OdishaStatenews.com Today : 20-May-2022 19:21:14 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ସ୍ଲଗ-ବାଲିମେଳା ରେ ଗଣେଶ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି।

May 13, 2022, ଓଡ଼ିଶା, ମାଲକାନଗିରି,


ସ୍ଲଗ-ବାଲିମେଳା ରେ ଗଣେଶ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି।
RAKESH KUMAR KULADEEP
[ Block Reporter Korokunda Malkangiri ]
OdishaStateNews Bureau
May 13, 2022



ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଜଂଗନାଥ ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀ ଗଣେଶ ଓ ହନୁମାନ ଙ୍କ ମନ୍ଦିର ର ପ୍ରତିଷ୍ଠା ଉତ୍ସାବ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜା ଉର୍ଚ୍ଚନା ଜାରି ରହିଛି।କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହର ରେ ଥିବା ଚିତାପାରି ନଦୀରେ ପୂଜା ଅର୍ଚ୍ଚନା କରିବା ପରେ ବାଲିମେଳା ସହର ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ ନାମ ସଂକୀର୍ତନ ସହିତ ମୁଣ୍ଡରେ କଳସ ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଲିମେଳା ସହର ପରିକ୍ରମା କରିବା ପରେ ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପ ରେ ପହଞ୍ଚିଥିଲେ ।ସେଠାରେ ଠାକୁର ଙ୍କ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ତା ପରେ ଦୁଇଟି ଯାକ ମନ୍ଦିରରେ ଦୀକ୍ଷା ଗ୍ରହଣ, ସାରା ସଂସ୍କାର, ସୂର୍ଯ୍ୟାସ୍ତ, ରତ୍ନ ମୋଦକ,ଅନ୍ନଯଜ୍ଞ ଓ ଘୁତଯଜ୍ଞା ଆଦି ବିବିନ୍ନ ପ୍ରକାର ପୂଜା ଅର୍ଚନା କରାଯାଇଛି ।ପରବର୍ତ୍ତୀ ସମୟରେ ମନ୍ଦିରରେ ଦେବତା ଅଧିବାସ, ସ୍ନାନ, ସଲା ପ୍ରବେଶ, ଜୀବନ୍ୟାସ, ଅନ୍ନଯଜ୍ଞ, ଘୃତଯଜ୍ଞା ଆଦି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥିର କରାଯାଇଛି । ଶେଷ ଦୁଇ ଠାକୁରଙ୍କ ଘୃତଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞା,, ପୁର୍ନହୁତି ସମେତ ଦୁଇ ଠାକୁରଙ୍କ ବାଲିମେଳା ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିଷ୍ଠା ଉତ୍ସବକୁ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଦିଲୀପ କୁନାର ବେପାରୀ, କର୍ତା ଶରତ ଚନ୍ଦ୍ର ପାଢ଼ୀ ଙ୍କ ସମେତ ମନ୍ଦିର ପରିଚାଳନା ଜମିଟିର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ଦୁଇ ମନ୍ଦିର ପ୍ରତିଷ୍ଠା କରିବା ନିମନ୍ତେ ପୂଜକ ଭାବେ ହାଦୁବନ୍ଧୁ ମହାପାତ୍ର, ଓ ଅନ୍ୟ ବହୁ ସାଥି ପୂଜକ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସମ୍ପୂର୍ଣ ଭାବେ ସହଯୋଗ କରିଥିଲେ । ଦୁଇ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ବାଲିମେଳା ସହର ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁ ପତ୍ର ଫଡିରେ ଶିଶୁ ଶ୍ରମିକ ନିୟୋଜତ

କେନ୍ଦୁ ପତ୍ର ଫଡିରେ ଶିଶୁ ଶ୍ରମିକ ନିୟୋଜତ
Read More...

ନିଆଁରେ ପୋଡି ହୋଇ ମହିଳାଙ୍କ ସମେତ ଦୁଇଶିଶୁ ଜୀବନ୍ତ ଦଗ୍ଧ, ସ୍ୱାମୀ ଥାନାରେ ଅଟକ

ନିଆଁରେ ପୋଡି ହୋଇ ମହିଳାଙ୍କ ସମେତ ଦୁଇଶିଶୁ ଜୀବନ୍ତ ଦଗ୍ଧ, ସ୍ୱାମୀ ଥାନାରେ ଅଟକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ବିଭିନ୍ନ ସ୍କୁଲକୁ ଗସ୍ତ ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell