୍ ହସପିଟାଲରେ ଅଭାବନୀୟ ଘଟଣା

May 14, 2022, ଓଡ଼ିଶା, ଅନୁଗୁଳ,


ଏସ୍ ଏସ୍ ହସପିଟାଲରେ ଅଭାବନୀୟ ଘଟଣା
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
May 14, 2022



ତାଳଚେର ତା ୧୩/୦୫ ତାଳଚେର ବ୍ଲକ ଅନ୍ତର୍ଗତ ଥର୍ମାଲ ଆନନ୍ଦ ବଜାର ଛକ ନିକଟସ୍ଥ ଏସ୍‌.ଏସ୍ ନାମକ ଏକ ଘରୋଇ ଚିକିତ୍ସାଳୟ ଅବସ୍ଥିତ । ଏହି ଚିକିତ୍ସାଳୟକୁ ଗତକାଲି ସନ୍ଧ୍ୟା ସମୟରେ ପର୍ଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗଗ୍ରାମ ସୁବର୍ଣ୍ଣପୁର ପାଟଣା ସାହିର ଆନନ୍ଦ କୁମାର ନାୟକଙ୍କ ପତ୍ନୀ (୨୮) ଡ଼େଲିଭରି ଯନ୍ତ୍ରଣା ହେବାରୁ ଏଠାକୁୁ ଆସିଥିଲା । ସେଠାରେ କୌଣସି ଜଣେ ଡ଼ାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ କାଲି ସକାଳ ୮ଘଟିକା ସମୟରେ ଆସିବାକୁ ପରାମର୍ଶ ଦେଇଥିଲେ । ଏବଂ ତଦ୍ ଅନୁସାରେ ଗର୍ଭବତୀ ମହିଳା ସକାଳ ୮ଘଟିକାରେ ଆସି ସେହି ଡ଼ାକ୍ତରଖାନାର ସମ୍ପୃକ୍ତ ଡ଼ାକ୍ତର ଓଟି ଭିତରକୁ ନେଇ ଅଲଟ୍ରା ସାଉଣ୍ଡ କରିଥିଲେ । ଦୁଃଖର ବିଷୟ ଅଟ୍ରାସାଉଣ୍ଡ କରିବାପରେ ଗର୍ଭସ୍ଥ ଶିଶୁଟିକୁ ମୃତ ଘୋଷଣା କରି ତରବରିଆ ଭାବେ ସମ୍ପୃକ୍ତ ଡ଼ାକ୍ତର କିଛି କାହାକୁ ନକହି ସେଠାରୁ ପଳାଇ ଯାଇଥିବା ଘଟଣା ଏକ ସନ୍ଦେହ ଜନକ ସୃଷ୍ଟି କରିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଫଳରେ ଏହାକୁ ନେଇ ସମ୍ପୃକ୍ତ ପରିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୀର୍ଘ ସମୟ ବ୍ୟାପି ଉତେଜନା ଦେଖାଦେଇଥିବା ଜଣାପଡ଼ିଛି । ତେବେ ଉକ୍ତ ବେସରକାରୀ ଚିକିତ୍ସାଳୟରେ ରୋଗୀମାନଙ୍କୁ ଠିକ୍ ଭାବେ ଚିକିତ୍ସା ନକରି ଅଧିକ ଅର୍ଥ ଉପାର୍ଜନ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟବିଭାଗ ଏଥିପ୍ରତି ନିଘା ନାହିଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଧ୍ୟାହ୍ନ ଭୋଜନରେ ଅନିୟମିତତା

ମଧ୍ୟାହ୍ନ ଭୋଜନରେ ଅନିୟମିତତା
Read More...

ରାଜ୍ୟ ସରକାର ମେଡିକାଲ୍ କଲେଜ୍ କୁ ଚଳାଇବା ପାଇଁ ଲିଖିତ ପ୍ରତିଶୃତି ଦେବାରୁ ୧୩ରେ ତାଳଚେର ବନ୍ଦକୁ ସ୍ଥଗିତ

ରାଜ୍ୟ ସରକାର ମେଡିକାଲ୍ କଲେଜ୍ କୁ ଚଳାଇବା ପାଇଁ ଲିଖିତ ପ୍ରତିଶୃତି ଦେବାରୁ ୧୩ରେ ତାଳଚେର ବନ୍ଦକୁ ସ୍ଥଗିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଓଡ଼ିଆ ଝିଅ ବିଶ୍ବରୂପାଙ୍କୁ ୟୁଏଇର ଗୋଲଡେନ ଭିସା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell