କୋରପୁଟ ଜିଲ୍ଲା ସୁନାବେଡା ପୌର ପରିଷଦ ଅନ୍ତର୍ଗତ ଗଞ୍ଜାମ କଲୋନୀ ଠାରେ ୨୦୧୮- ୨୦୧୯ ଆର୍ଥିକ ବର୍ଷର ସମସ୍ତଙ୍କ ପାଇଁ ଗୃହ ଯୋଜନା ର ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ପାଇଁ ହିତଧାରକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ କର୍ମଶାଳାରେ ସାମାଜିକ ସମୀକ୍ଷା ର ଲକ୍ଷ ଓ ଉଦ୍ଦେଶ୍ୟ ଯଥା; ପ୍ରକଳ୍ପ ପାଇଁ ସ୍ଥିରୀକୃତ ନୀତି ଓ ଆଇନର କାର୍ଯ୍ୟକାରିତା ରେ ଜଣ ସାଧାରଣ ଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ହିତାଧିକାରୀ ମାନଙ୍କୁ ଏବଂ ଅନ୍ୟ ସମସ୍ତ ସମ୍ବଦ୍ଧିତ ବ୍ୟକ୍ତି/ ଅନୁଷ୍ଠାନ ମାନଙ୍କୁ ଚିହ୍ନଟ କରାଯିବ ପରେ ବିଭିନ୍ନ ବର୍ଗର ଯଥା; ସିଧା ସଳଖ ହିତାଧିକାରୀ, ସ୍ଥାନୀୟ ଜନ ପ୍ରତିିନିଧି, ସାମାଜିକ ସଂସ୍ଥା ର ପ୍ରତିିନିଧି, ମହିଳା, ଭିନ୍ନକ୍ଷମ, ଗଣ ମାଧ୍ୟମ,ତୃତୀୟ ଲିଙ୍ଗ ବ୍ୟକ୍ତି ମାନଙ୍କୁ ନେଇ ଏକ ସାମାଜିକ ସମୀକ୍ଷା କମିଟି ଗଠନ କରାଯିବ। ଏଥି ମଧ୍ୟରୁ ୨୦ ରୁ ୩୦ ଜଣ ବ୍ୟକ୍ତି ଙ୍କୁ ନେଇ ପାଞ୍ଚୋଟି ଉପ କମିଟି ଗଠନ କରାଯାଇ ଏହି ଉପ କମିଟି ମାଧ୍ୟମରେ ନଥି ପତ୍ର ସମୀକ୍ଷା, ଗୋଷ୍ଠିଗତ ଆଲୋଚନା, ସୁଗଭିର ସାକ୍ଷାତକାର, ମୂଖ୍ୟ ସୂଚନାଦତା ସାକ୍ଷାତକାର ଏବଂ ଜନ ଶୁଣାଣି କରାଯିବ। ଉକ୍ତ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ୧୨ ତାରିଖ ରୁ ଆରମ୍ଭ ହୋଇ ୧୪ ତାରିଖରେ ଜନ ଶୁଣାଣି ପରେ ସମାପ୍ତ କରାଯିବ। ଉପରୋକ୍ତ ସମସ୍ତ କାର୍ଯ୍ୟ ପାଇଁଁ ରାଜ୍ୟ ସ୍ତରୀୟ ସ୍ଵତନ୍ତ୍ର ସୁବିଧା ସଂସ୍ଥା ଲାଭସ୍ ଏବଂ ସୁନାବେଡା ପୋର ପରିଷଦର ମିଳିତ ସହଯୋଗ ରେ ସମ୍ପାଦନ କରାଯିବ। ଲାଭାସ ତରଫରୁ ଅରବିନ୍ଦ ମହାନ୍ତି ଏବଂ ପ୍ରେମାନନ୍ଦ ବେଉରା ଏବଂ ପୌର ପାଳିକା ତରଫରୁ
ସୁନାବେଡା ପୌର ପରିଷଦର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର,ପୌର ଉପାଧ୍ୟକ୍ଷା ଶ୍ରୀମତି ରିତୁ କଣ୍ଟା ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦନ ସେନା, ଚିତ୍ତ ରଞ୍ଜନ ସାହୁ , ଲକ୍ଷ୍ମୀଧର ମହାପାତ୍ର, କାଉନସିଲର ରବିନ୍ଦ୍ର କୁମାର ପ୍ରଧାନ , ମନୋଜ ସୁନା ,ଗଜେନ୍ଦ୍ର ମାଝୀ, ସୁଶୀଳା ଭତ୍ରା,ମିନତୀ ମିଶ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ।
ନାଲକୋ ପକ୍ଷରୁ କୋରାପୁଟ ପୋଲିସକୁ ଦୁଇଟି ପିସିଆର ଭ୍ୟାନ ପ୍ରଦାନ
Read More...
ଖଡିମାଟି ଖନନ କୁ ନେଇ ପୁଣି ହାଟଶୁକୁ ଓ ପରଜା ଖୁଡୁବୁ ରେ ଉତେଜନା ।
Read More...