ଦାମନଯୋଡି,୧୩/୦୫:- ରାଷ୍ଟ୍ରାୟତ ନବରତ୍ନ କମ୍ପାନୀ ନାଲକୋର କର୍ପୋରେଟ ସାମାଜିକ ଦାୟିତ୍ଵବୋଧ (ସିଏସଆର) କାର୍ଯ୍ୟକ୍ରମ ପ୍ରତି ପ୍ରତିବଦ୍ଧତାର ଅଂଶ ସ୍ବରୂପ ନାଲକୋ ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲ୍ଲା ପୋଲିସକୁ ଦୁଇଟି ପିସିଆର ମୋବାଇଲ ଭ୍ୟାନ ପ୍ରଦାନ କରାଯାଇଛି।କୋରାପୁଟ ଆରକ୍ଷୀ ଅଧିକ୍ଷକ(ଏସପି)ବରୁଣ ଗୁଣ୍ଠୁପାଲ୍ଲି ଓ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ କୁମାର ପାଢ଼ୀ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ। ଏସପିଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ପାଢ଼ୀ ଗାଡ଼ିସହିତ ଗାଡିଗୁଡିକର କାଗଜପତ୍ର ଓ ଚାବି ମଧ୍ୟ ପୋଲିସ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। ପିସିଆର ମୋବାଇଲ ଭ୍ୟାନ ପ୍ରଦାନବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାସ,ନାଲକୋ ଭାରପ୍ରାପ୍ତ ସମୂହ ମହାପ୍ରବନ୍ଧକ ମଣି ପ୍ରସାଦ ସାମଲ, ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର,ଡିଜିଏମ ସରୋଜ କୁମାର ନାଥ ଓ ବିଛନ୍ଦ ଚରଣ ଦାଶ ଏବଂ ଉପ ପ୍ରବନ୍ଧକ ଅରୁଣ କୁମାର ମହାନ୍ତି ଉପସ୍ଥିତ ଥିଲେ। ଏଥିସହିତ ନାଲକୋ ଇଡି ଶ୍ରୀ ପାଢ଼ୀ ଦକ୍ଷିଣ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
କୋଟପାଡ କୋର୍ଟ ତରଫରୁ ଆଇ ଟି ଆଇ ଠାରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ
Read More...
ସାମାଜିକ ସମୀକ୍ଷା ନିମନ୍ତେ ହିତାଧିକାରୀଙ୍କ କର୍ମଶାଳା
Read More...