OdishaStatenews.com Today : 20-May-2022 18:41:50 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

କେନ୍ଦୁ ପତ୍ର ଫଡିରେ ଶିଶୁ ଶ୍ରମିକ ନିୟୋଜତ

May 13, 2022, ଓଡ଼ିଶା, ମାଲକାନଗିରି,


କେନ୍ଦୁ ପତ୍ର ଫଡିରେ ଶିଶୁ ଶ୍ରମିକ ନିୟୋଜତ
KESHAB CHANDRA NAYAK
[ CITY REPORTER MALKANGIRI ]
OdishaStateNews Bureau
May 13, 2022



ଜୟପୁର କେନ୍ଦୁ ପତ୍ର ଡିଭିଜନ ଅଧୀନ କାଲିମେଳା ବନାଞ୍ଚଳ ରେ କେନ୍ଦୁ ପତ୍ର କ୍ରୟ ପାଇଁ ପଞ୍ଚାୟତ ଗୁଡିକରେ ୪୦ ହଜାର ଟଙ୍କା ର ବିବିଧ ଆୟ ରସିଦ କାଟି ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ବେସରକାରୀ ସଂସ୍ଥା କେନ୍ଦୁ ପତ୍ର କିଣୁଛନ୍ତି I ଏହିସବୁ କ୍ରୟ ସଂସ୍ଥା ଗୁଡିକ ବାହାରୁ ଅଳ୍ପ କିଛି ଶ୍ରମିକ ଆଣି ସେମାନଙ୍କ ସହ ଫଡି କରିଥିବା ସ୍ଥାନରେ ନିକଟସ୍ଥ ଗ୍ରାମଗୁଡିକର ନାବାଳକ ଶିଶୁ ଶ୍ରମିକମାନଙ୍କୁ ପତ୍ର ଓଲଟାଇ ଶୁଖାଇବା କାମରେ ନିୟୋଜିତ କରୁଥିବା ଅଭିଯୋଗ ହେଉଛି I ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ସଂପୃକ୍ତ କ୍ରୟସଂସ୍ଥା ବିରୁଧରେ ନିଆ ଯାଉ ନଥିବାରୁ ଏଭଳି ଘଟଣା ନିତିଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି I ଫଡିରେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକମାନଙ୍କୁ ୧୦୦ କେରି ପତ୍ର ଓଲଟାଇଲେ ମଜୁରି ବାବଦକୁ ମାତ୍ର ୫ଟଙ୍କା ଲେଖାଏଁ ଦିଆଯାଉଥିବା ଜଣାପଡିଛି I ଏଥିରେ ସ୍ଥାନୀୟ ମୁନସୀ ଏବଂ କମ୍ପାନି ମ୍ୟାନେଜର ଫାଇଦା ଉଠାଉଥିବା ଜଣାପଡିଛି Iକାଲିମେଳା କେନ୍ଦୁ ପତ୍ର ରେଞ୍ଜ ଅଧିନ ଟିଗଲ ପଞ୍ଚାୟତ ର ଏମ୍ ପି ଭି-୬୫ ,ଖାତା ନମ୍ବର -୫୫୮,ପ୍ଲଟ ନମ୍ବର -୧୭୯୦ ରେ ହୋଇଥିବା ଫଡିରୁ ଏମ ଭି -୭୯ ଥାନା ଅନ୍ତର୍ଗତ ଲାଛିପେଟା ଗ୍ରାମର ବାହାଦୂର ଟ୍ରେଡିଙ୍ଗ ନାମକ ସଂସ୍ଥା କେନ୍ଦୁପତ୍ର ସଂଗ୍ରହ କରୁଛି I କେନ୍ଦୁପତ୍ର କେରୀକୁ ଖରାରେ ଓଲଟାଇ ଶୁଖାଇବା କାର୍ଯ୍ୟରେ ୬ ଜଣ ଶିଶୁ ଶ୍ରମିକ ଆଜି କାମ କରୁଥିବା ଦେଖିବାକୁ ମିଳିଥିଲା I ସ୍ଥାନୀୟ ମୁନସୀ ଇନ୍ଦ୍ର୍ରଜିତ ବୈରାଗୀଙ୍କ ଉପସ୍ଥିତିରେ ୧୦୦ଟି କେରୀ ଓଲଟାଇଲେ ୫ଟଙ୍କା ଲେଖାଏଁ ଦିଆଯାଉଛି ବୋଲି କାମକରୁଥିବା ଶିଶୁ ଶ୍ରମିକମାନେ ପ୍ରକାଶ କରିଥିଲେ I କାଲିମେଳା ରେଞ୍ଜରେ ଶି ଶୁଙ୍କୁ କାମରେ ଲଗାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି I ଏ ସଂପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରତିଦିନ ଖବର ପ୍ରକାଶ ପାଉଥିଲେ ମଧ୍ୟ ଏ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଏବଂ ଫଡି ଗୁଡିକରେ ସାମାନ୍ୟ କିଛି ଟଙ୍କା ଲୋଭ ଦେଖାଇ ଶିଶୁଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ସାଧାରଣ ରେ ଦାବି ହେଉଛି I




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୌରପରିଷଦ ତାରିଣୀ ମନ୍ଦିର ସାହିରେ ଜଳ ସଙ୍କଟ  .......................... ..... ....................... ....... .....

ପୌରପରିଷଦ ତାରିଣୀ ମନ୍ଦିର ସାହିରେ ଜଳ ସଙ୍କଟ .......................... ..... ....................... ....... .....
Read More...

ସ୍ଲଗ-ବାଲିମେଳା ରେ ଗଣେଶ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି।

ସ୍ଲଗ-ବାଲିମେଳା ରେ ଗଣେଶ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର : ପୂଜା ପରେ ଆରମ୍ଭ ହେବ ପାଠପଢ଼ା, ପ୍ରସ୍ତୁତି ଆରମ୍ଭ କଲେଣି ସରକାର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell